ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପ୍ରେମିକା ଆଗରେ ଝୁଲି ପଡ଼ିଲା ପ୍ରେମିକ

Published By : Gurupada Nath | April 4, 2025 6:22 PM

ଭୁବନେଶ୍ବର,୪/୪ : ପ୍ରେମିକା ଆଗରେ ଝୁଲି ପଡିଲା ପ୍ରେମିକ । ରାଜଧାନୀରେ ଅଭାବନୀୟ ଘଟଣା । ପ୍ରେମିକାର ଭଡ଼ା ଘରେ ଝୁଲି ପଡ଼ିଲା ପ୍ରେମିକ । ମୃତକ ହେଲେ କେନ୍ଦ୍ରାପଡ଼ାର ପ୍ରଭୁ ମହିମା ବେହେରା । ଗତକାଲି ରାତିରେ ଗୋଠପାଟଣା ଅଂଚଳରେ ଘଟିଛି ଘଟଣା । ପ୍ରେମିକା ରହୁଥିବା ଭଡ଼ା ଘରେ ପ୍ରେମିକର ଓଢଣୀରେ ଝୁଲି ପଡ଼ିଲେ ପ୍ରଭୁ । ମୃତଦେହକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି ଚନ୍ଦକା ଥାନା ପୋଲିସ । 

ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ଥିଲା । ଗତ କିଛି ଦିନ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । ପରିବାର ଉପସ୍ଥିତରେ ଆପୋଷ ବୁଝୁବଣା ହୋଇଥିଲା । ହେଲେ ଗତକାଲି ସନ୍ଧ୍ୟାରେ ପ୍ରେମିକା ରହୁଥିବା ଭଡ଼ା ଘରକୁ ଯାଇଥିଲେ ପ୍ରଭୁ । ସେପଟେ ପରିବାର ଆଣିଛନ୍ତି ହତ୍ୟା ଅଭିଯୋଗ । ପ୍ରେମିକା ଓ ତାର ସାଙ୍ଗମାନେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ପ୍ରଭୃଙ୍କ ବେକରେ କୌଣସି ଦାଗ ନ ଥିବାରୁ ଶ୍ୱାସରୁଦ୍ଧ କରି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପରିବାର ପୁରା ଘଟଣାକୁ ତଦନ୍ତ କରୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.