ପ୍ରମୂଖ ଖବର
  • ଶିମିଳିପାଳରେ ହାଡଭଙ୍ଗା ଶୀତ, ଉପର ବାର୍ହାକାମୁଡ଼ାରେ ୩ ଡିଗ୍ରୀକୁ ଖସିଲା ପାରଦ
  • ||
  • ତାମିଲନାଡୁ ଘରୋଇ ଅର୍ଥୋପେଡିକ୍‌ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ୭ ମୃତ, ୨୮ ଆହତ
  • ||
  • ଜାଡ଼ରେ ଥରିଲା ଓଡ଼ିଶା, ୩ ଡିଗ୍ରୀ ଖସିଲା ପାରଦ: ୧୬ ତାରିଖରୁ ୧୦ ଡିଗ୍ରୀ ତଳେ ଅଧିକାଂଶ ସହର
  • ||

ପାଞ୍ଜି ପ୍ରକାଶକଙ୍କୁ ଚେତାଇଲା ଶ୍ରୀମନ୍ଦିର ପ୍ରଶାସନ, ୨୦୨୫-୨୬ ବର୍ଷର ପଞ୍ଜିକା ପାଣ୍ଡୁଲିପି ସଂଶୋଧନ ନିମନ୍ତେ ଚିଠି

Published By : Prameya | November 6, 2024 1:20 PM

ପୁରୀ, ୦୬/୧୧ : ପାଞ୍ଜିରେ ବାରମ୍ବାର ଭିନ୍ନ ଭିନ୍ନ ଦିନ ପର୍ବପର୍ବାଣୀ ଦର୍ଶାଯିବାକୁ ନେଇ ବିବାଦର ସମାଧାନ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପ୍ରୟାସ ଆରମ୍ଭ କରିଛି । ସମସ୍ତ ପାଞ୍ଜି ପ୍ରକାଶନ କରୁଥିବା ଅନୁଷ୍ଠାନମାନେ ପଞ୍ଜିକା ପାଣ୍ଡୁଲିପି ମୁକ୍ତି ମଣ୍ଡପ ପଣ୍ଡିତସଭାଙ୍କ ନିକଟକୁ ୧୪ ତାରିଖ ସୁଦ୍ଧା ପଠାଇବା ସହ ଏହାର ଏକ କପି ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ପଠାଇବାକୁ ଅନୁରୋଧ କରାଯାଇଛି । ସୋମବାର ଏନେଇ ସମସ୍ତଙ୍କୁ ଚିଠି କରାଯାଇଛି । 

ଏଥିରେ ଦର୍ଶାଯାଇଛି, ୨୦୨୫-୨୬ ବର୍ଷର ପଞ୍ଜିକା ପାଣ୍ଡୁଲିପି ସଂଶୋଧନ କାର୍ଯ୍ୟ ମୁକ୍ତିମଣ୍ଡପ ପଣ୍ଡିତସଭାଙ୍କ ଦ୍ୱାରା ୨୦୨୪ ଅକ୍ଟୋବର ଶେଷ ସପ୍ତାରୁ ଆରମ୍ଭ ହୋଇଛି । ତେଣୁ ଆସନ୍ତା ବର୍ଷର ପଞ୍ଜିକା ପାଣ୍ଡୁଲିପି ସଂଶୋଧନ ନିମନ୍ତେ ଅକ୍ଟୋବର ୨୦ ତାରିଖ ସୁଦ୍ଧା ମୁକ୍ତିମଣ୍ଡପ ପଣ୍ଡିତସଭାଙ୍କ ନିକଟକୁ ପଠାଇବା ପାଇଁ ସେପ୍ଟେମ୍ବର ୨୭ ତାରିଖରେ ସମସ୍ତ ପାଞ୍ଜି ପ୍ରକାଶ ଅନୁଷ୍ଠାନଙ୍କୁ ଅନୁରୋଧ କରାଯାଇଥିଲା । ମାତ୍ର ଅଦ୍ୟାବଧି ଅଧିକାଂଶ ଅନୁଷ୍ଠାନ ପଞ୍ଜିକା ପାଣ୍ଡୁଲିପି ମୁକ୍ତିମଣ୍ଡପ ପଣ୍ଡିତ ସଭାଙ୍କ ନିକଟକୁ ସଂଶୋଧନ ନିମନ୍ତେ ପଠାଇନାହାଁନ୍ତି । ଯେହେତୁ ମୁକ୍ତି ମଣ୍ଡପ ପଣ୍ଡିତସଭା ପଞ୍ଜିକା ସଂଶୋଧନ ଆରମ୍ଭ କଲେଣି ତେଣୁ ପାଣ୍ଡୁଲିପିଗୁଡ଼ିକ ଧାର୍ଯ୍ୟ ସମୟ ମଧ୍ୟରେ ନ ପହଞ୍ଚିଲେ ସଂଶୋଧନ ବିଳମ୍ବ ହେବ । ଏଥିସହ ଶ୍ରୀମନ୍ଦିରର ପର୍ବପର୍ବାଣୀ ତାଲିକା ପ୍ରସ୍ତୁତ କରିବାରେ ଅତ୍ୟଧିକ ବିଳମ୍ବ ଘଟିବ । ଏହାକୁ ହୃଦୟଙ୍ଗମ କରି ସମସ୍ତ ପାଞ୍ଜି ପ୍ରକାଶନ କରୁଥିବା ଅନୁଷ୍ଠାନମାନେ ପଞ୍ଜିକା ପାଣ୍ଡୁଲିପି ପଣ୍ଡିତ ସଭାଙ୍କ ନିକଟକୁ ଆସନ୍ତା ୧୪ ତାରିଖ ସୁଦ୍ଧା ପଠାଇବା ସହ ଏହାର ଏକ କପି ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ପଠାଇବାକୁ ଅନୁରୋଧ କରାଯାଇଛି । 

ପ୍ରକାଶ ଥାଉକି, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରାୟ ୮ଟି ପଞ୍ଜିକା ଅନୁଷ୍ଠାନକୁ ଏହି ଚିଠି କରାଯାଇଛି । ଗୋଟିଏ ପାଞ୍ଜି ପକ୍ଷରୁ ୧୨ ମାସର ପାଣ୍ଡୁଲିପି ଦିଆଯାଇଥିବା ବେଳେ ଅନ୍ୟଗୋଟିଏ ପଞ୍ଜିକା ୬ ମାସର ପାଣ୍ଡୁଲିପି ଦେଇଛି । ତେଣୁ ସମସ୍ତ ପଞ୍ଜିକା ପ୍ରକାଶନ ସଂସ୍ଥା ସେମାନଙ୍କ ପୂର୍ଣ୍ଣ ପାଣ୍ଡୁଲିପି ଦେବାକୁ ଚିଠିରେ ଅନୁରୋଧ କରାଯାଇଛି।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.