ମୁମ୍ୱାଇ,୨୧/୧୧:  ବଲିଉଡ ଅଭିନେତା ମନୋଜ ବାଜପେୟୀଙ୍କ ବହୁ ପ୍ରତୀକ୍ଷିତ ୱେବ୍ ସିରିଜ୍ 'ଦ ଫ୍ୟାମିଲି ମ୍ୟାନ୍ ୩' ରିଲିଜ ହୋଇଛି। ନଭେମ୍ବର ୨୧ ତାରିଖରେ ଏହି ସିରିଜ୍ ପ୍ରାଇମ୍ ଭିଡିଓରେ ଷ୍ଟ୍ରିମିଂ ହୋଇଛି । ତେବେ ସିରିଜରେ ମନୋଜ ବାଜପେୟୀ ଗୁପ୍ତଚର ଶ୍ରୀକାନ୍ତ ତିୱାରୀ ଭୂମିକାରେ ଅଭିନୟ କରିଛନ୍ତି । 

ଚଳିତ ଥର, ମନୋଜଙ୍କ ସହିତ ଜୟଦୀପ ଅହଲାୱତ ଯୋଗ ଦେଇଛନ୍ତି । ତେବେ ନୂତନ ସିଜିନରେ ୭ଟି ଏପିସୋଡ୍ ରହିଥିବା ବେଳେ ଏହାକୁ ଦେଖିବା ପରେ, ଦର୍ଶକମାନେ ଏକ୍ସ ହ୍ୟାଣ୍ଡେଲରେ ସେମାନଙ୍କର ପ୍ରତିକ୍ରିୟା ସେୟାର କରିଛନ୍ତି । ସିଜିନ୍ ୩ ମିଶ୍ରିତ ପ୍ରତିକ୍ରିୟା ପାଇଛି । କେତେକ ତୃତୀୟ ସିଜିନ୍ ପ୍ରଥମ ଦୁଇଟି ଅପେକ୍ଷା ଅଧିକ ମନୋରଞ୍ଜନକାରୀ ବୋଲି କହିଥିବା ବେଳେ ଅନ୍ୟମାନେ ଏହାକୁ ବିରକ୍ତିକର କହିଛନ୍ତି । ଜଣେ ଦର୍ଶକ ଦ ଫ୍ୟାମିଲି ମ୍ୟାନ୍ ସିଜିନ୍ ୩ ବିଷୟରେ ଲେଖିଛନ୍ତି, "ଏହି ସିରିଜ ଆହୁରି ମନୋରଞ୍ଜନକାରୀ ହୋଇପାରିଥାନ୍ତା । ସେହିପରି ଅନ୍ୟଜଣେ  "ରାଜ ଏବଂ ଡିକେ, ଆମ ପ୍ରିୟ ଧାରାବାହିକର ଶେଷ ସିଜିନରେ ତୁମେ କ'ଣ କରିଛ ? ତୁମେ ଏଥିରେ ସ୍ପେଶାଲ୍ ଅପ୍ସ ଏବଂ ପଠାନ ଭଳି ସିନେମା ସାମିଲ କରିଛ । ମୁଁ ନିରାଶ ।" 

ପ୍ରକାଶ ଥାଉକି, 'ଦ ଫ୍ୟାମିଲି ମ୍ୟାନ୍ ୩' ର କାହାଣୀ ସିଜନ୍ ୨ର ଶେଷରୁ ଆରମ୍ଭ ହୋଇଛି । ଉତ୍ତର-ପୂର୍ବରେ, ଯେଉଁଠାରେ ବୋମା ବିସ୍ଫୋରଣ ବାରମ୍ବାର ଘଟୁଛି ଏବଂ ପରିସ୍ଥିତି ଭୟଙ୍କର, ଏବଂ ଚୀନ୍ ବାରମ୍ବାର ଭାରତ ବିରୁଦ୍ଧରେ ପଦକ୍ଷେପ ନେଉଛି, ସେଠାରେ ପ୍ରଧାନମନ୍ତ୍ରୀଶାନ୍ତି ପ୍ରତିଷ୍ଠା ପାଇଁ କାମ କରୁଛନ୍ତି । ଟାସ୍କ ଫୋର୍ସ ମୁଖ୍ୟ କୁଲକର୍ଣ୍ଣିଙ୍କୁ ଏହି କାର୍ଯ୍ୟ ନ୍ୟସ୍ତ କରାଯାଇଛି, ଏବଂ ସେ ତାଙ୍କ ଏଜେଣ୍ଟ ଶ୍ରୀକାନ୍ତ ତିୱାରୀଙ୍କୁ ନାଗାଲାଣ୍ଡରେ ପହଞ୍ଚିବା ପାଇଁ ଭରସା କରନ୍ତି । ସେମାନେ କଣ୍ଟ୍ରାକ୍ଟ କିଲର ଏବଂ ଡ୍ରଗ୍ସ ଲର୍ଡ ରୁକ୍ମାଙ୍କୁ ଭେଟିଥାନ୍ତି ।