ଖୋର୍ଦ୍ଧା, ୨୧।୧୧: ରାଜଧାନୀ ଉପକଣ୍ଠ ବାଲିପାଟଣାରେ ମାଙ୍କଡ଼ ଉତ୍ପାତ ଘଟଣା । ଉତ୍ପାତିଆ ମାଙ୍କଡ଼କୁ ଟ୍ରାଙ୍କୁଲାଇଜ କଲା ନନ୍ଦନକାନନ ଟିମ୍ । ଗୁରୁବାର ସକାଳୁ ମାଙ୍କଡ଼କୁ କାବୁ କରିବା ପାଇଁ ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା । ମାଙ୍କଡ଼ଟି ଏକ ଛାତ ଉପରେ ବସିଥିବା ବେଳେ ନନ୍ଦନକାନନ ଟିମ୍ ଟ୍ରାଙ୍କୁଲାଇଜ କରିଥିଲେ । ପରେ ମାଙ୍କଡ଼ର ଚିକିତ୍ସା ପାଇଁ ଭୁବନେଶ୍ଵର ନିଆଯାଇଛି । ମାଙ୍କଡ଼ଟି ୩ ଦିନରେ ୪ ଜଣଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲା । ଶେଷରେ ମାଙ୍କଡ଼ଟିକୁ ଧରିବାରେ ନନ୍ଦନକାନନ ଟିମ୍ ସଫଳ ହୋଇଛି ।