​​​​​​​ଟାଙ୍ଗୀ,୧୮।୧ : ଚଳିତ ବର୍ଷ  ଚିଲିକାରେ ବୃଦ୍ଧି ପାଇଛି ପକ୍ଷୀଙ୍କ ସଂଖ୍ୟା। ସମଗ୍ର ଚିଲିକାକୁ ୧୯୬ ପ୍ରଜାତିର ୧୧  ଲକ୍ଷ  ୩୨ ହଜାର ୨୦୦ ଦେଶୀ-ବିଦେଶୀ ପକ୍ଷୀ ଆସିଛନ୍ତି ।  ଗତ ବର୍ଷ ସମଗ୍ର ଚିଲିକାକୁ ୧୯୬ ପ୍ରଜାତିର  ୧୧  ଲକ୍ଷ  ୨୭  ହଜାର ୨୨୮ ଦେଶୀ-ବିଦେଶୀ ପକ୍ଷୀ ଆସିଥିଲେ । ଗତବର୍ଷ ତୁଳନାରେ ଚଳିତ ବର୍ଷ  ଚିଲିକାକୁ  ୪ ହଜାର ୯୭୨ ପକ୍ଷୀ ଅଧିକ  ଆସିଛନ୍ତି । ପ୍ରଜାତି ସଂଖ୍ୟା ସମାନ ମାତ୍ର ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

ଚଳିତ ବର୍ଷ ଚିଲିକା କୁ ୧୯୬ ପ୍ରଜାତିର ୧୧ ଲକ୍ଷ ୩୨  ହଜାର ୨୦୦  ଆସିଛନ୍ତି  । ସେଥିମଧ୍ୟରୁ ୧୦୬ ଟି ବିଦେଶାଗତ ପ୍ରଜାତିର ପକ୍ଷୀ ହୋଇଥିବା ବେଳେ ସେମାନଙ୍କ ସଂଖ୍ୟା ୧୧ ଲକ୍ଷ ୧୦ ହଜାର ୨୫୭ ଟି ହୋଇଥିଲା । ସେହିପରି  ୯୦ ଟି ସ୍ଥାନୀୟ ପ୍ରଜାତିର ପକ୍ଷୀ ( ଦେଶୀ ପକ୍ଷୀ ) ଥିଲେ ଏବଂ ସେମାନଙ୍କ ସଂଖ୍ୟା  ୨୧ ହଜାର ୯୪୩ ଟି ପକ୍ଷୀ ଥିଲେ ବୋଲି  ରେକର୍ଡରୁ ଜଣାପଡ଼ିଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଚିଲିକାରେ ପକ୍ଷୀ ଙ୍କ ସଂଖ୍ୟା ବୃଦ୍ଧି ପାଇଛି  କିନ୍ତୁ ପ୍ରଜାତିର ସଂଖ୍ୟା ସମାନ ।  ପକ୍ଷୀ ବିଶେଷଜ୍ଞ ତଥା  ବମ୍ବେ ନ୍ୟାଚ୍ୟୁରାଲ୍ ହିଷ୍ଟ୍ରି ଅଫ୍ ସୋସାଇଟି ( B.N.H.S. ) ର ବରିଷ୍ଠ ଗବେଷକ ଙ୍କ ଉପସ୍ଥିତିରେ ଏହି ପକ୍ଷୀ ଗଣନା ର ଫଳାଫଳ ରିପୋର୍ଟ ଘୋଷଣା କରିଛନ୍ତି  ବାଲୁଗାଁ ଚିଲିକା ବନ୍ୟପ୍ରାଣୀ ଡିଭିଜନ ।

ଚିଲିକା ପକ୍ଷୀ ଗଣନା ରିପୋର୍ଟ ....

୧-  ୨୦୨୨-୨୦୨୩ ମସିହାରେ  -  ୧୮୪ ପ୍ରଜାତିର ୧୧ ଲକ୍ଷ ୩୧ ହଜାର ୯୨୯  ପକ୍ଷୀ

୨-  ୨୦୨୩-୨୦୨୪ ମସିହାରେ -  ୧୮୭ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯  ପକ୍ଷୀ

୩-  ୨୦୨୪-୨୦୨୫ ମସିହାରେ  - ୧୯୬ ପ୍ରଜାତିର ୧୧  ଲକ୍ଷ ୨୭ ହଜାର ୨୨୮ ପକ୍ଷୀ।

୪-  ୨୦୨୫-୨୦୨୬ ମସିହା ରେ  -୧୯୬   ପ୍ରଜାତିର ୧୧ ଲକ୍ଷ୍ୟ ୩୨ ହଜାର ୨୦୦ ଟି  ପକ୍ଷୀ।