କଟକ,୧୪/୦୫ : ଜୁନ ୨୧ରେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା-୨୦୨୬(ଓଟିଇଟି) ଅନୁଷ୍ଠିତ ହେବ। ୨ଟି ସିଟିଂରେ ପରୀକ୍ଷା ହେବ। ଆବେଦନକାରୀ ଯୋଗ୍ୟ ପରୀକ୍ଷାର୍ଥୀମାନେ ଆସନ୍ତା ଜୁନ୍ ୯ ତାରିଖରୁ ବୋର୍ଡ ୱେବ୍ସାଇଟ୍ ରୁ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ।
ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆହ୍ୱାନ କରାଯାଇଥିବା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)-୨୦୨୬ ପାଇଁ ଇନ୍ସର୍ଭିସ୍ ଶିକ୍ଷକ ଏବଂ ନୂଆ ପ୍ରାର୍ଥୀ ମିଶି ମୋଟ ୮୫ ହଜାର ଜଣ ଆବେଦନ କରିଛନ୍ତି । ଆସନ୍ତା ଜୁନ୍ ୨୧ ତାରିଖରେ ଦୁଇଟି ପେପରରେ ପରୀକ୍ଷା ହେବ । ପେପର୍-୧ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୧ ଟା ୩୦ ମିନିଟ ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ୱିତୀୟ ପେପର୍ ପରୀକ୍ଷା ଅପରାହ୍ନ ୨ଟାରୁ ୪ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ୧୫୦ ନମ୍ବର ବିଶିଷ୍ଟ ଏହି ପରୀକ୍ଷା ଓଏମ୍ଆର୍ ସିଟ୍ ରେ ହେବ ।
ଏହି ଖବରଟିକୁ ପଢନ୍ତୁ- ‘ମାଫିଆ-ଷ୍ଟାଇଲ’ ବିଜନେସ ମଡେଲରେ NEET-UG ପ୍ରଶ୍ନପତ୍ର ଲିକ୍, କୋଚିଂ ସେଣ୍ଟର-ପ୍ରଶ୍ନପତ୍ର ଲିକ୍ ସିଣ୍ଡିକେଟ ମଧୁଚନ୍ଦ୍ରିକାରେ ଚାଲିଥିଲା ବେପାର