ପ୍ରମୂଖ ଖବର
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମାୟା ଗୋଗେଇ ହତ୍ୟାକାଣ୍ଡରେ ପୁଲିସକୁ ମିଳିଲା ସଫଳତା; ମୁଖ୍ୟ ଅଭିଯୁକ୍ତ ଗିରଫ

Published By : Bijay Swain | November 29, 2024 8:16 PM

Image Courtesy: MSN

ବେଙ୍ଗାଲୁରୁ: ଆସାମ ଭ୍ଲଗର ମାୟା ଗୋଗେଇ ହତ୍ୟାକାଣ୍ଡରେ ପୁଲିସକୁ ମିଳିଛି ବଡ଼ ସଫଳତା । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ୨୧ ବର୍ଷୀୟ ଆରବ ହାନୋଇକୁ ବେଙ୍ଗାଲୁରୁ ପୁଲିସ ଗିରଫ କରିଛି। ହତ୍ୟାକାଣ୍ଡ ପରେ ଆରବ କର୍ଣ୍ଣାଟକ ବାହାରକୁ ଚାଲିଯାଇଥିବା ବେଳେ ଗୁରୁବାର ମଧ୍ୟରାତ୍ରରେ ବେଙ୍ଗାଲୁରୁ ପୋଲିସ ତାକୁ ଗିକଫ କରିଥିଲା। ଏନେଇ ବେଙ୍ଗାଲୁରୁ ଇଷ୍ଟ ଡିସିପି ସୂଚନା ଦେଇଛନ୍ତି। 

କେରଳ କାନପୁର ଥୋଟ୍ଟାଦର ଅଞ୍ଚଳର ଆରବ ବେଙ୍ଗାଲୁରୁର ଏକ ଘକୋଇ ସଂସ୍ଥାରେ ଷ୍ଟୁଡେଣ୍ଟ କାଉନସିଲର ଭାବେ କାର୍ଯ୍ୟ କରୁଥିଲା। ୧୯ ବର୍ଷୀୟା ମାୟାଙ୍କ ସହ ସୋସିଆଲ୍ ମିଡିଆରେ ଦେଖା ହେବା ପରେ ଉଭୟ ଗତ ୬ ମାସ ହେବ ସମ୍ପର୍କରେ ଥିଲେ। ତିକ୍ତତା ଆସିବା କାରଣରୁ ଏହି ହତ୍ୟାକାଣ୍ଡ ଘଟିଥାଇ ପାରେ ବୋଲି ପୋଲିସ ଅନୁମାନ କରୁଛି । 

ଗତ ମଙ୍ଗଳବାର ଦିନ ଇନ୍ଦିରାନଗରରେ ଥିବା ଏକ ସର୍ଭିସ ଆପାର୍ଟମେଣ୍ଟରୁ ଦୁର୍ଗନ୍ଧ ବାହାରିବା ପରେ ଆପାର୍ଟମେଣ୍ଟର ଜଣେ କର୍ମଚାରୀ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ କବାଟ ଭାଙ୍ଗି ଘର ଭିତରକୁ ପଶିଥିଲା। ଘର ଭିତରେ ବିଛଣା ଉପରେ ମାୟାଙ୍କ ଗଳିତ ଶବ ପଡିଥିବା ସହ ତାଙ୍କ ମୁଣ୍ଡ ଓ ଛାତିରେ ଗଭୀର କ୍ଷତ ଚିହ୍ନ ରହିଥିଲା। ଶବ ପଚିବା ଆରମ୍ଭ ହୋଇଯାଇଥିବାରୁ ମାୟାଙ୍କ ମୃତ୍ୟୁ ରବିବାର ଦିନ ବିଳମ୍ବିତ ରାତିରୁ ହୋଇଥିବା ନେଇ ପୋଲିସ ଅନୁମାନ କରୁଛି। 

ପୁଲିସ ଏହି ଘଟଣାର ଛାନଭିନ କରିବାପରେ ଆରବ ଏହି ହତ୍ୟକାଣ୍ଡର ଯୋଜନା କରିବା ସହ ଅନଲାଇନରୁ ଏକ ନାଇଲନ ରଶି ଓ ଏକ ଛୁରି ଅର୍ଡର କରିଥିବା ଜଣା ପଡ଼ିଥିଲା । ଅନ୍ୟପଟେ ସିସିଟିଭି ଫୁଟେଜରେ ଆରବ ମଙ୍ଗଳବାର ସକାଳୁ ଏକାକି ଆପାର୍ଟମେଣ୍ଟରୁ ବାହାରୁଥଇବା ଦେଖିବାକୁ ମିଳିଛି। ଏନେଇ ପୁଲିସ ତଦନ୍ତ ଜାରି ରଖିଛି। 

ସୂଚନା ଥାଉକି, ଗୌହାଟିର କୈଳାସ ନଗର ଅଞ୍ଚଳର ମୂଳ ନିବାସୀ ମାୟା ନିଜ ଭଉଣୀଙ୍କ ସହ ବେଙ୍ଗାଲୁରୁରେ ରହୁଥିଲେ। ସେ କୋରାମଙ୍ଗଲରେ କାମ କରୁଥିଲେ। ଶୁକ୍ରବାର ରାତିରେ ସେ ନିଜ ଭଉଣୀକୁ ଫୋନ କରି ଅଫିସରେ ପାର୍ଟି ଅଛି ମୁଁ ଯାଇପାରିବି ନାହିଁ ବୋଲି କହିଥିଲେ। ତା’ ପରଠୁ ମାୟାଙ୍କର କିଛି ଖୋଜ ଖବର ମିଳି ନଥିଲା। 

ନଭେମ୍ବର ୨୪ ରବିବାର ମାୟା ଓ ଆରବ ଉଭୟ ସର୍ଭିସ ଆପାର୍ଟମେଣ୍ଟରେ ପ୍ରବେଶ କରିଥିଲେ। ଆରବ ମାୟାଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହ ସହ ଦୁଇଦିନ ରହିଥିଲେ ବୋଲି ପୋଲିସ ଅନୁମାନ କରୁଛି। ତବେ ଘଟଣାର ତଦନ୍ତ ସଂପୂର୍ଣ୍ଣ ହେବା ପରେ ପୂରା କଥା ଜଣାପଡ଼ିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.