ଭୁବନେଶ୍ବର,୨୮।୧୧ : ଆଳୁ ନେଇ କୌଣସି ସମସ୍ୟା ନାହିଁ। ପଶ୍ଚିମ ବଙ୍ଗ ଆଳୁ ନ ଛାଡିଲେ ବି ରାଜ୍ୟରେ ରହିବନି ଆଳୁ ସମସ୍ୟା। ଉତ୍ତର ପ୍ରଦେଶ ରୁ ପର୍ଯ୍ୟାପ୍ତ ପରିମାଣ ର ଆଳୁ ଟ୍ରକ ଆସୁଛି। ସରକାର ଏଥିପାଇଁ ଯତ୍ନ ବାନ ଅଛନ୍ତି। ଆଳୁ କିଲୋ ପିଛା ୨୨ ଟଙ୍କା କିଣା ଯାଇଛି ଅତି ବେଶୀ ରେ ୨୬ ଟଙ୍କା ରେ ବିକା ଯିବ ନ ଚେତ ୩୦ ଟଙ୍କା ବିକା ଯିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି।
ଯେଉଁମାନେ ବେଶୀ ତଥା ଚଢ଼ା ଦରରେ ବିକିବେ କିମ୍ବା ଆଳୁ କୁ ଚୋରା ରେ ରଖିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଆଗାମୀ ଦିନରେ ଆଳୁ ସମସ୍ୟା ଦୂର କରିବ ପାଇଁ ସରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ତାର ସମାଧାନ ହୋଇଯିବ। ଖାଲି ସେତିକି ନୁହେଁ ଶୀତଳ ଭଣ୍ଡାର ଗୁଡିକ ପୂର୍ଣ୍ଣ କାର୍ଯ୍ୟ କ୍ଷମ ହେଲେ ଆଉ କିଛି ସମସ୍ୟା ରହିବ ନାହିଁ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।