ଭୁବନେଶ୍ବର,୨୫।୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୨୯ରେ ଓଡ଼ିଶା ଆସିବେ। ୩ ଦିନ ଓଡିଶାରେ ପ୍ରଧାନମନ୍ତ୍ରୀ ରହିବେ। ଓଡିଶାରେ ପ୍ରଥମ ଥର ହେବାକୁ ଥିବା   ଡିଜି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ।

 ୨୯, ୩୦ ଏବଂ ଡିସେମ୍ବର ୧ ରେ ଓଡିଶାରେ ଡିଜି ସମ୍ମିଳନୀ ଅନୁଷ୍ଠିତ ହେବ।  ୩ ଦିନ ଧରି ହେବାକୁ ଥିବା ଡିଜି ସମ୍ମିଳନୀରେ  ପ୍ରଧାନମନ୍ତ୍ରୀ ଯୋଗ ଦେବେ। ଡିଜି ସମ୍ମିଳନୀ ଶେଷ ହେବା  ଯାଏଁ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହିବେ ।ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ମଧ୍ୟ୩ ଦିନ ଓଡ଼ିଶାରେ ରହି ସମ୍ମିଳନୀରେ  ଯୋଗ ଦେବେ।