ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

୮ ମାସ ହେବ ବ୍ଲକ ଓ ଏନଏସିରେ ଉନ୍ନତିମୂଲକ କାମ ଠପ୍ ପ୍ରସଙ୍ଗ ; ଦ୍ଵିତୀୟ ଦିନରେ ପହଞ୍ଚିଲା ଧାରଣା

Published By : Gurupada Nath | June 25, 2025 10:44 PM

ପାଟଣାଗଡ,୨୫/୬ : ପାଟଣାଗଡ଼ ବ୍ଲକ ଓ ଏନ୍ ଏସିରେ ଦୀର୍ଘ ୮ ମାସ ହେବ ବିଭିନ୍ନ ପ୍ରକାର ଉନ୍ନତିମୂଳକ କାମ ଠପ୍ ହୋଇଯାଇଛି । ଯାହାକୁ ନେଇ ଏହାରି ପ୍ରତିବାଦରେ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୪ଜଣ ସମିତି ସଭ୍ୟ ସଭ୍ୟା ଏବଂ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ୧୧କାଉନସିଲର ମଙ୍ଗଳବାର ଦିନ ଠାରୁ ଧାରଣାରେ ବସିଛନ୍ତି । ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଧାରଣାସ୍ଥଳକୁ ଆଜି ଉପଜିଲ୍ଲାପାଳ ସୁନୀଲ ମେହେର ଓ ବିଡ଼ିଓ ସୁମନ ମିଞ୍ଜ ପହଞ୍ଚି ଆନ୍ଦୋଳନରତ ସମିତି ସଭ୍ୟସଭ୍ୟା ଙ୍କ ସହ ସମ୍ପୃକ୍ତ ବିଷୟ ଉପରେ ଆଲୋଚନା କରିଥିଲେ । ଅପରପକ୍ଷରେ ଏନ୍ଏସି କାର୍ଯ୍ୟଳୟ ସମ୍ଭୁଖରେ ଧାରଣାରତ କାଉନସିଲର ମନଙ୍କ ନିକଟକୁ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚିନଥିବା ଜଣାପଡିଛି । 

ଅନ୍ୟପଟେ ବ୍ଲକ ଓ ଏନ୍ଏସିରେ ୨ ଦିନ ହେଲା ସରକାରୀ କାର୍ଯ୍ୟ ସମ୍ପୁର୍ଣ୍ଣ ଭାବେ ଠପ୍ ହୋଇପଡ଼ିଛି । ଯଦିଓ ବ୍ଲକ କାର୍ଯ୍ୟଳୟ ସମ୍ଭୁଖକୁ ଉପଜିଲ୍ଲାପାଳ ଓ ବିଡ଼ିଓ ପହଞ୍ଚିଥିଲେ ମଧ୍ୟ ଏହି ସମସ୍ୟାର ସମାଧାନ ହୋଇପାରିନଥିଲା । ସମିତି ସଭ୍ୟସଭ୍ୟାଙ୍କ କହିବା ଅନୁସାରେ ବିକଶିତ ଓଡ଼ିଶାର ଡିଣ୍ଡିମ ପିଟୁଥିବା ବିଜେପି ସରକାର, ଜନସାଧାରଣ ସାମୁହିକ ଉନ୍ନତିମୂଲକ କାମ ପାଇଁ ଜିଆଇଏ, ଏସଏଫସି ଏବଂ ବିଜୁ ବିକାଶ କାର୍ଯ୍ୟକୁ ଆସୁଥିବା ସରକାରୀ ଅନୁଦାନକୁ ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଜାଣିଶୁଣି ହସ୍ତକ୍ଷେପ କରୁଥିବାନେଇ ସମିତି ସଭ୍ୟସଭ୍ୟାମାନେ ତାଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । 

ଏପରିକି ତାଙ୍କ ଚାପରେ ଚାପଗ୍ରସ୍ତହୋଇ ବିଡ଼ିଓ ମଧ୍ୟ ଚୁପ୍ ରହୁଥିବା ସେମାନେ ଗଣମାଧ୍ୟମ ସମ୍ମୁଖରେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ତେବେ ୧୫ ମିନିଟ୍ ଧରି ଚାଲିଥିବା ଆଲୋଚନା ସମୟରେ ଧାରଣାରତ ସମିତି ସଭ୍ୟସଭ୍ୟା ଏହିସବୁ ଅନୁଦାନ ଉପରେ ବିଧାୟକ ହସ୍ତକ୍ଷେପ ନକରିବାପାଇଁ ଉପଜିଲ୍ଲାପାଳ ଓ ବିଡ଼ିଓ ଙ୍କ ଠାରୁ ଲିଖିତ ପ୍ରତିଶୃତି ନପାଇବା ପର୍ଯ୍ୟନ୍ତ ଧାରଣା ଯାରି ରହିବବୋଲି ବ୍ଳକ ଉପାଧ୍ୟକ୍ଷା ଲକ୍ଷ୍ମୀ ମାଝୀ, ସମିତି  ସଭ୍ୟ ସଂଘ ସଭାପତି ଗୋବିନ୍ଦ ମେହେର ଏବଂ ପଟାମୁଣ୍ଡା ସମିତି ସଭ୍ୟ ଜୟନ୍ତ କୁମ୍ଭାର ଙ୍କ ସହ ଧାରଣାରତ ୨୪ ଜଣ ସମିତି ସଭ୍ୟସଭ୍ୟା ନିଜ ଜିତରେ ଅଟଲ ଅଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ଉଭୟ ସ୍ଥାନରେ ଧାରଣା ଜାରି ରହିଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.