ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବାତ୍ୟା ପାଇଁ ଘର ଛାଡି ରିଲିଫ କେନ୍ଦ୍ରକୁ ଚାଲି ଆସିବାକୁ ଲୋକଙ୍କୁ ଅନୁରୋଧ କଲେ ରାଜସ୍ବ ମନ୍ତ୍ରୀ

Published By : Suraj Kumar | October 23, 2024 5:21 PM

ଭୁବନେଶ୍ବର, ୨୩।୧୦ : ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ଝିପ ଝିପ୍ ବର୍ଷା ଆରମ୍ଭ ହୋଇଗଲାଣି । ସନ୍ଧ୍ୟାକୁ ବର୍ଷା ବଢିବ । ଶେଷ ଆକଳନ ସୁଦ୍ଧା ପୂର୍ବ ପ୍ରସ୍ତୁତି ହୋଇଛି । ବିଭିନ୍ନ ବିଭାଗର ଭୂମିକା ଥାଏ । ରାଜସ୍ୱ ବିଭାଗର କଣ୍ଟ୍ରୋଲ ରୁମ୍ ସହ ଭିନ୍ନ ଭିନ୍ନ ବିଭାଗ ମଧ୍ୟ ନିଜସ୍ଵ କଣ୍ଟ୍ରୋଲ ରୁମ୍ ରହିବ । କୃଷି, ଶକ୍ତି, ଯୋଗାଣ , ସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକ ସମ୍ପର୍କ ବିଭାଗର କଣ୍ଟ୍ରୋଲ ରୁମ୍ ହୋଇଛି । ଅସୁବିଧାରେ ଥିବା ଲୋକ ଯେଉଁ ବିଭାଗର ସହାୟତା ଚାହିଁବେ ଅଧିକାରୀ ମାନେ ସହାୟତା ଯୋଗାଇବେ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରି କହିଛନ୍ତି। 

ମନ୍ତ୍ରୀ ମାନଙ୍କୁ ପ୍ରଭାବିତ ଜିଲ୍ଲା ଗୁଡ଼ିକର ଦାୟିତ୍ଵ ଦିଆଯାଇଛି । ଅଫିସର ମାନଙ୍କୁ ମଧ୍ୟ ଦାୟିତ୍ଵ ବଣ୍ଟା ଯାଇଛି । ସରକାରୀ ଅଧିକାରୀ ମାନେ ଗ୍ରାଉଣ୍ଡ ଜିରୋରେ ଅଛନ୍ତି । ସ୍ଥାନାନ୍ତରଣ ମଧ୍ୟ ଆରମ୍ଭ ହୋଇଯାଇଛି । ସନ୍ଧ୍ୟା ପୂର୍ବରୁ ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ । ରିଲିଫ କେନ୍ଦ୍ରରେ ସବୁ ସୁବିଧା ଯୋଗାଇ ଦିଆଯିବ । ଯେଉଁ ଜାଗାରେ ବାତ୍ୟା ପ୍ରଭାବ ରହିବ, ସେ ସବୁ ସ୍ଥାନରେ ଲୋକ ଘର ଛାଡି ରିଲିଫ କେନ୍ଦ୍ରକୁ ଆସିବାକୁ ରାଜସ୍ୱ ଏବଂ ବିପର୍ଯ୍ୟୟ ମନ୍ତ୍ରୀ ଅପିଲ କରିଛନ୍ତି । ଘର ନିରାପତ୍ତା ପାଇଁ ଗାଁରେ ପୋଲିସ ଦାୟିତ୍ୱରେ ରହିବେ । ଧାମରା ପାଖାପାଖି ଲ୍ୟାଣ୍ଡ ଫଲ ହେବ । ଲୋକଙ୍କୁ ସବୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ଏନଡିଆରଏଫ୍, ଓଡ୍ରାଫ ଓ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ଯାଇଛନ୍ତି ।

ଏ ପରିସ୍ଥିତିର ଫାଇଦା ଉଠାଇବାକୁ କେହି ଉଦ୍ୟମ ନକରିବା ପାଇଁ ଚେତାବନୀ ଦେଲେ ମନ୍ତ୍ରୀ । ଯୋଗାଣ ବିଭାଗ ଅଧିକାରୀ ମାନେ ତୀକ୍ଷଣ ନଜର ରଖିଛନ୍ତି । ଯିଏ ଫାଇଦା ଉଠାଇବାକୁ ଚେଷ୍ଟା କରିବ ତାଙ୍କ ଉପରେ ଦୃଢ଼ କାର୍ଯାନୁଷ୍ଠାନ ନିଆଯିବ । ବାତ୍ୟା ଗଲା ପରେ କ୍ଷୟକ୍ଷତି ଆକଳନ କରିବେ । ଚାଷ ଫସଲ, ଘର ଭଙ୍ଗା ଓ ଥଇଥାନ ପର୍ଯ୍ୟନ୍ତ ତଦାରଖ କରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.