ମୋହନା ୨୬/୧୨: ଗଜପତି ଜିଲ୍ଲା ମୋହନା ଥାନା ଯୁବ ପଞ୍ଚାୟତ ଭାଲିଆଗଣ୍ଡା ଗାଁରେ ଭୟାବହ ଅଗ୍ନିକାଣ୍ଡ l ଏହି ଅଗ୍ନିକାଣ୍ଡ ଗାଁ ନିକଟସ୍ଥ ଧାନ ଖଳାରେ ହୋଇଥିବା ବେଳେ ପ୍ରାୟ ଗୋଟିଏ ଏକର ଧାନ ଜଳି ପୋଡି ପାଉଁଶ ହୋଇଯାଇଛି l ଆଜି ଭୋର ସମୟରେ କୌଣସି କାରଣ ବଶତଃ ଧାନ ଖଳାରେ ନିଆଁ ଲାଗି ଯାଇଥିଲା l ଫଳରେ ଖଳାରେ ଥିବା ଗାଁର ଫାଉସ୍ଟିନ ରଇତ, ଜୋସେଫ ରଇତ, ପ୍ରକାଶ ମାଝୀ, ପ୍ରାଞ୍ଚିସ ମାଝୀ, ଶୁକୃ ରଇତ, ସୁଶାନ୍ତ ମାଝୀ ଓ ମାର୍ଶାଲ ରଇତ ଆଦି ୭ଟି ପରିବାରର ଧାନ ପୋଡି ନଷ୍ଟ ହୋଇଯାଇଛି l

ତେବେ ଖବର ପାଇ ମୋହନା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆକୁ ଆୟତ୍ତ କରିଛନ୍ତି l ଅଗ୍ନିବିପନ୍ନ ପରିବାର ଆର୍ଥିକ ସ୍ଥିତି ଖରାପ ହୋଇଥିବାରୁ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି l