ପ୍ରମୂଖ ଖବର
  • ଫୁଲବାଣୀ : ନିଖୋଜ ବ୍ୟବସାୟୀଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • କୋରାପୁଟ ଜିଲ୍ଲାପାଳଙ୍କ ଅଚାନକ କୋଟିଆ ଗସ୍ତ, ଏସ୍ ଏସ୍‌ ଡି ହାଇସ୍କୁଲ ପିଲାଙ୍କ ସହ କରିଲେ ଆଲୋଚନା
  • ||
  • ଗଞ୍ଜାମ : ସ୍କୁଲ ଗେଟ୍‌ରେ ପଡିଲା ତାଲା, ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଧାରଣା
  • ||
  • କଟକ : ଗାଁ ଲୋକଙ୍କୁ ଖଣ୍ଡାରେ ଆକ୍ରମଣ ଉଦ୍ୟମ କଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ନୟାଗଡ଼ : ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଫୋପାଡ଼ିଲା ବୋମା, ଜଣେ ଆହତ
  • ||
  • ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅନିଲ-ହଂସିକା, ପୂର୍ବରୁ ଖାରଜ ହୋଇଥିଲା ଆବେଦନ
  • ||
  • ଭୌମ ଏକାଦଶୀ ପାଇଁ ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି ବନ୍ଦ,୩ ମାସରେ କାମ ସାରିବ ଏଏସ୍‌ଆଇ
  • ||
  • ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା, ଆଜି ଯାଜପୁରରୁ ସହାୟତା ରାଶି ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାହାର ହେବ ଦିଲ୍ଲୀ ? ଆପ୍ ମାରିବ ହ୍ୟାଟ୍ରିକ ନା ବାଜିମାରି ନେବ ବିଜେପି, ଆଜି ରେଜଲ୍ଟ
  • ||

ଶୀତ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା, ନୃତ୍ୟରେ ତାଳେ ତାଳେ ନାଚିଲେ ଦର୍ଶକ

Published By : Prameya | January 12, 2025 9:53 PM

ଦାରିଙ୍ଗବାଡି,୧୨/୧(ଆପ୍ର):   ଦାରିଙ୍ଗବାଡି ଠାରେ ଚାଲିଥିବା ଶୀତ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ କମିଟିର ସମ୍ପାଦକ ତଥା ବିଡ଼ିଓ ପ୍ରୀତି ରଞ୍ଜନ ରଥଙ୍କ ସଭାପତିତ୍ବ କ୍ରମେ ମୁଖ୍ୟ ଅତିଥି ଭାବେ  ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ ଯୋଗ ଦେଇଥିଲେ।  ଅତିଥି ଭାବେ ଫୁଲବାଣୀ ଉପ ଜିଲ୍ଲାପାଳ ଚିତ୍ତରଞ୍ଜନ ମହନ୍ତ, ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ,ତହସିଲଦାର ଶରତ ଶବର, ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡା, ତୁମ୍ବୁଡ଼ିବନ୍ଧ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ମାଝୀ, ନୂଆଗାଁ ବ୍ଲକ ଅଧ୍ୟକ୍ଷ ସୁଲୋଚନା ଦଳବେହେରା  ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକୁ ସଫେଇ ରଖିଲେ ଆଗାମୀ ଦିନରେ ଆହୁରି ଅଧିକ ରୁ ଅଧିକ ପର୍ଯ୍ୟଟକ ଦାରିଙ୍ଗବାଡି ଆସିବେ ବୋଲି ମୁଖ୍ୟ ଅତିଥି କହିଥିଲେ ।

ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟକାର ଶୈଳେନ୍ଦ୍ର ସାମନ୍ତରାୟଙ୍କ ନୃତ୍ୟରେ ସମସ୍ତ ଦର୍ଶକ ତାଳେ ତାଳେ ନୃତ୍ୟ କରିଥିଲେ । ଏଥି ସହିତ ଓଡ଼ିଶୀ ନୃତ୍ୟ, ପାରମ୍ପରିକ ନୃତ୍ୟ ପରିବେଷଣ ହୋଇଥିଲା । ପତିତପାବନ ରାଉତ, କୈଳାଶ ଚନ୍ଦ୍ର ଦଣ୍ଡପାଟ, କନିଷ୍ଠ ଯନ୍ତ୍ରୀ ଧିରେନ ସେଠୀ, ବିଏସଏସଓ ଖିତିସ୍ ପ୍ରିୟଦର୍ଶୀ ସାହୁ ,ସନ୍ତୋଷ ସାହୁ ପ୍ରମୁଖ, ଦିଲୀପ ସାହୁ, ଲଡୁକିଶୋର ସାହୁ ପ୍ରମୁଖ ସହଯୋଗ କରିଥିଲେ । ଥାନା ଅଧିକାରୀ ଙ୍କ ସମେତ ଅର୍ଜୁନ ଶବର,ପି ଶ୍ରୀନିବାସ ରାଓ ଙ୍କ ସମେତ ପୋଲିସ ଫୋର୍ସ ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିଲେ । ଦାରିଙ୍ଗବାଡି ବୋଲବମ୍ ସଂଘ ପକ୍ଷରୁ ଶୀତୁଆ ରାତିରେ ଶୀତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ମୁକ୍ତଭାବେ ଗ୍ରୀନ ଟି ଦିଆ ଯାଇଥିଲା ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.