ପ୍ରମୂଖ ଖବର
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ସୋମବାର ଶପଥ ନେଇପାରନ୍ତି ମହାୟୁତି ସରକାର, ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏବେ ବି ସସପେନ୍ସ,

Published By : Harapriya Biswal | November 24, 2024 7:50 PM

ମୁମ୍ବାଇ,୨୪।୧୧:  ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଜୋରଦାର ବିଜୟ ପରେ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟ ସରକାର ଗଠନ କରିବାର ଦାବି କରିଛି। ଶିବସେନା(ସିନ୍ଦେ ଗୋଷ୍ଠୀ)ର ବରିଷ୍ଠ ମନ୍ତ୍ରୀ ଦୀପକ କେସରକର କହିଛନ୍ତି, ଶପଥ ଗ୍ରହଣ ସମାରୋହରେ କାଲି ଅର୍ଥାତ ସୋମବାର ଆୟୋଜିତ ହେବାର ସମ୍ଭାବନା ରହିଛି। ଶପଥ ପୁର୍ବରୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି ନେତା ଦେବନ୍ଦ୍ର ଫଡନାଭିସ୍‌ ଓ ଏକନାଥ ସିନ୍ଦେଙ୍କ ଭିତରେ କଡ୍ଡା ଟକ୍କର ଦେଖିବାକୁ ମିଳିଛି। 

ଏନ୍‌ଡିଟିଭି ରିପୋର୍ଟ ଅନୁସାରେ, ଶପଥ ଗ୍ରହଣ ସମାରୋହରେ କେବଳ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସମ୍ଭାବିତ ଉପ-ମୁଖ୍ୟମନ୍ତ୍ରୀ ଶପଥ ନେବେ। କ୍ୟାବିନେଟ୍‌ରେ ସାମିଲ ଅନ୍ୟ ମନ୍ତ୍ରୀଙ୍କ ନାଁ ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଏହାଛଡା ସିଏମ୍ ପଦକୁ ନେଇ ଅନ୍ତିମ ନିଷ୍ପତ୍ତି ମେଣ୍ଟର ସହଯୋଗୀଙ୍କ ସହ ଚର୍ଚ୍ଚା ପରେ ନିଆଯିବ। ଫଡନାଭିସ୍ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ନେଇ କୌଣସି ବିବାଦ ହେବନି। ଏହା ପ୍ରଥମ ଦିନରୁ ଧାର୍ଯ୍ୟ ହୋଇଛି ଯେ, ନିର୍ବାଚନ ପରେ ତିନି ଦଳର ନେତା ଏକାଠି ମିଶି ନିଷ୍ପତ୍ତି ନେବେ।’ ମହାୟୁତି ୨୮୮ ରୁ ୨୩୫ ଆସନ ଜିତି ଭାରି ବହୁମତ ହାସଲ କରିଛି। ବିଜେପି ୧୩୧ ଆସନ ଜିତି ସବୁଠାରୁ ବଡ଼ ଦଳ  ରୂପରେ ନିଜର ସ୍ଥିତି ମଜବୁତ କରିଛି। ସେଭଳି ବିରୋଧି ମୁଖ୍ୟମନ୍ତ୍ରୀ ପଦକୁ ନେଇ ସିନ୍ଦେଙ୍କୁ ଟାର୍ଗେଟ କରି କହିଛନ୍ତି, ତାଙ୍କୁ ଫଡନାଭିସ୍‌ଙ୍କ ନେତୃତ୍ବରେ କାମ କରିବାକୁ ପଡିପାରେ।

ମୁଖ୍ୟମନ୍ତ୍ରୀ ପଦକୁ ନେଇ ମହାରାଷ୍ଟ୍ର ରାଜନୀତିରେ ଦୀର୍ଘ ସମୟ ଧରି ବିବାଦ ଚାଲିଛି। ୨୦୧୯ ରେ ଉଦ୍ଧବ ଓ ଫଡନାଭିସ୍‌ଙ୍କ ମଧ୍ୟରେ ମତଭେଦ ହୋଇଥିଲା। ଏହି କାରଣରୁ ବିଜେପି ଶିବସେନା ମେଣ୍ଟ ଭାଙ୍ଗି ଯାଇଥିଲା। ଏହାପରେ କଂଗ୍ରେସ ଏନ୍‌ସିପି ସ ମିଶି ଉଦ୍ଧବ ମହାବିକାଶ ଅଘାଡି ସରକାର ଗଠନ କରିଥିଲେ। ତେବେ ୨୦୨୨ ରେ ଏକନାଥ ସିନ୍ଦେ ଠାକରେଙ୍କ ବିରୋଧରେ ବିଦ୍ରୋହ କରି ନିଜ ସହ ବହୁ ବିଧାୟକଙ୍କୁ ନେଇ ବିଜେପି ସହ ସରକାର ଗଠନ କରିଥିଲେ। ତା ପରେ ଯାଇ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପରେ ଏନ୍‌ସିପିର ଅଜିତ ପାଓ୍ବାର ନିଜ ଦାଦା ଶରଦ ପାଓ୍ବାରଙ୍କ ବିରୋଧରେ ବିଦ୍ରୋହ କରି ସିନ୍ଦେ ସରକାରଙ୍କୁ ସମର୍ଥନ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.