ପ୍ରମୂଖ ଖବର
  • ରାୟଗଡ଼ା: ଏଏନଏମଙ୍କ ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ମହିଳା ଗିରଫ
  • ||
  • ଗଞ୍ଜାମ : ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର
  • ||
  • ସୁବର୍ଣ୍ଣପୁର: ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଜମିରେ ଖୋଳା ହେଉନି ବୋରୱେଲ୍‌, ଉଠା ଜଳସେଚନ କାର୍ଯ୍ୟାଳୟ ବାରଣ୍ଡାରେ ଚାଷୀଙ୍କ ଧାରଣା
  • ||
  • କଂଗ୍ରେସର ସବୁ ବିଧାୟକ ସସପେଣ୍ଡ୍, ତାରା ବାହିନୀପତି ଓ ରମେଶ ଜେନା ୭ ଦିନ ପାଇଁ ଗୃହରୁ ନିଲମ୍ଵିତ
  • ||
  • ବିଧାନସଭାରେ ହାଇଡ୍ରାମା: ଗେଟ୍‌ ଭାଙ୍ଗି ଭିତରକୁ ପଶିଲେ ବିରୋଧୀ, ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି
  • ||
  • ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ନୟାଗଡ : ଧାନଚେଙ୍ଗଡ଼ା ଡବଲ ମର୍ଡର ଘଟଣା, ଅଭିଯୁକ୍ତ ବାପାକୁ ଧରି ସିନ୍‌ ରିକ୍ରିଏସନ୍‌ କରୁଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

ରିଲିଜ୍‌ ହେଲା ‘ସିକନ୍ଦର’ର ଟିଜର୍‌, ଇନଷ୍ଟା ଆକାଉଣ୍ଟରେ ସେୟାର କଲେ ଭାଇଜାନ

Published By : Prameya | February 28, 2025 8:19 AM

ମୁମ୍ବାଇ ୨୮/୦୨: ଦୀର୍ଘ ଦିନର ପ୍ରତୀକ୍ଷା ପରେ ଶେଷରେ ରିଲିଜ୍‌ ହୋଇଛି ସଲମାନ୍‌ ଖାନ୍‌ଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ସିକନ୍ଦର’ର ଟିଜର । ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଟିଜରକୁ ଶେୟାର କରିଛନ୍ତି ସଲମାନ୍‌ । କ୍ୟାପସନ୍‌ରେ ଲେଖିଛନ୍ତି, ଯିଏ ହୃଦୟରେ ରାଜ୍‌ କରନ୍ତି ତାଙ୍କୁ ସିକନ୍ଦର ବୋଲି କୁହାଯାଏ । ଟିଜରରେ ତାଙ୍କୁ ଦମଦାର ଆକ୍ସନ କରୁଥିବାର ଦେଖିବାକୁ ମିଳୁଛି । ଫିଲ୍ମରେ ସଲମାନ୍‌ଙ୍କ ସହ ରଶ୍ମିକା ମନ୍ଦାନା ସ୍କ୍ରିନ୍‌ ଶେୟାର କରିବାକୁ ଯାଉଥିବାବେଳେ ଟିଜରରେ ତାଙ୍କର ୨-୩ଥର ଝଲକ ରହିଛି । ରିଲିଜ୍‌ ହେବା ପରେ ଏହା ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ କରୁଛି । ୧ ଘଣ୍ଟା ମଧ୍ୟରେ ଏହି ଟିଜରକୁ ୩ ନିୟୁତ ଲୋକେ ଦେଖିଛନ୍ତି ।

ସାଜିଦ୍‌ ନାଡିଆଡ୍‌ୱାଲା ‘ସିକନ୍ଦର’ର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି । ନିର୍ଦ୍ଦେଶନା ଦେଉଛନ୍ତି ଏ. ଆର ମୁଗୁଗଦାସ । ଏହି ଆକ୍ସନ୍‌ ଫିଲ୍ମରେ ସଲମାନ୍‌, ରଶ୍ମିକାଙ୍କ ବ୍ୟତୀତ ସତ୍ୟରାଜ, କାଜଲ ଅଗ୍ରୱାଲ, ସରମନ୍‌ ଯୋଶୀ, ପ୍ରତୀକ ବାବରଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ଚଳିତବର୍ଷ ମାର୍ଚ୍ଚ ୨୮ରେ ‘ସିକନ୍ଦର’ ରିଲିଜ୍‌ ହେବାର ଅଛି । 

 

 

 

 

 

 

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.