ମୁମ୍ବାଇ ୨୮/୦୨: ଦୀର୍ଘ ଦିନର ପ୍ରତୀକ୍ଷା ପରେ ଶେଷରେ ରିଲିଜ୍‌ ହୋଇଛି ସଲମାନ୍‌ ଖାନ୍‌ଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ସିକନ୍ଦର’ର ଟିଜର । ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଟିଜରକୁ ଶେୟାର କରିଛନ୍ତି ସଲମାନ୍‌ । କ୍ୟାପସନ୍‌ରେ ଲେଖିଛନ୍ତି, ଯିଏ ହୃଦୟରେ ରାଜ୍‌ କରନ୍ତି ତାଙ୍କୁ ସିକନ୍ଦର ବୋଲି କୁହାଯାଏ । ଟିଜରରେ ତାଙ୍କୁ ଦମଦାର ଆକ୍ସନ କରୁଥିବାର ଦେଖିବାକୁ ମିଳୁଛି । ଫିଲ୍ମରେ ସଲମାନ୍‌ଙ୍କ ସହ ରଶ୍ମିକା ମନ୍ଦାନା ସ୍କ୍ରିନ୍‌ ଶେୟାର କରିବାକୁ ଯାଉଥିବାବେଳେ ଟିଜରରେ ତାଙ୍କର ୨-୩ଥର ଝଲକ ରହିଛି । ରିଲିଜ୍‌ ହେବା ପରେ ଏହା ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ କରୁଛି । ୧ ଘଣ୍ଟା ମଧ୍ୟରେ ଏହି ଟିଜରକୁ ୩ ନିୟୁତ ଲୋକେ ଦେଖିଛନ୍ତି ।

ସାଜିଦ୍‌ ନାଡିଆଡ୍‌ୱାଲା ‘ସିକନ୍ଦର’ର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି । ନିର୍ଦ୍ଦେଶନା ଦେଉଛନ୍ତି ଏ. ଆର ମୁଗୁଗଦାସ । ଏହି ଆକ୍ସନ୍‌ ଫିଲ୍ମରେ ସଲମାନ୍‌, ରଶ୍ମିକାଙ୍କ ବ୍ୟତୀତ ସତ୍ୟରାଜ, କାଜଲ ଅଗ୍ରୱାଲ, ସରମନ୍‌ ଯୋଶୀ, ପ୍ରତୀକ ବାବରଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ଚଳିତବର୍ଷ ମାର୍ଚ୍ଚ ୨୮ରେ ‘ସିକନ୍ଦର’ ରିଲିଜ୍‌ ହେବାର ଅଛି ।