ପ୍ରମୂଖ ଖବର
  • ଚମକିଲା ଭାଗ୍ୟ; ରାତାରାତି ଶ୍ରମିକରୁ କୋଟିପତି ହେଲେ ହୀରାକୁଦର ଶିବ ସୁନ୍ଦର
  • ||
  • ଅପରେସନ୍ 'ସିନ୍ଦୂର' ; ୬ ନୁହେଁ ପାକିସ୍ତାନର ୯ବିମାନକୁ ମାଟିରେ ମିଶାଇଛି ଭାରତ
  • ||
  • ସଂସଦ ମୌସୁମୀ ଅଧିବେଶନ; ୨୧ ଜୁଲାଇରୁ ୧୨ ଅଗଷ୍ଟ ଯାଏ ଚାଲିବ
  • ||
  • ଜଗତସିଂହପୁର : ପାରାଦୀପ ଆଇସ୍ ଫ୍ୟାକ୍ଟ୍ରିରୁ ଲିକ୍‌ ହେଲା ଆମୋନିଆ ଗ୍ୟାସ୍, ୪ ଅସୁସ୍ଥ
  • ||
  • ବାଲେଶ୍ୱର : ମିନତୀ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟରେ ପୁଲିସର ଚଢାଉ,୧୦ ଯୁବତୀ ଅଟକ
  • ||
  • ବାଲେଶ୍ୱର : ପୋଖରୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ବଢିଲା କରୋନା ଭୟ; ୨୪ ଘଣ୍ଟାରେ ୨୭୬ ଆକ୍ଟିଭ କେସ୍‌, ୭ମୃତ
  • ||
  • ବ୍ରହ୍ମପୁର : ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ଏଏସ୍‌ଆଇ,୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ
  • ||
  • ମୟୂରଭଞ୍ଜ : ୪ଟି ଥାନାର ଅଧିକାରୀଙ୍କୁ ନେଇ ଗୋବିନ୍ଦରାୟପୁର ଓ ତାଳପଦାରେ ମିଳିତ ଚଢ଼ାଉ,ପାଖାପାଖି ୪ଶହ ଗାଈଗୋରୁ ଉଦ୍ଧାର
  • ||
  • ସରଣ୍ଡା ଜଙ୍ଗଲରୁ ଆଉ ୭୦୦ କିଲୋ ବିସ୍ଫୋରକ ଜବତ, ମାଟି ତଳେ ଲୁଚାଇ ରଖିଥିଲେ ମାଓବାଦୀ
  • ||
  • କାର୍ ଉପରେ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍, ୯ ମୃତ
  • ||
  • ଆମେରିକାରେ କୃଷି ଆତଙ୍କବାଦ ଖେଳାଉଛି ଡ୍ରାଗନ୍ ! ସାଙ୍ଘାତିକ 'ବାୟୋ ଅସ୍ତ୍ର' ସହ ଧରାପଡ଼ିଲେ ଚୀନ୍ ନାଗରିକ
  • ||
  • କଟକ : ନକଲି ମୋବିଲ ତିଆରି କାରଖାନାରେ ଚଢାଉ, ୨ ଅଟକ
  • ||
  • ଆନନ୍ଦପୁର ପୌର ଉପାଧ୍ୟକ୍ଷ ଦୁର୍ଗା ଚରଣ ଦଳେଇଙ୍କ ଦେହାନ୍ତ
  • ||
  • ମାଲକାନଗିରି : ଟିପର ଧକ୍କାରେ ବାଇକ ଆରୋହୀ ମୃତ, ଘଟଣାସ୍ଥଳରେ ଚାପା ଉତ୍ତେଜନା
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ଲୁହା ପ୍ଲେଟ୍ ବୋଝେଇ ଟ୍ରେଲର୍‌, ଡ୍ରାଇଭର ଗୁରୁତର
  • ||
  • ଜଗତସିଂହପୁର : ଶଙ୍ଖ ନଦୀ କୂଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ମାଲକାନଗିରି : ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ, ଘର ସାମ୍ନାରୁ ସୁନା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ ମେଡିକାଲରେ ଅଭାବନୀୟ ଘଟଣା, ଭୁଲ୍ ଇଞ୍ଜେକ୍ସନ୍‌ ନେଲା ୬ ରୋଗୀଙ୍କ ଜୀବନ!
  • ||
  • ଭୁବନେଶ୍ଵର : ଆସନ୍ତା ତିନି ଦିନ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତାତିରୁ ମିଳିବନି ନିସ୍ତାର
  • ||
  • ମୟୂରଭଞ୍ଜ : ବେଆଇନ ବନ୍ଧୁକ ଗୁଳି କାରବାରର ମାଷ୍ଟର ମାଇଣ୍ଡ ଗିରଫ, ଲାଇସେନ୍ସ ବନ୍ଧୁକ ପାଇଁ କିଣି ଶିକାରୀଙ୍କୁ ବିକୁଥିଲା ଗୁଳି
  • ||

କୁଇକନ୍ଧ ସମ୍ପ୍ରଦାୟର ଅନନ୍ୟ ପରମ୍ପରା କ୍ରିଉ କିଚେଡ୍‌ ସେଡି, ଉଦୁଲିଆର ୧୫ ବର୍ଷ ପରେ ବିବାହ

Published By : Prameya | June 3, 2025 12:31 PM

ମ.ରାମପୁର,୩୦/୬(ହେମନ୍ତ କୁମାର ସାହୁ): ସେମାନେ ପତିପତ୍ନୀ । ପନ୍ଦର ବର୍ଷ ଧରି ଦାମ୍ପତ୍ୟ  ଜୀବନ ଅତିବାହିତ କରୁଛନ୍ତି । ଇତିମଧ୍ୟରେ ସେମାନଙ୍କର ୫ ସନ୍ତାନ ହେଲେଣି । ୪  ପୁଅ, ଗୋଟିଏ ଝିଅ । ଜନଜାତି ସମ୍ପ୍ରଦାୟର ରୀତିନୀତିକ୍ରମେ ଦାମ୍ପତ୍ୟ ଜୀବନ ଆରମ୍ଭ  କରିଥିଲେ। ହେଲେ ଆନୁଷ୍ଠାନିକ ସ୍ୱୀକୃତି ନ  ଥିଲା । ସେଥିପାଇଁ ପତି-ପତ୍ନୀ ଅଲଗା ହେଲେ ।  କନ୍ୟାପକ୍ଷ ବର ଘରକୁ ଯାଇ ଝିଅକୁ ଫେରାଇ  ଆଣିଲେ। ପୁଣି ଆରମ୍ଭ ହେଲା ବିବାହ ପ୍ରକ୍ରିୟା । ତିଥି ନିର୍ଦ୍ଧାରିତ ହେବା ପରେ ବରପକ୍ଷରୁ  ସମ୍ପ୍ରଦାୟର ବରିଷ୍ଠମାନେ ଧୁମଧାମରେ ବରଯାତ୍ରୀ  ଗଲେ । ବରଯାତ୍ରୀରେ ଦମ୍ପତିଙ୍କ ପୁଅମାନେ ବି  ନାଚିଲେ । "କ୍ରିଉ କିଚେଡ୍‌’ ଅର୍ଥାତ୍‌ କିଚିରି ପିନ୍ଧା  ବା ବରପକ୍ଷରୁ ରୁପେଲୀ ଅଳଙ୍କାର ଧାରଣ  ହେଲା । ତାପରେ ‘ସେଡି’ ବା ଆନୁଷ୍ଠାନିକ  ବିବାହ ସମ୍ପନ୍ନ ହେଲା । ଏହା ହେଉଛି କଳାହାଣ୍ଡି  ଜିଲ୍ଲା ମ.ରାମପୁର ଅଞ୍ଚଳରେ ରହୁଥିବା କୁଇକନ୍ଧ  ସମ୍ପଦ୍ରାୟର ବିବାହ ପରମ୍ପରା "କ୍ରିଉ କିଚେଡ୍‌ସେଡି’ର କଥା । ପରମ୍ପରାକ୍ରମେ ଗତ ୩୧ ତାରିଖ  ବ୍ଲକର ଦେଢ଼ଶୁଳୀ ପଞ୍ଚାୟତ ଅନ୍ତର୍ଗତ ପୁଇଝିରି  ଗ୍ରାମର ବୃଷୁଙ୍ଗା ମାଝି ଓ ବଣ୍ଡେଲପଦର ଗ୍ରାମର  କରେଲି ମାଝିଙ୍କ ବିବାହ ସମ୍ପନ୍ନ ହୋଇଛି । 

କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର  ଦେଢ଼ଶୂଳୀ, ଲୁବେନଗଡ଼, ମାଣିକେରା ଭଳି  ଆଦିବାସୀ ଅଞ୍ଚଳରେ ଏହି ପରମ୍ପରା ବିଶେଷ  ଭାବେ ପ୍ରଚଳିତ । ଏହି ଅଞ୍ଚଳଟି କନ୍ଧମାଳ  ଜିଲ୍ଲାକୁ ଲାଗିଛି । କନ୍ଧମାଳ ଜିଲ୍ଲାରେ ମଧ୍ୟ  କୁଇକନ୍ଧ ସମାଜ ରହିଥିବାରୁ ଉଭୟ ଜିଲ୍ଲାରେ  ଏଭଳି ବିବାହ ପରମ୍ପରା ବର୍ଷ ବର୍ଷ ଧରି  ଚାଲିଆସିଛି । ବଣମୂଲକରେ ରହୁଥିବା ଏହି  ଜନଜାତିରେ ପ୍ରତିବର୍ଷ ପ୍ରାୟ ଆଠରୁ ଦଶଟି କ୍ରିଉ  କିଚେଡ ସେଡି (କିଚିରି ପିନ୍ଧା) ହୋଇଥାଏ ।  

କୁଇକନ୍ଧ ସମ୍ପ୍ରଦାୟରେ ଯେଉଁ ଝିଅର  ବିବାହ କରିବାକୁ ବାପାଙ୍କ ସମ୍ବଳ ନ ଥାଏ ଏବଂ  ଝିଅଟିଏ ବିବାହଯୋଗ୍ୟ ହୋଇଯାଏ, ସେ ନିଜ  ଅଞ୍ଚଳରେ ବରପାତ୍ର ଦେଖିଥାଏ । ସାମାଜିକ  ସ୍ୱୀକୃତି ସହ ଝିଅକୁ ନେଇ ପୁଅଘରେ ଛାଡ଼ି  ଦେଇଆସନ୍ତି । ଏଭଳି ଅଣଆନୁଷ୍ଠାନିକ ବିବାହକୁ  ଜନଜୀବନରେ ଉଦୁଲିଆ କୁହାଯାଇଥାଏ ।  ପୁଅଘର ତରଫରୁ ଝିଅଘରକୁ ଏହାର  ପ୍ରତିଦାନ ସ୍ୱରୂପ ଗାଈ, ବଳଦ, ମଇଁଷି ଆଦିରୁ ଗୋଟିଏ କିମ୍ବା ଦୁଇଟି ଦେବାକୁ ହୁଏ । ଯାହାକୁ  ସେମାନେ ପ୍ରତିଦାନ ବୋଲି ବିଚାର କରନ୍ତି ।  ତା’ପରେ ଝିଅଟିଏ ସ୍ୱାମୀ ଘରେ ସଂସାର ଗଢ଼େ ।  ଦାମ୍ପତ୍ୟ ଜୀବନରେ ଝିଅଟି ଯଦି କିଛି ଭୁଲ  କରେ ସେଥିପାଇଁ ସ୍ୱାମୀ ଦୋଷୀ ହୁଏନି, ବରଂ  ଝିଅର ବାପା ଦୋଷୀସାବ୍ୟସ୍ତ ହୁଏ । ଯେପର୍ଯ୍ୟନ୍ତ  ଝିଅର ବାପଘର ତରଫରୁ ପରମ୍ପରା ଅନୁଯାୟୀ  ‘କ୍ରିଉ କିଚେଡି ସେଡି’ କରିନାହାନ୍ତି, ଝିଅଟିର  ସଂପୂର୍ଣ୍ଣ ଅଧିକାର ସ୍ୱାମୀ ପାଖରେ ନ ଥାଏ ।  ତେଣୁ ପ୍ରାୟ ଝିଅମାନେ ଏହି ସମୟରେ ନିଜକୁ  ଖୁବ୍‌ ମାର୍ଜିତ କରି ସ୍ୱାମୀ ସହିତ ବୈବାହିକ  ଜୀବନ କଟେଇଥାନ୍ତି । ଝିଅର ବାପା ଘର  ସକ୍ଷମ ହେବା ପରେ ପୁଅ ଘରକୁ ଯାଇ ‘କ୍ରିଉ  କିଚେଡ୍‌ ସେଡି’ ପାଇଁ ନିବେଦନ କରନ୍ତି ।  

ପ୍ରଥାନୁଯାୟୀ ବିବାହ ତିଥିର ପ୍ରାୟ ପନ୍ଦର  ଦିନ ପୂର୍ବରୁ ଝିଅକୁ ନିଜ ଘରକୁ ଫେରାଇ  ଆଣନ୍ତି । ନିର୍ଦ୍ଧାରିତ ଲଗ୍ନରେ ବରପକ୍ଷ ଜ୍ଞାତି,  ପରିଜନଙ୍କୁ ଧରି ବରଯାତ୍ରୀ ଯାଆନ୍ତି । ବରପାତ୍ରକୁ  ସମ୍ପର୍କୀୟ ଶାଳୀମାନେ ଗାଧୋଇ ଦେଇଥାଆନ୍ତି ।  ଝିଅକୁ ମଧ୍ୟ ଅନୁରୂପ ଭାବେ ତେଲ, ହଳଦୀ  ଲଗାଇ ସ୍ନାନ କରାଇଥାନ୍ତି । ଗାଧୋଇବା ପାଇଁ  ଗୋଟିଏ ଗରା ପାଣିକୁ ବର ପକ୍ଷରୁ ଶହେ ଟଙ୍କା  ହିସାବରେ ଦିଆଯାଇଥାଏ । ବର ଯେତେ ଗରା  ପାଣିରେ ଗାଧୋଇବାକୁ ଚାହେଁ ତାକୁ ସେତିକି  ଶହ ଟଙ୍କା ଦେବାକୁ ପଡ଼େ । ତାପରେ ଉଭୟେ  ନୂତନ ବସ୍ତ୍ର ପରିଧାନ କରନ୍ତି । ଝିଅର "କିଚିରି  ପିନ୍ଧା’(ରୁପା ଅଳଙ୍କାର ପରିଧାନ) କରାଯାଏ ।  ଗୋଟିଏ କାନରେ ୧୪ଟି ହିସାବରେ ଦୁଇଟି କାନରେ ୨୮ଟି କିଚିରି ପିନ୍ଧାଇବାର ପରମ୍ପରା  ରହିଛି । ନାଚଗୀତ, ଭୋଜିଭାତ ଭିତରେ ଝିଅକୁ  ପରିବାର ଲୋକେ ନିଜ ସାଧ୍ୟ ମତେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦେଇ ବିଦା କରନ୍ତି । ଏହି  ବିବାହ ସମୟରେ କର୍‌ ଏନ୍ଦା (ଖଣିନାଚ)  କରାଯାଇଥାଏ । ସଲପ, ମହୁଲି ପିଇ ଉଭୟ ପକ୍ଷ ଲୋକେ ନାଚଗୀତରେ ମସଗୁଲ ରହନ୍ତି ।  ପୁଣି ଝିଅଟି ନିଜ ବରଘରକୁ ଆସିଥାଏ । ଏଭଳି  ପରମ୍ପରାରେ ହୋଇଥିବା ବାହାଘରରେ କେବେ  ବି ବିବାହ ବିଚ୍ଛେଦ ହୋଇଥିବା ନଜରକୁ ଆସିନି  କି ଯୌତୁକ ନିର୍ଯାତନା ଦେବାର ମଧ୍ୟ ଦେଖିବାକୁ  ମିଳେନାହିଁ । କୁଇକନ୍ଧଙ୍କ ଏଭଳି ନିଆରା ବିବାହ  ପରମ୍ପରା ଆଜିର ସମାଜରେ ଉଦାହରଣୀୟ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.