ନୂଆଦିଲ୍ଲୀ : ଇରାନ-ଆମେରିକା –ଇସ୍ରାଏଲ ଯୁଦ୍ଧରେ ଆମେରିକୀୟ ବାୟୁସେନା ନିଜର ତିନୋଟି ସବୁଠୁ ଶକ୍ତିଶାଳୀ ବମ୍ୱର୍ସକୁ ଛାଡ଼ିଛି। ବି-୧ ଲାନ୍ସର , ବି-୨ ସ୍ପିରିଟ ଓ ବି-୫୨ ଷ୍ଟ୍ରାଟୋଫୋର୍ଟ୍ରେସ- ଏହି ତିନୋଟି ଷ୍ଟ୍ରେଟୋସ୍ପିୟରରେ ଉଡ଼ି ଇରାନର ସାମରିକ ଠିକଣା , ମିସାଇଲ ବଙ୍କର ଓ ତୈଳ ପ୍ଲାଣ୍ଟ ଗୁଡ଼ିକ ଉପରେ ଖୁବ୍ ବୋମାମାଡ଼ କରୁଛନ୍ତି। ଏହି ବମ୍ୱର୍ସ ଏତେ ମାରାତ୍ମକ ଯେ, ଇରାନର ଏୟାର ଡିଫେନ୍ସ ଏହା ସାମ୍ନାରେ ସଂପୂର୍ଣ୍ଣ ଅକ୍ଷମ ଦେଖା ଯାଉଛି। ଆମେରିକା ଏହି ତିନୋଟିକୁ ଏକାଠି ବ୍ୟବହାର କରି ଇରାନକୁ ପ୍ରତି ମୋର୍ଚ୍ଚାରେ ଚାପ ପକାଉଛି। ଆସନ୍ତୁ ଜାଣିବା ଏହି ତିନୋଟି ବମ୍ୱର୍ସ କଣ ,ଏହାର ବିଶେଷତ୍ୱ କଣ ଏବଂ ଏହା ଇରାନ ଯୁଦ୍ଧରେ କେମିତି ଧ୍ୱଂସ କରୁଛି।
ଏହାସହ ମଧ୍ୟ ପଢନ୍ତୁ : ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କଫି ହାଉସ୍ ଭିଡିଓ ଅସଲି ନା ନକଲି ? ଗ୍ରୋକ୍ କହିଲା ଡିପଫେକ୍: ଲାଗି ରହିଛି ଦ୍ୱନ୍ଦ୍ୱ
ବି-୫୨ ଷ୍ଟ୍ରାଟୋଫୋର୍ଟ୍ରେସ : ପୁରୁଣା କିନ୍ତୁ ଭରସାଯୋଗ୍ୟ ଯୋଦ୍ଧା –
ବି-୫୨ ଷ୍ଟ୍ରାଟୋଫୋର୍ଟ୍ରେସ ଆମେରିକାର ସବୁଠୁ ପୁରୁଣା କିନ୍ତୁ ସବୁଠୁ ଭରସାଯୋଗ୍ୟ ଷ୍ଟ୍ରାଟେଜିକ୍ ବମ୍ୱର। ଏହା ୧୯୫୫ ରୁ କାର୍ଯ୍ୟରେ ଅଛି। ଆଜି ମଧ୍ୟ ୭୬ ବମ୍ୱର୍ସ ସକ୍ରିୟ ଅଛି। ଏହାର ଲମ୍ୱ ୪୮ ମିଟର , ଉଚ୍ଚତା ୧୨ ମିଟର ଓ ଡେଣାର ପ୍ରସାର ୫୬ମିଟର। ଏଥିରେ ୮ ଟର୍ବୋଫ୍ୟାନ ଇଞ୍ଜିନ ଲାଗିଛି,ଯାହା ଏହାକୁ ୬୫୦ କିଲୋମିଟର ପ୍ରତି ଘଣ୍ଟାର ଗତିରେ ଉଡ଼ାଇ ଥାଏ।
ରେଞ୍ଜ ୧୪,୦୦୦ କିଲୋମିଟର ଯାଏ ଅର୍ଥାତ୍ ବିନା ଅଟକି ଇରାନ ଯାଏ ପହଞ୍ଚି ପ୍ରତ୍ୟାବର୍ତ୍ତନ ମଧ୍ୟ କରି ପାରେ। ଏହା ୩୧ ,୫୦୦ କିଲୋ ପର୍ଯ୍ୟନ୍ତ ବୋମା ନେଇ ଯାଇ ପାରେ – ଅର୍ଥାତ୍ ଥରକେ ୭୦,୦୦୦ ପାଉଣ୍ଡ ଅସ୍ତ୍ର। କ୍ରୁଜ୍ ମିସାଇଲ , ପରମାଣୁ ଅସ୍ତ୍ର ଓ ପାରମ୍ପରିକ ବୋମା ସବୁ ଛାଡ଼ି ପାରେ। ଇରାନ ଯୁଦ୍ଧରେ ବି-୫୨ ଖାର୍ଗ ଦ୍ୱୀପ ଓ ମିସାଇଲ ଲଞ୍ଚ ସାଇଟ୍ସରେ ଦୀର୍ଘ ଦୂରତ୍ୱରୁ ଆକ୍ରମଣ କରିଛି। ଏହା ଏତେ ଦୃଢ ଯେ, ଇରାନର କୌଣସି ବି ମିସାଇଲ ଏହାକୁ ସହଜରେ ମାରି ପାରିବ ନାହିଁ।
ବି-୧ ଲ୍ୟାନ୍ସର : ଦ୍ରୁତ ଗତିର ସୁପରସୋନିକ୍ ଆକ୍ରମଣକାରୀ –
ବି-୧ ଲ୍ୟାନ୍ସରକୁ ବୋନ୍ ମଧ୍ୟ କୁହାଯାଏ। ଏହା ସୁପରସୋନିକ୍ ବମ୍ୱର, ଯାହା ପାଖାପାଖି ୧୪୦୦ କିଲୋମିଟର ପ୍ରତି ଘଣ୍ଟାର ଗତିରେ ଉଡ଼ିଥାଏ। ଏହାର ଲମ୍ୱ ୪୪ ମିଟର ଓ ଡେଣାର ପ୍ରସାର ୪୧ ମିଟର (ସ୍ୱିପ୍ ମୋଡରେ)। ଏଥିରେ ୪ଟି ଟର୍ବୋଫ୍ୟାନ ଅଞ୍ଜିନ ଅଛି ଏବଂ ଏହା କମ୍ ଉଚ୍ଚତାରେ ଉଡ଼ି ଶତ୍ରୁର ରାଡାରରୁ ରକ୍ଷା ପାଇପାରେ। ଏହା ୩୪୦୦୦ କିଲୋ ଯାଏ ବମ୍ ନେଇଯାଇ ପାରେ। ୧୨୦୦୦ କିଲୋମିଟର ଯାଏ ବିନା ରିଫ୍ୟୁଲିଂ ଉଡ଼ିପାରେ।
ବି-୨ ସ୍ପିରିଟ : ଅଦୃଶ୍ୟ ଷ୍ଟେଲଥ୍ ବମ୍ୱର , ଶତ୍ରୁକୁ ଜଣା ବି ପଡ଼େନାହିଁ –
ବି-୨ ବମ୍ୱର ବିଶ୍ୱର ସବୁଠୁ ମହଙ୍ଗା ଓ ସବୁଠୁ ଗୋପନରେ ହମଲା କରୁଥିବା ଷ୍ଟେଲଥ୍ ବମ୍ୱର। ଏହା ଫ୍ଲାଇଂ ୱିଙ୍ଗ୍ ଡିଜାଇନର , ଯେଉଁଥି ପାଇଁ ରାଡାରରେ ପ୍ରାୟ ଦେଖାଯାଏ ନାହିଁ। ଏହାର ଲମ୍ୱ ୨୧ ମିଟର ଓ ଡେଣାର ଚଉଡ଼ା ୫୨ ମିଟର। ଏଥିରେ ୪ଟି ଟର୍ବୋଫ୍ୟାନ ଇଞ୍ଜିନ ଅଛି। ଏହା ୧୧,୦୦୦ କିଲୋମିଟର ଯାଏ ଉଡ଼ିପାରେ। ଏହା ୧୮,୦୦୦ କିଲୋ ଯାଏ ବୋମା ନେଇଯାଇ ପାରେ, ଯେଉଁଥିରେ ପରମାଣୁ ଅସ୍ତ୍ର ମଧ୍ୟ ସାମିଲ ଅଛି। ଏକ ବି-୨ ଦାମ୍ ୨ ବିଲିୟନ ଡଲାରରୁ ଅଧିକ।
ଆମେରିକା ଏହି ତିନୋଟିକୁ ଅଲଗା ଅଲଗା ରୋଲ୍ରେ ବ୍ୟବହାର କରିଛି। ବି-୫୨ ଲମ୍ୱ ଦୂରତାକୁ ଖୁବ୍ ବୋମା ମାଡ଼ କଲେ ,ବି-୧ ଖୁବ୍ ଜୋରରେ ଆକ୍ରମଣ କରୁଛି। ବି-୨ ଅଦୃଶ୍ୟ ହୋଇ ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ ଠିକଣାକୁ ଟାର୍ଗେଟ୍ କରୁଛି। ଏହି କାରଣରୁ ଇରାନର ମିସାଇଲ ଫ୍ୟାକ୍ଟ୍ରି , ଏୟାର ଡିଫେନ୍ସ ଓ ତୈଳ ଭଣ୍ଡାର ଧ୍ୱଂସ ହୋଇ ସାରିଛି।