କେନ୍ଦ୍ରାପଡା, ୨୪/୧୦ : କେନ୍ଦ୍ରାପଡାରେ ବାତ୍ୟାର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି l ତୁହାକୁ ତୁହା ପବନ ସାଙ୍ଗକୁ ବର୍ଷା ମଧ୍ଯ ହେଉଛି l ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସନ୍ଧ୍ଯା ୫ଟା ସୁଦ୍ଧା ୫୮ହଜାର ୯୭୦ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି l ୫୫୦ଟି ବାତ୍ୟା ଆଶ୍ରୟସ୍ଥଳୀରେ ଲୋକମାନଙ୍କୁ ସୁରକ୍ଷିତ ଭାବେ ଥଇଥାନ କରାଯାଇଛି l
ସେଥିମଧ୍ୟରେ ରାଜନଗର ବ୍ଲକର ୧୮ଟି ପଞ୍ଚାୟତର ୧୮ହଜାର ୨୮୪ ଜଣ ଓ ମହାକାଳପଡା ବ୍ଲକର ୧୪ଟି ପଞ୍ଚାୟତରୁ ୩ହଜାର ୯୩୬ଜଣ ସ୍ଥାନାନ୍ତର ହୋଇଛନ୍ତି l ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ୧୪୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି l ସେଥିମଧ୍ୟରୁ ରାଜକନିକା ବ୍ଲକରେ ସର୍ବାଧିକ ୨୯ମିଲିମିଟର ଓ କେନ୍ଦ୍ରାପଡା ବ୍ଲକରେ ସର୍ବନିମ୍ନ ୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି l ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ସ୍ଥିତି ଉପରେ ନଜର ରଖିଛନ୍ତି l