ସମ୍ବଲପୁର, ୧୬/୧୧ : ନଭେମ୍ଵର ୧୨ ଓ ୧୩ ତାରିଖରେ ଡେବ୍ରିଗଡ ଅଭୟାରଣ୍ୟରେ ପ୍ରଥମ ଥର ପାଇଁ ଗୟଳ ଗଣନା ହୋଇଛି। ୨ ଦିନ ଧରି ଚାଲିଥିବା ଏହି ଗଣନା ଶେଷ ହୋଇ ଏହାର ଫଳାଫଳ ଆସିଛି। ସମୁଦାୟ ୬୫୯ଟି ଗୟଳ ଥିବା ଗଣନାରୁ ଜଣାପଡିଛି। ସେମାନଙ୍କ ମଧ୍ୟରୁ ୨୧୦ଟି ଶାବକ ଥିବା ଜଣାପଡିଛି। ଏହା ସହ ଲେସ୍ ଭିଜିବିଲିଟି ପାଇଁ ୨୦ ପ୍ରତିଶତଙ୍କୁ ଗଣନା କରାଯାଇପାରିନଥିବା ଡିଏଫଓ କହିଛନ୍ତି। ସାରା ଓଡ଼ିଶାରେ ଡେବ୍ରିଗଡରେ ହିଁ ଏତେ ମାତ୍ରାରେ ଗୟଳ ଦେଖା ଯାଉଥିବାରୁ ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି।
ସୂଚନାନୁଯାୟୀ, ଲଖନପୁର ଓ କମଗାଁ ଦୁଇଟି ରେଞ୍ଜର ୨୬ ବିଟ୍ ଅଞ୍ଚଳରେ ଏହି ଗଣନା କରାଯାଇଥିଲା। ୫୩ ଟି ଦଳରେ ୧୧୪ ଜଣ ଭାଗ ନେଇଥିଲେ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ଗଣନା କରାଯାଇଥିଲା।