ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ସୁସ୍ଥ ଏବଂ ଦୀର୍ଘ ଜୀବନର ରହସ୍ୟ ,ଜାଣନ୍ତୁ...

Published By : Anindita Ratha | April 25, 2025 10:15 AM

କାଲିଫର୍ଣ୍ଣିଆର ଜଣେ ବୃଦ୍ଧ ବର୍ତ୍ତମାନ ସୋସିଆଲ ମିଡ଼ିଆର ବେଶ ଭାଇରାଲ ହେଉଛନ୍ତି । ବୃଦ୍ଧାଙ୍କର ବୟସ ପାଇଁ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛନ୍ତି । ୧୯୨୩ ମସିହାରେ ଜନ୍ମିତ ଏହି ବୃଦ୍ଧଙ୍କର ବର୍ତ୍ତମାନର ବୟସ ୧୦୧ ବର୍ଷ । ନିକଟରେ ଏକେ ପୋଡକାଷ୍ଟରେ ସେ ନିଜର ଏତେ ବର୍ଷ ବୟସ ପଛର ରହସ୍ୟ ବିଷୟରେ କଥା ହୋଇଛନ୍ତି । ସେ ଏହି ଭିଡ଼ିଓରେ ୭ଟି ଟିପ୍ସ ଦେଇଛନ୍ତି ଯାହା ବର୍ତ୍ତମାନସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଯଦି ଏହି ଟିପ୍ସକୁ ୟୁବପିଢି ମାନିବ  ତେବେ ତାଙ୍କ ଭଳି ନିରୋଗ ଓ ଦୀର୍ଘାୟୁ ଜୀବନ ବଞ୍ଚିପାରିବେ ବୋଲି ସେ କହିଛନ୍ତି । 

ସବୁଠାରୁ ପ୍ରଥମେ ଜୀବନରେ ବାୟାମକୁ ଆଡ କରନ୍ତୁ। ସବୁଦିନ କିଛି ସମୟ ବାହାର କରି ବ୍ୟାୟାମ କରନ୍ତୁ। ଏହା ଆପଣଙ୍କୁ ସୁସ୍ଥ ରଖିବାରେ ସହାୟକ ହେବ । ବିଶେଷ କରି ୪୦ ରୁ ୭୦ ବର୍ଷ ବୟସ ଭିତରେ କିଛି ନା କିଛି ଶାରୀରିକ ପରିଶ୍ରମ କରନ୍ତୁ । କାରଣ ଏହି ସମୟରେ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବାର ଡ଼ର ବେଶୀ ଥାଏ। ଜୀବନରେ ମାଦକ ଦ୍ରବ୍ୟ,ତମାଖୁ ଠାରୁ ଦୂରରେ ରୁହନ୍ତୁ । 

ଗୁଡ଼ିକ ଆପଣଙ୍କ ସ୍ବାସ୍ଥ୍ୟକୁ ଖରାପ କରିବାପେ ସବୁଠାରୁ ବଡ଼ ଭୂମିକାରଖିଥାଏ। ସେହିଭଳି ନିଜ ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ । ଯେତେ ଓଜନ ଓବେସିଟି ବା ମେଦ ବହୁଳତାର ଭୟ ସେତେ ଅଧିକ । ତେଣୁ ସବୁବେଳେ ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ । ଏକ ସନ୍ତୁଳିତ ଓଜନ ରହିବା ଫଳରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଆପଣଙ୍କଠାରୁ ଦୂରରେ ରହିବ । ଜୀବନରୁ ଚିନିକୁ କାଢି ଦିଅନ୍ତୁ । ଯେତେ ପାରିବେ ସେତେ କମ ଚିନି ଖାଆନ୍ତୁ । ଏହାଦ୍ବାରା ମଧୁମେହ ହେବାର ସମ୍ଭାବନା କମିଥାଏ। ମଧୁମେହ କାରଣରୁ ବିଭିନ୍ନ ରୋଗ ହୋଇଥାଏ,େ ତେମୁ ଚିନି ଖାଇବାରୁ ନିବୃତ୍ତ ରୁହନ୍ତୁ । ବାହାର  ଜଙ୍କଫୁଡ ବା ବାହାର ଖାଦ୍ୟ ଖାଆନ୍ତୁ ନାହିଁ। ଘରେ ସନ୍ତୁଳିତ ଆହାର ନିଜେ ପ୍ରସ୍ତୁତ କରି ଖାଆନ୍ତୁ । କୌଣସି ରୋଗ ହେବ ନାହିଁ ବୋଲି ପ୍ରକାଶ କରିଛନ୍ତି ।  ସେହିପରି ସୁସ୍ପଥ ରହିବା ପାଇଁ ଆପଣ ଖାଦ୍ୟରେ ବାଦାମ,ଛତୁ ,ନାଲି ଚା, ମାଛ, ସବୁଜ ପନିପରିବା ,ଆଭୋକାଡୋ ଓ  ଅଲିଭ୍ ତେଲ ନିଜ ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତୁ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.