ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଠାକୁରଙ୍କୁ ବି ଛାଡ଼ିଲେନି ଲୁଟେରା, ସିଦ୍ଧ ମହାବୀର ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଶହ ଟଙ୍କା ଚୋରି

Published By : Harapriya Sethi | October 5, 2024 12:20 PM

କୋଣାର୍କ,୦୫/୧୦: ଲୁଟେରାଙ୍କ ଟାର୍ଗେଟରେ ଏବେ ମନ୍ଦିର । ଶେଷରେ ମନ୍ଦିର କବାଟ ଭାଙ୍ଗି ମନ୍ଦିର ଭିତରୁ ସିଦ୍ଧ ମହାବୀରଙ୍କ ଅଳଙ୍କାର ଚୋରି କଲେ ଲୁଟେରା । ପୁରୀ ଜିଲ୍ଲା ନୟାହାଟ ଫାଣ୍ଡି ଅନ୍ତର୍ଗତ ଜଙ୍ଗଲବୋରି ପଞ୍ଚାୟତ ମଧୁବନ ଗ୍ରାମରେ ଥିବା ସିଦ୍ଧ ମହାବୀର ମନ୍ଦିରରୁ ବିଳମ୍ବିତ ରାତ୍ରରେ ଲୁଟେରା ମନ୍ଦିର ଫାଟକ ଭାଙ୍ଗି ହନୁମାନଙ୍କ ୩ଟି ରୂପା ମୁକୁଟ, ୩ଟି ହାର, ଏକ ଗଦା, ଠାକୁରଙ୍କ ଏକ ଛତା, ଠାକୁରଙ୍କ ୨ଟି ପାଦ,୨ଟି ରୂପାଆଖି, ଘଣ୍ଟ, ଝାଞ୍ଜ ଶହ ମନ୍ଦିର ଭିତରେ ଥିବା ୨୦ହଜାର ଟଙ୍କା ଦୁର୍ବୁତ୍ତ ଚୋରି କରିନେଇଛନ୍ତି ।

ସୂଚନା ମୁତାବକ, ଶୁକ୍ରବାର ବିଳମ୍ବିତ ରାତ୍ରରେ ଲୁଟେରାସିଦ୍ଧ ମହାବୀର ମନ୍ଦିର ଫାଟକ ଭାଙ୍ଗି ହନୁମାନଙ୍କ ୩ଟି ରୂପା ମୁକୁଟ, ୩ଟି ହାର, ଏକ ଗଦା, ଠାକୁରଙ୍କ ଏକ ଛତା, ଠାକୁରଙ୍କ ୨ଟି ପାଦ, ୨ଟି ରୂପାଆଖି, ଘଣ୍ଟ, ଝାଞ୍ଜ ଶହ ମନ୍ଦିର ଭିତରେ ଥିବା ୨୦ହଜାର ଟଙ୍କା ଦୁର୍ବୁତ୍ତ ଚୋରି କରି ନେଇଛନ୍ତି । ପରେ ଶନିବାର ସକାଳେ ପୂଜକ ମନ୍ଦିର ପୂଜା କରିବାକୁ ଆସିଥିବା ବେଳେ ଏଭଳି ଚୋରି ହୋଇଥିବା ଦେଖି ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ନୟାହାଟ ପୋଲିସ ପହଞ୍ଚି ତଦନ୍ତ କରୁଛି । ଘଟଣାସ୍ଥଳରେ ଏକ ସାଇଁଣ୍ଟିଫିକ୍‌ ଟିମ୍‌ ଉପସ୍ଥିତ ରହି ଛାନଭିନ୍ କରୁଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.