ହରଭଙ୍ଗା, ୨୦।୧୧ : ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ପଞ୍ଚମ ରାଜ୍ୟସ୍ତରୀୟ ମହୋତ୍ସବର ଆଜି ଥିଲା ତୃତୀୟ ସଂନ୍ଧ୍ୟା। ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି ,ସମ୍ବଲପୁରୀ ନୃତ୍ୟ ଓ ଗୀତ ଦର୍ଶକଙ୍କୁ ବିଭୋର କରିଥିଲା । ସମ୍ବଲପୁରୀ ନୃତ୍ୟରେ ଝୁମିଥିଲେ ଦର୍ଶକ।
ହରଭଙ୍ଗା ପଂଚାୟତ ସମିତି ଅଧ୍ୟାକ୍ଷା ସ୍ନେହଲତା ପ୍ରଧାନ, ପୁରୁଣାକଟକ ରେଞ୍ଜ ଅଧିକାରୀ ତଥା ଏ ସି ଏଫ ଜୟନ୍ତ କୁମାର ଦାସ, ହରଭଙ୍ଗା ଥାନା ଅଧିକାରୀ ବାଲ୍ମୀକି ପ୍ରଧାନ, ଓଡିଶା ଡ୍ରାଇଭର ମହାସଂଘ ଅଧକ୍ଷ ପ୍ରଶାନ୍ତ ମେଣ୍ଡୁଳି ଅତିଥି ଭାବେ ଯୋଗ ଦେଇଥିଲେ l ତୃତୀୟ ସନ୍ଧ୍ୟା ରୁ ଉଦଯାପନୀ ଦିବସ ପର୍ଯ୍ୟନ୍ତ ଏହି ମଞ୍ଚରେ ସିନେ ଅଭିନେତ୍ରୀ, , ବରିଷ୍ଠ ବିଶିଷ୍ଟ କଣ୍ଠଶିଳ୍ପୀ, ରାଜ୍ୟ ଓ ରାଜ୍ୟ ବାହାର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ, ପଶ୍ଚିମ ଓଡ଼ିଶାର କଳା ସଂସ୍କୃତି, ସମ୍ବଲପୁରୀ ନୃତ୍ୟ ଓ ଗୀତ ଦର୍ଶକ ଙ୍କୁ ବିଭୋର କରିଥିଲା l ତୃତୀୟ ସନ୍ଧ୍ୟା ରେ ଅଭିନେତ୍ରୀ ମାମା, ସମ୍ବଲପୁରୀ ସୁନାମଧନ୍ୟ କଣ୍ଠ ଶିଳ୍ପୀ ଶାଶ୍ୱତ ତ୍ରିପାଠୀ, ସମ୍ବଲପୁରୀ କମେଡି ଟିଂକୁ ଟିଂଗାଲୁ ଓ ମିଲି ଙ୍କ ସମ୍ବଲପୁରୀ କମେଡି, ନାଟରାଜ ଏକାଡେମୀ, କଟକ, ହାଇସ୍କୁଲ ତିଲେଶ୍ୱର-ଦ୍ୱାରା ଜାତିଭେଦ ସଚେତନତା, ୟୁ ପି ସ୍କୁଲ ଚାରିଛକ-ସର୍ଗି ଫୁଲ, ଖରସଂକୁଲୋଇ-ସମ୍ବଲପୁରୀ ରିମିକ୍ସ, କମଳପୁର-ସମ୍ବଲପୁରୀ ଫୋକ, ସମେତ ବାଳିକା ହାଇସ୍କୁଲ ବଡ଼ବନ୍ଧ ଛାତ୍ର ଛାତ୍ରୀ ଦ୍ୱାରା ନୃତ୍ୟ ଦର୍ଶକ ଙ୍କୁ ବେଶ ଆଦୃତ କରିଥିଲା l
ହରଭଙ୍ଗା ବ୍ଲକ ରେ ହାଡ଼ ଭଙ୍ଗା ଜାଡ ହେଉଥିବା ବେଳେ ମା’ ଭୈରବୀ ମହୋତ୍ସବ ରେ ଦର୍ଶକ ଙ୍କ ଭିଡ଼ ଦେଖିବାକୁ ମିଳୁଛି l କମିଟି ର ସଭାପତି ଅଶୋକ ଅଗ୍ରୱାଲ, ଆବାହକ ସୁକାନ୍ତ ପଟ୍ଟନାୟକ, ଉପ ସଭାପତି- ଅକ୍ରୁର ସେଠି,ସମ୍ପାଦକ ଅଶୋକ ସେଠି, ସମେତ ମହୋତ୍ସବ କମିଟି, ଭୈରବୀ କ୍ଲବ, ପୋଲିସ ପ୍ରଶାସନ, ଡ୍ରାଇଭର ସଂଘ ଭିଡକୁ ନେଇ ଶାନ୍ତି ଶୃଙ୍ଖଳା ସହିତ ସହଯୋଗ କରିଥିଲେ l