ପ୍ରମୂଖ ଖବର
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

୧୫୦୦ ବର୍ଷ ପୁରୁଣା ମନ୍ଦିର, ଭୋକ ସହିପାରନ୍ତିନି ଶ୍ରୀକୃଷ୍ଣ ମୂର୍ତ୍ତି

Published By : Swapna Ray | October 13, 2024 3:43 PM

ନୂଆଦିଲ୍ଲୀ, ୧୩।୧୦: ଦୁନିଆରେ ଅନେକ ଅଜବ ମନ୍ଦିର ରହିଛି ଯାହାର ଅଲୌକିକତା ଆଖିରେ ନ ଦେଖିଲେ ବିଶ୍ୱାସ ହେବ ନାହିଁ । କେତେକ ରହସ୍ୟକୁ ବିଜ୍ଞାନ ମଧ୍ୟ ଭେଦ କରିପାରେନାହିଁ । ସେହିଭଳି ଏକ କୃଷ୍ଣ ମନ୍ଦିର ରହିଛି କେରଳରେ । ଏହି ମନ୍ଦିର ପ୍ରାୟ ୧୫୦୦ ବର୍ଷ ପୁରୁଣା । ଏହି ମନ୍ଦିରକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ରହିଛି ଅନେକ ରହସ୍ୟ । ଲୋକକଥା ଅନୁସାରେ, ଏଠାରେ ପାଣ୍ଡବମାନେ ବନବାସ ସମୟରେ ଶ୍ରୀକୃଷ୍ଣଙ୍କୁ ପୂଜା କରିବା ସହ ଭୋଗ ମଧ୍ୟ କରୁଥିଲେ । ପାଣ୍ଡବଙ୍କ ବନବାସ ସରିବା ପରେ ସେମାନେ ଏହି କୃଷ୍ଣ ମୂର୍ତ୍ତିକୁ ଏହିଠାରେ ଛାଡ଼ି ଚାଲିଯାଇଥିଲେ । ଯାହା ଆଜି ପର୍ଯ୍ୟନ୍ତ ପୂଜା ପାଉଛନ୍ତି । 

ସେହିଭଳି ଏଠାରେ ଦିନକୁ ୧୦ ଥର ଭୋଗ କରାଯାଇଥାଏ । ସ୍ଥାନୀୟ ଲୋକଙ୍କ ମତରେ ଏଠାରେ ପୂଜା ପାଉଥିବା କୃଷ୍ଣ ମୂର୍ତ୍ତି ଭୋକ ସହିପାରନ୍ତି ନାହିଁ । ଯଦି ଠାକୁରଙ୍କୁ ଭୋଗ ନ ଲଗାଯାଏ, ତେବେ ମୂର୍ତ୍ତି ଶୁଖିାଯାଏ ବୋଲି ସ୍ଥାନୀୟ ଲୋକଙ୍କର ବିଶ୍ୱାସ ରହିଛି । ଏଠାରେ ଲାଗୁଥିବା ଭୋଗକୁ କିଛି ମାତ୍ରାରେ ଏକ ପ୍ଲେଟ୍‌ରେ କଢ଼ାଯାଇ ରଖାଯାଏ ଏବଂ ତାହା କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଥାଏ ବୋଲି ଲୋକକଥା ଶୁଣିବାକୁ ମିଳିଥାଏ । ସେହିପରି ଗ୍ରହଣ ସମୟରେ ମଧ୍ୟ ଏହି ମନ୍ଦିର ଖୋଲା ରହିଥାଏ । ପୂର୍ବରୁ ଏଠାରେ ଗ୍ରହଣ ସମୟରେ ମନ୍ଦିର ବନ୍ଦ ରହୁଥିଲା, ହେଲେ ଗ୍ରହଣ ପରେ ମନ୍ଦିର ଖୋଲାଯିବା ପରେ ମୂର୍ତ୍ତି ଶୁଖିଯାଇଥିବା ଦେଖାଯାଇଥିଲା । ତେଣୁ ଏହା ପରଠାରୁ ମନ୍ଦିର ଖୋଲା ରହିଥାଏ । ଏ ସମସ୍ତ କଥା ଆଶ୍ଚର୍ଯ୍ୟକର ହୋଇଥିଲେ ମଧ୍ୟ ଏହାକୁ ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି । ତେବେ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଦେଶ ଅନୁସାରେ, ମାତ୍ର ୨ ମିନିଟ୍‌ ପାଇଁ ଏହି ମନ୍ଦିରକୁ ବନ୍ଦ କରାଯାଇଥାଏ ।     

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.