ଭବନେଶ୍ବର ୧୧/୧୧: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପରି କିଛି ରାଶି ରହିଛି, ଯେଉଁ ରାଶିର ବ୍ୟକ୍ତିମାନେ  ମିଛ ଧରିବାରେ ମାହିର । ଏଣୁ ସମ୍ପୃକ୍ତ ରାଶିର ବ୍ୟକ୍ତିମାନଙ୍କ ନିକଟରେ ମିଛ  କହିବା ପୂର୍ବରୁ ଟିକିଏ ଭାବିବା ଜରୁରି । ଏମାନେ କେଉଁ ରାଶିର ବ୍ୟକ୍ତି ଜାଣନ୍ତୁ -

ମେଷ ରାଶିର ଲୋକମାନେ ଅନ୍ୟମାନଙ୍କ ମନକୁ ଖୁବ୍‌ ଶୀଘ୍ର  ପଢ଼ିପାରନ୍ତି । ଅନ୍ୟର ମତଲବ ଜାଣିନେଉଥିବା ମେଷ ରାଶିର  ଲୋକଙ୍କ ଆଗରେ କେହି ମିଛ କହିବ ତ ଧରାପଡ଼ିବା ଥୟ ।  

ବିଛା ରାଶି ବ୍ୟକ୍ତି ମାନଙ୍କ ସମ୍ମୁଖରେ ଏପଟସେପଟ କଥା  କହିବାରୁ ନିବୃତ୍ତ ରହିବା ଦରକାର । କାରଣ ସେମାନେ କଥା ପଛରେ  ରହିଥିବା ମିଥ୍ୟାଚାରକୁ ଭଲ ଭାବେ ବୁଝିପାରନ୍ତି । ଏଣୁ ବିଛା ରାଶିବାଲାଙ୍କୁ ମିଛ କହିଲେ ଭାରି ପଡ଼ିପାରେ ।  

କୁମ୍ଭ ରାଶିର ବ୍ୟକ୍ତିମାନେ ବହୁତ ଶାନ୍ତ ହୋଇଥାନ୍ତି ।  ମାତ୍ର ଏମାନେ ଅନ୍ୟର ଚାଲ୍‌ବାଜିକୁ ଭଲଭାବେ ଭିତରେ  ଭିତରେ ବୁଝିପାରୁଥାନ୍ତି । ଏଣୁ କୁମ୍ଭ ରାଶିର ବ୍ୟକ୍ତିଙ୍କ ସମ୍ମୁଖରେ  ମିଛ କହିଲେ ଧରାପଡ଼ିବା ଅସମ୍ଭବ ନୁହେଁ । 

ମୀନ ରାଶିବାଲା ମଧ୍ୟ ମିଛ ଧରିବାରେ ମାହିର । ଏମାନେ  ମିଛ କହୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିନେବା ସହିତ ଆବଶ୍ୟକ ସ୍ଥଳେ  ସେମାନଙ୍କର ମୁଖା ଖୋଲିଦେବାକୁ ବି ପଛାନ୍ତି ନାହିଁ