ନୂଆଦିଲ୍ଲୀ : ଭାରତୀୟ ଡାକ ବିଭାଗର ଟାଇମ୍ ଡିପୋଜିଟ୍ (ଟିଡି) ସ୍କିମ୍ ନିବେଶକଙ୍କ ପାଇଁ ଏକ ସୁରକ୍ଷିତ ଓ ଲାଭଦାୟକ ବିକଳ୍ପ ହୋଇ ବାହାରିଛି। ଏହି ସ୍କିମ୍ ବ୍ୟାଙ୍କ ଗୁଡ଼ିକର ଫିକ୍ସ ଡିପୋଜିଟ୍ (ଏଫଡି) ପରି କାମ କରିଥାଏ , କିନ୍ତୁ ଏଥିରେ ସୁଧ ଦର ଅଧିକ ଆକର୍ଷକ ରହିଥାଏ। ପୋଷ୍ଟ ଅଫିସର ଟିଡି ସ୍କିମ୍ରେ ନିବେଶକଙ୍କୁ ୬.୯ ପ୍ରତିଶତରୁ ନେଇ ୭.୫ ପ୍ରତିଶତ ଯାଏ ସୁଧ ମିଳିଥାଏ, ଯାହା ଏହି ବ୍ୟାଙ୍କର ଏଫଡିରୁ ଭଲ ହୋଇଥାଏ। ଏହି ସ୍କିମ୍ରେ ନିବେଶ କରାଯାଇ ଥିବା ପଇସା ସଂପୂର୍ଣ୍ଣ ରୂପେ ସୁରକ୍ଷିତ , କାରଣ ଏହା ଭାରତ ସରକାରର ଅଧିନରେ କାମ କରିଥାଏ।

ପୋଷ୍ଟ ଅଫିସ୍ ଟିଡି ସ୍କିମ୍ର ବିଶେଷ କଥା –
ପୋଷ୍ଟ ଅଫିସ୍ ଟିଡି ସ୍କିମ୍ରେ ନିବେଶକ ୧ ବର୍ଷରୁ ନେଇ ୫ ବର୍ଷ ଯାଏ ନିଜର ପଇସା ଜମା କରିପାରେ। ଏହି ସ୍କିମ୍ରେ ସର୍ବନିମ୍ନ ୧,୦୦୦ଟଙ୍କାରୁ ଖାତା ଖୋଲା ଯାଇପାରେ, ଯାହାକି ସର୍ବାଧିକ ଜମା ରାଶିର କୌଣସି ସୀମା ନାହିଁ। ଟିଡି ଖାତାରେ ମିଳୁଥିବା ସୁଧ ନିବେଶର ଅବଧିରେ ନିର୍ଭର କରିଥାଏ। ଉଦାହରଣ ସ୍ୱରୂପ, ୨ ବର୍ଷର ଟିଡିରେ ୭.୦ ପ୍ରତିଶତର ସୁଧ ମିଳିଥାଏ।
୨ ଲକ୍ଷ ଜମା କଲେ କେତେ ମିଳିବ ସୁଧ ?
ଯଦି ଆପଣ ପୋଷ୍ଟ ଅଫିସର ୨ବର୍ଷର ଟିଡି ସ୍କିମ୍ରେ ୨ଲକ୍ଷ ଜମା କରନ୍ତି , ତ ମ୍ୟାଚ୍ୟୁରିଟିରେ ଆପଣଙ୍କୁ ମୋଟ ୨,୨୯,୭୭୬ ମିଳିବ। ଏଥିରେ ୨୯,୭୭୬ଟଙ୍କାର ସୁଧ ସାମିଲ ହେବ। ଏହି ସୁଧ ଗ୍ୟାରେଣ୍ଟିଡ୍ ଓ ଫିକ୍ସ ଅଟେ। ଯେଉଁଥିରେ କୌଣସି ପ୍ରକାରର ରିସ୍କ ନୁହେଁ।
କିଏ ଖୋଲି ପାରିବ ଟିଡି ଖାତା ?
ପୋଷ୍ଟ ଅଫିସର ଟିଡି ସ୍କିମ୍ରେ କୌଣସି ବି ବ୍ୟକ୍ତି ଖାତା ଖୋଲି ପାରିବେ। ଏଥିରେ ସିଙ୍ଗଲ ଆକାଉଣ୍ଟ ସହ ଜଏଣ୍ଟ ଆକାଉଣ୍ଟ ମଧ୍ୟ ଖୋଲା ଯାଇପାରେ। ଜଏଣ୍ଟ ଆକାଉଣ୍ଟରେ ସର୍ବାଧିକ ୩ ଲୋକଙ୍କ ନାମ ଯୋଡ଼ା ଯାଇ ପାରେ । ଏହି ସ୍କିମ୍ ଛୋଟ ଓ ବଡ଼ ନିବେଶକଙ୍କ ପାଇଁ ଉପଯୁକ୍ତ।
ପୋଷ୍ଟ ଅଫିସ୍ ଟିଡି ସ୍କିମ୍ର ଫାଇଦା –
ସୁରକ୍ଷିତ ନିବେଶ : ପୋଷ୍ଟ ଅଫିସ ସରକାରୀ ସଂସ୍ଥା ଅଟେ , ଏଥିପାଇଁ ଏଥିରେ ନିବେଶ କରାଯାଇ ଥିବା ପଇସା ସଂପୂର୍ଣ୍ଣ ରୂପେ ସୁରକ୍ଷିତ।
ଆକର୍ଷକ ସୁଧ ଦର : ବ୍ୟାଙ୍କ ଗୁଡ଼ିକର ତୁଳନାରେ ପୋଷ୍ଟ ଅଫିସ ଟିଡିରେ ସୁଧ ଦର ଅଧିକ।
ଫେକ୍ସିବିଲିଟି- ୧ ବର୍ଷରୁ ନେଇ ୫ ବର୍ଷ ଯାଏ ଅବଧି ବାଛିବାର ସୁବିଧା ।
କମ୍ ନିବେଶ : କେବଳ ୧,୦୦୦ଟଙ୍କାରୁ ଖାତା ଖୋଲି ପାରିବେ।
କେମିତି ଖୋଲିବେ ଟିଡି ଖାତା ?
ପୋଷ୍ଟ ଅଫିସ ଟିଡି ଖାତା ଖୋଲିବା ପାଇଁ ଆପଣଙ୍କୁ ନିକଟସ୍ଥ ଡାକ ଘରକୁ ଯିବାକୁ ହେବ। ସେଠାରେ ଆପଣଙ୍କୁ ଆବେଦନ ଫର୍ମ ଭରିବାକୁ ହେବ ଏବଂ ଜରୁରୀ କାଗଜପତ୍ର ଜମା କରିବାକୁ ହେବ। ଏଥିରେ ପରିଚୟ ପ୍ରମାଣ , ଠିକଣା ପ୍ରମାଣ ଓ ପାସପୋର୍ଟ ସାଇଜ ଫଟୋର ଆବଶ୍ୟକତା ହୋଇଥାଏ।