ପ୍ରମୂଖ ଖବର
  • ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍. ଅଚ୍ୟୁତାନନ୍ଦନଙ୍କ ୧୦୧ ବର୍ଷରେ ପରଲୋକ
  • ||
  • ମୁମ୍ବାଇ ଏୟାରପୋର୍ଟରେ ଅଘଟଣ, ଅବତରଣ ବେଳେ ରନୱେରୁ ତଳକୁ ଖସିଗଲା ଏୟାର ଇଣ୍ଡିଆ ବିମାନ
  • ||
  • ଦୁଷ୍କର୍ମ ଅଭିଯୋଗରେ ଉଦିତ ପ୍ରଧାନ ଗିରଫ ଘଟଣା। ପୀଡ଼ିତାଙ୍କ ବୟାନ ରେକର୍ଡ
  • ||
  • ଢ଼ାକାରେ ଖସି ପଡ଼ିଲା ଏଫ୍‌-୭ ଟ୍ରେନିଂ ବିମାନ, ଦୁର୍ଘଟଣାରେ ଜଣେ ମୃତ, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କଟକ : ପରିବାରର ୩ ଜଣଙ୍କୁ ହତ୍ୟା ମାମଲା; ପ୍ରମାଣ ଅଭାବରୁ ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଆସାମୀ ନିର୍ଦ୍ଦୋଷରେ ଖଲାସ
  • ||
  • ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା,ଭାରପ୍ରାପ୍ତ ଅଧ୍ୟାପକ ଓ କିଛି କର୍ମଚାରୀଙ୍କୁ ପଚରାଉଚରା
  • ||
  • ଆରଏସପିରେ ଅଘଟଣ, ଶାବଳ ବାଜି ଠିକା ଶ୍ରମିକଙ୍କ ମୃତ୍ୟୁ
  • ||
  • ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ, ଉଦିତ୍ ପ୍ରଧାନଙ୍କୁ ନିଲମ୍ବିତ କଲେ NSUI ସଭାପତି
  • ||
  • ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଏହି ଅଧିବେଶନ ବିଜୟର ଉତ୍ସବ
  • ||
  • ବାଲେଶ୍ୱର :ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ପ୍ରଧାନ ଶିକ୍ଷକ ଏବଂ ଗଣିତ ସାର୍ ଅଟକ
  • ||
  • ପୁରୀ : କୂଅରେ ପଡ଼ି ଚାଲିଗଲା ପାଳିଆ ସେବାୟତଙ୍କ ଜୀବନ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ବଳକା ଖାଦ୍ୟକୁ ଫ୍ରିଜ୍‌ରେ ରଖୁଛନ୍ତି କି? ହୋଇଯାଆନ୍ତୁ ସାବଧାନ...

Published By : Anindita Ratha | January 17, 2025 3:42 PM

ସାଧାରଣତଃ ଆମେ ଘରେ କୌଣସି ଖାଦ୍ୟ ବଳିଗଲେ ତାକୁ ଆମେ ଫ୍ରିଜରେ ରଖିଥାଉ । ପନିପରିବା ଓ ଫଳମୂଳ ଦୀର୍ଘ ଦିନ ପର୍ଯ୍ୟନ୍ତ ସତେଜ ରହିବା ଓ ନଷ୍ଟ ନ ହେବା ପାଇଁ ଫ୍ରିଜରେ ରଖୁ । କିନ୍ତୁ ଏପରି କିଛି ଖାଦ୍ୟ ଅଛି, ଯାହାକୁ ଆଦୌ ଫ୍ରିଜରେ ରଖିବା ଠିକ୍ ନୁହେଁ । ତେବେ ଆସନ୍ତୁ ଜାଣିବା । 

ଆଳୁ: ଫ୍ରିଜରେ ରଖିବା ଦ୍ବାରା ଆଳୁରେ ଥିବା ଷ୍ଟାର୍ଚ ସୁଗାରରେ ପରିଣତ ହୋଇଯାଏ । ଆଉ ସୁଗାର ଆମ ସ୍ବାସ୍ଥ୍ୟ ପାଇଁ ଖରାପ । ଏହାର ସ୍ବାଦ ଓ ଟେକ୍ସଚର ମଧ୍ୟ ପ୍ରଭାବିତ ହୁଏ । ତେଣୁ ଆଳୁକୁ ଫ୍ରିଜରେ ରଖିବା ବଦଳରେ ଏକ ଥଣ୍ଡା ଓ ଅନ୍ଧାରିଆ ସ୍ଥାନରେ ରଖନ୍ତୁ । 

ଟମାଟୋ: ଥଣ୍ଡା ତାପମାତ୍ରା ଟମାଟୋ ସ୍ବାଦ ଖରାପ କରିପାରେ ଓ ଏହାକୁ ନରମ କରିଥାଏ । ତେଣୁ ଏହାକୁ ସବୁବେଳେ ରୁମ୍ ତାପମାତ୍ରାରେ ରଖିବା ଓ ବଜାରରୁ ଆଣିବାର କିଛି ଦିନ ମଧ୍ୟରେ ବ୍ୟବହାର କରିବା ଉଚିତ୍ ।

କଦଳୀ: ଫ୍ରିଜରେ କଦଳୀ ରଖିଲେ ଏହାର ଚୋପା ବ୍ରାଉନ  ହୋଇଯାଇପାରେ । ଯଦିଓ ଏହାର ଭିତର ଅଂଶ ଖାଇବା ଯୋଗ୍ୟ ରହିଥାଏ, କିନ୍ତୁ ସତେଜତା ଓ ସ୍ବାଦ କମିଯାଏ । ସବୁବେଳେ କଦଳୀକୁ ରୁମ୍ ତାପମାତ୍ରାରେ ରଖିବା ଉଚିତ୍ । 

ରସୁଣ: ପିଆଜ ଭଳି ରସୁଣ ମଧ୍ୟ ଫ୍ରିଜରେ ରଖନ୍ତୁ ନାହିଁ । ହେଲେ ଅନେକ ଲୋକ ଚୋପା ଛଡାଇ ରସୁଣ ଫ୍ରିଜରେ ରଖିଦିଅନ୍ତି । ଏମିତି କଲେ ଏହା ନରମ ହୋଇ ଅଙ୍କୁରିତ ହେବାରେ ଲାଗେ  ତେଣୁ ଏହାରୁ ଫ୍ରିଜରେ ରଖିବା ଉଚିତ୍ ନୁହେଁ।

ବ୍ରେଡ: ଫ୍ରିଜରେ ବ୍ରେଡ ରଖିଲେ ଏହା ଶୀଘ୍ର ଶୁଖିଯାଏ ଓ ବାସି ହୋଇଯାଏ । ଏଥିରେ ଫଙ୍ଗସ୍ ହୋଇଯାଏ । ତେଣୁ ବ୍ରେଡ ସବୁବେଳେ ରୁମ୍‌ର ତାପମାତ୍ରାରେ ସିଲ୍‌ଡ ବ୍ୟାଗ ଓ ବ୍ରେଡ ବକ୍ସରେ ରଖିବା ଉଚିତ୍ । ସାମାନ୍ୟ ତାପମାତ୍ରାରେ ରହିଲେ ବ୍ରେଡ ଅଧିକ ଦିନ ଯାଏଁ ଭଲ ରହେ ।

ପିଆଜ: ଫ୍ରିଜରେ ପିଆଜ ମଧ୍ୟ ରଖିବା ଅନୁଚିତ୍ । ଏହାକୁ ସବୁବେଳେ କମ୍ ଥଣ୍ଡା ଓ ଶୁଖିଲା ଜାଗାରେ ରଖିବା ଆବଶ୍ୟକ, ଯେଉଁଠି ଠିକ୍ ଭାବେ ବାୟୁ ଚଳାଚଳ ହେଉଥିବ । ଫଳରେ ପିଆଜ ଅନେକ ଦିନ ଯାଏ ନଷ୍ଟ ହୋଇନଥାଏ ।

ରନ୍ଧା ଚିକେନ: ସେହିପରି ଫ୍ରିଜରେ ୨ରୁ ୩ ଦିନ ଯାଏଁ ରନ୍ଧା ଚିକେନ ରଖିବା ଦ୍ବାରା ଏହା ନଷ୍ଟ ହୋଇଯାଏ। ଚିକେନ ସ୍ବାଦ ବଦଳିଯିବା ସହ ଥଣ୍ଡା ତାପମାତ୍ରା ଏହାର ଟେକ୍ସଚର ଓ ଫ୍ଲେବର ବିଗାଡିଦିଏ । ଏମିତିକି ରେଫ୍ରିଜରେଟେଡ ଚିକେନ ଖାଇବା ଫଳରେ ଫୁଡ୍ ପଏଜନିଂ ହେବାର ସମ୍ଭାବନା ଥାଏ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.