ନୂଆଦିଲ୍ଲୀ ୧୪/୦୨: ଶୁକ୍ରବାର ଭାଲେଣ୍ଟାଇନ ଡେ’ । ଯୁବ ପିଢ଼ି ପ୍ରେମ ସପ୍ତାହ ପାଳନରେ ବ୍ୟସ୍ତ । କୁହାଯାଏ ପ୍ରେମ ଅନ୍ଧ; ଜାତି, ଧର୍ମ ଓ ବର୍ଣ୍ଣର ଊଦ୍ଧ୍ୱର୍ରେ ଏହାର ସ୍ଥିତି । ପ୍ରେମରେ କେବଳ ଦୁଇଟି ମନର ମିଳନ ହୁଏ । ତେଣୁ ପ୍ରେମିକା ଓ ପ୍ରେମିକର ବୟସ ଏଠାରେ କୌଣସି ପ୍ରତିବନ୍ଧକ ସାଜେ ନାହିଁ । ଭାରତୀୟ କ୍ରିକେଟ୍‌ରେ ଏମିତି ଦମ୍ପତି ଅଛନ୍ତି ସ୍ୱାମୀଙ୍କ ଠାରୁ ପତ୍ନୀଙ୍କ ବୟସ ବଡ଼ । କିନ୍ତୁ ସେମାନଙ୍କ ଦାମ୍ପତ୍ୟ ଜୀବନ ବେଶ ସୁଖମୟ । ସେମିତି କିଛି କ୍ରିକେଟର ଦମ୍ପତିଙ୍କୁ ନେଇ ଆମର ବିଶେଷ ଉପସ୍ଥାପନା ।

କୋହଲି-ଅନୁଷ୍କା :

ଭାରତୀୟ କ୍ରିକେଟର ଭେଟେରାନ ବ୍ୟାଟର ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ୨୦୧୭ରେ ବିବାହ କରିଥିଲେ । ଦୀର୍ଘ ଦିନ ଧରି ଉଭୟ ପ୍ରେମ କରିବା ପରେ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କୋହଲିଙ୍କ ଠାରୁ ଅନୁଷ୍କା ୬ ମାସର ବଡ଼ । ଉଭୟଙ୍କର ଏବେ ଦୁଇଟି ସନ୍ତାନ । 

ସଚିନ-ଅଞ୍ଜଳି :

କିମ୍ବଦନ୍ତୀ ବ୍ୟାଟର ସଚିନ ତେନ୍ଦୁଲକର ଏବଂ ଅଞ୍ଜଳି ୧୯୯୫ ମସିହାରେ ବିବାହ କରିଥିଲେ । ସଚିନଙ୍କ ଠାରୁ ଅଞ୍ଜଳି ୬ ବର୍ଷ ବଡ଼ । କିନ୍ତୁ ବିବାହର ତିନି ଦଶନ୍ଧି ବିତି ଯାଇଥିଲେ ମଧ୍ୟ ସେମାନଙ୍କ ଦାମ୍ପତ୍ୟ ଜୀବନରେ କେବେ ଝଡ଼ ଆସିନାହିଁ । ପୁଅ ଓ ଝିଅଙ୍କୁ ନେଇ ସେମାନେ ବେଶ ଖୁସିରେ ରହିଛନ୍ତି । 

ବୁମରା-ସଞ୍ଜନା :

ପେସ୍‌ ତାରକା ଯଶପ୍ରୀତ ବୁମରା କ୍ରିକେଟ୍‌ ଉପସ୍ଥାପିକା ସଞ୍ଜନା ଗଣେଶନଙ୍କୁ ବିବାହ କରିଥିଲେ । କ୍ରିକେଟ୍‌ ପଡ଼ିଆରେ ପ୍ରଥମ ଦେଖା ଏବଂ ପ୍ରଥମ ଦେଖାରୁ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ଶେଷରେ ସେମାନେ ବିବାହ କରିଥିଲେ । ବୁମରାଙ୍କ ଠାରୁ ସଞ୍ଜନା ୨ ବର୍ଷର ବଡ଼ । ସେମାନଙ୍କ ବୈବାହିକ ଜୀବନ ସୁଖମୟ ରହିଛି । 

ଦୁବେ-ଅଞ୍ଜୁମ :

ଅଞ୍ଜୁମଙ୍କୁ ପ୍ରେମ ବିବାହ କରିଛନ୍ତି ଅଲରାଉଣ୍ଡର ଶିବମ ଦୁବେ । ଦୁବେଙ୍କ ଠାରୁ ତାଙ୍କ ପତ୍ନୀ ୬ ବର୍ଷ ବଡ଼ । ବିବାହ କରି ଉଭୟ ବେଶ ଖୁସି ରହିଛନ୍ତି । 

ରାଇନା-ପ୍ରିୟଙ୍କା :

ପ୍ରିୟଙ୍କା ଚୌଧୁରୀଙ୍କୁ ବିବାହ କରିଥିଲେ ସୁରେଶ ରାଇନା । ଉଭୟ ପ୍ରେମ ସଂପର୍କରେ ଯୋଡ଼ି ହେବା ପରେ ବିବାହ କରିଥିଲେ । ରାଇନାଙ୍କ ଠାରୁ ପ୍ରିୟଙ୍କା ୫ ମାସର ବଡ଼ । ସେମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ରହିଛି ।