ନୂଆଦିଲ୍ଲୀ,୨୯।୧: ସକାଳ ପର୍ଯ୍ୟନ୍ତ ଇଣ୍ଡୋନେସିଆର ସବୁଠାରୁ ଧନୀ ବ୍ୟକ୍ତି। ହେଲେ ରାତି ସନ୍ଧ୍ୟା ସୁଦ୍ଧା ହରାଇଦେଲେ ସବୁ କିଛି। ପ୍ରାୟ ୭୫ ହଜାର କୋଟି ଟଙ୍କା ହରାଇ ବସିଲେ। ଇଣ୍ଡୋନେସିଆର ସବୁଠୁ ବଡ଼ ଓ ଧନୀ ବ୍ୟବସାୟୀ ପ୍ରଜୋଗୋ ପାଙ୍ଗେଷ୍ଟୁଙ୍କୁ ଲାଗିଛି ଜୋରଦାର ଝଟକା। ଗୁରୁବାର ଷ୍ଟକ୍ ମାର୍କେଟ ଖୋଲିବା ପରେ ସବୁକିଛି ସ୍ୱାଭାବିକ ମନେ ହେଉଥିଲା, କିନ୍ତୁ କିଛି ଘଣ୍ଟା ମଧ୍ୟରେ ସ୍କ୍ରିନରେ ଦେଖାଯାଇଥିଲା ରେଡ୍ ଲାଇନ୍ ବା ଲାଲ୍ ସଙ୍କେତ। କମ୍ପାନୀଗୁଡ଼ିକର ସେୟାର ଗୋଟିଏ ପରେ ଗୋଟିଏ ହ୍ରାସ ପାଇଲା ଏବଂ ଇଣ୍ଡୋନେସିଆର ସବୁଠାରୁ ଧନୀ ବ୍ୟବସାୟୀ କିଛି ସମୟ ମଧ୍ୟରେ ପ୍ରାୟ ୯ ବିଲିୟନ ଡଲାର ବା ୭୫ ହଜାର କୋଟି ହରାଇ ବସିଲେ। ବ୍ଲୁମବର୍ଗ ବିଲିୟନିୟର୍ସ ଇଣ୍ଡେକ୍ସ ଅନୁଯାୟୀ, ତାଙ୍କର ମୋଟ ସମ୍ପତ୍ତି ବର୍ତ୍ତମାନ ପ୍ରାୟ ୩୧ ବିଲିୟନ ଡଲାରକୁ ହ୍ରାସ ପାଇଛି।
ଇଣ୍ଡୋନେସିଆର ସବୁଠୁ ବଡ଼ ଓ ଧନୀ ବ୍ୟବସାୟୀଙ୍କୁ ଲାଗିଛି ଜୋରଦାର ଝଟକା। ବିଶ୍ୱ ସୂଚକାଙ୍କ ପ୍ରଦାନକାରୀ MSCI କିଛି ଇଣ୍ଡୋନେସିଆନ୍ କମ୍ପାନୀର ମୂଲ୍ୟାଙ୍କନ ଏବଂ ସେୟାରହୋଲ୍ଡର ଗଠନ ବିଷୟରେ ଚିନ୍ତା ପ୍ରକାଶ କରିଛି। ରିପୋର୍ଟ ପରେ, ଇଣ୍ଡୋନେସିଆନ୍ ଷ୍ଟକ୍ ବଜାରରେ ଏକ ବଡ଼ ବିକ୍ରୟ ଦେଖାଯାଇଥିଲା, ଯାହାର ଫଳସ୍ୱରୂପ ଗୋଟିଏ ଦିନରେ ଦେଶର ଧନୀମାନଙ୍କ ସମ୍ପତ୍ତିରେ ପ୍ରାୟ ୨୨ ବିଲିୟନ ଡଲାର ହ୍ରାସ ଘଟିଥିଲା। ତଥାପି, ଇଣ୍ଡୋନେସିଆର ସବୁଠାରୁ ଧନୀ ବ୍ୟକ୍ତି, ପ୍ରଜୋଗୋ ପାଙ୍ଗେଷ୍ଟୁ ସର୍ବାଧିକ କ୍ଷତି ସହିଥିଲେ।
ଶକ୍ତି ଏବଂ ଖଣି କ୍ଷେତ୍ରରେ କାର୍ଯ୍ୟ କରୁଥିବା ତାଙ୍କ କମ୍ପାନୀଗୁଡ଼ିକର ସେୟାର ଏବଂ ମୋଟ ପୁଞ୍ଜିକରଣ ପ୍ରାୟ ୯ ବିଲିୟନ ଡଲାର କିମ୍ବା ପ୍ରାୟ ୮.୨୭ ଲକ୍ଷ କୋଟି ହ୍ରାସ ପାଇଛି। ବ୍ଲୁମବର୍ଗ ବିଲିୟନିୟର୍ସ ଇଣ୍ଡେକ୍ସ ଅନୁଯାୟୀ, ପ୍ରଜୋଗୋ ପାଙ୍ଗେଷ୍ଟୁଙ୍କ ମୋଟ ସମ୍ପତ୍ତିରେ ପ୍ରାୟ ୧୫ ବିଲିୟନ ଡଲାର ହ୍ରାସ ପାଇ ସାରିଛି। ପ୍ରଜୋଗୋ ଶକ୍ତି କମ୍ପାନୀ ବାରିଟୋ ପାସିଫିକ୍ ରେ ୭୧% ପ୍ରତିଶତ ଅଂଶଧନ ଏବଂ କୋଇଲା ଏବଂ ସୁନା ବାଣିଜ୍ୟ କମ୍ପାନୀ ପେଟ୍ରିଣ୍ଡୋ ଜୟା କ୍ରିଆସିରେ ୮୪% ଅଂଶଧନର ମାଲିକ। ଗୋଟିଏ ଦିନରେ ଉଭୟ କମ୍ପାନୀର ସେୟାର ପ୍ରାୟ ୧୨% ହ୍ରାସ ପାଇଛି। ଏହା କୌଣସି ଯୁଦ୍ଧ ନଥିଲା କିମ୍ବା କୌଣସି ଦୁର୍ନୀତି ନୁହେଁ। ତଥାପି,ବଜାରରେ ଏଭଳି ଭୂକମ୍ପ ଆସିଥିଲା ଯାଇଥିଲା ଯେ ସମଗ୍ର ଦେଶର କୋଟିପତି ଲିଷ୍ଟ ଦୋହଲି ଯାଇଥିଲା। ହଠାତ୍ ଏଭଳି ହ୍ରାସ କୌଣସି କର୍ପୋରେଟ୍ ଘୋଟାଲା ଯୋଗୁଁ ନୁହେଁ, ବରଂ ଏକ ଅନ୍ତର୍ଜାତୀୟ ଚେତାବନୀ ରିପୋର୍ଟ, ଯାହାଦ୍ବାରା ନିବେଶକଙ୍କ ବିଶ୍ୱାସକୁ ଦୋହଲି ଯାଇଛି।