ନୂଆଦିଲ୍ଲୀ : ସାଧରଣତଃ କୌଣସି ଝିଅର ସୌନ୍ଦର୍ଯ୍ୟର ସ୍ତର କଣ ହୋଇଥାଏ ? ବଡ଼ ବଡ଼ ଆଖି, ଘନ କଳା କେଶ, ଭଲ ଗଢଣ , ଉତ୍ତମ ପୋଷାକ ପିନ୍ଧିଥିବା ଇତ୍ୟାଦି। କିନ୍ତୁ ଏସବୁ ସୁନ୍ଦରତା ବା ସୌନ୍ଦର୍ଯ୍ୟର ପ୍ରକୃତ ମାପକାଠି ନୁହେଁ। ପ୍ରକୃତ ସୁନ୍ଦରତା ବା ବ୍ୟୁଟି ଜଣଙ୍କର ଚେହେରାରୁ ଜଣାପଡ଼େ ନାହିଁ, କିନ୍ତୁ ଏହା ଦେଖିବା ଲୋକଙ୍କ ଆଖିରୁ ଜଣାପଡ଼େ। ଏହା ଶତ ପ୍ରତିଶତ ଜଣେ ଇରାନ (ପୂର୍ବର ପାରସ୍ୟ) ରାଜକୁମାରୀଙ୍କ ସହ ସମାନ ଥିଲା।।

ଏହି ରାଜକୁମାରୀଙ୍କ କାହାଣୀ ଓ ଫଟୋ ଗୁଡ଼ିକ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି। ଏହା କୁହାଯାଏ ଯେ, ଏହି ରାଜକୁମାରୀଙ୍କୁ ୧୪୫ ଜଣ ରାଜକୁମାରୀ ବିବାହ ପାଇଁ ପ୍ରପୋଜ କରିଥିଲେ , କିନ୍ତୁ , ରାଜକୁମାରୀ ସମସ୍ତଙ୍କୁ ରିଜେକ୍ଟ କରିଦେଇ ଥିଲେ। ରାଜକୁମାରୀଙ୍କୁ ଖୁବ୍ ପ୍ରେମ କରୁଥିବା ୧୩ ଜଣ ରାଜକୁମାର ପ୍ରତ୍ୟାଖାନକୁ ସହି ପାରିଲେ ନାହିଁ। ସେ ଅଲଗା ଅଲଗା ଉପାୟରେ ଆତ୍ମହତ୍ୟା କରି ନେଇଥିଲେ। ନିଃସନ୍ଦେହ ପ୍ରଥମ ନଜରରେ ଆପଣଙ୍କୁ ଏହି ରାଜକୁମାରୀଙ୍କ ଫଟୋ ଅଜବ ଲାଗିପାରେ, କିନ୍ତୁ ଏହାର କାହାଣୀ ପ୍ରେରଣାଦାୟକ।

ଏହି ରାଜକୁମାରୀଙ୍କ ନାଁ ଥିଲା ଜହରା । ସେ ପାରସ୍ୟ(ବର୍ତ୍ତମାନ ଇରାନ)ର କାଜର ପ୍ରଦେଶର ରାଜକୁମାରୀ ଥିଲେ। ତାଙ୍କର ଜନ୍ମ ୧୮୮୩ ମସିହାରେ ଏକ ଧନୀ ଓ ରାଜକୀୟ ପରିବାରରେ ହୋଇଥିଲା। ସେ କେବଳେ ପାଠପଢି ନଥିଲେ , ବରଂ ଘୋଡ଼ାସବାରୀ ଓ ଆହୁରି ଅନେକ କଳାରେ ନିପୂଣା ଥିଲେ। ତାଙ୍କର ପେଟିଂରେ ବହୁକ ସଉକ ଥିଲା।

ଇରାନର ରାଜକୁମାରୀ ତାଜ ଅଲ୍ କଜର ସୁଲତାନା ଜହରା ସୌନ୍ଦର୍ଯ୍ୟର ସବୁ ମାନଦଣ୍ଡକୁ ପଛରେ ପକାଇ ଦେଇଥିଲେ। ସେ ନୂଆ ସ୍ତର ସ୍ଥାପନା କରିଥିଲେ। ଏହି ରାଜକୁମାରୀଙ୍କର ଶରୀର ଖୁବ ଆକର୍ଷଣୀୟ ଥିଲା । ଚେହେରାରେ ଘନ ଆଇବ୍ରୋ ଓ ଲମ୍ୱା ନିଶ ଥିଲା। ଯଦିଓ ଆଜିକା ଦିନରେ ଏହାକୁ ଅସୁନ୍ଦର କୁହାଯାଏ , କିନ୍ତୁ ସେହି ସମୟରେ ଏହାକୁ ସୁନ୍ଦରତା ମନେକରାଯାଉ ଥିଲା।

ସୌନ୍ଦର୍ଯ୍ୟତା ସହ ରାଜକୁମାରୀ ଜହରାଙ୍କୁ ତାଙ୍କ ସମୟରେ ମଡର୍ଣ୍ଣ ମହିଳା ଭାବେ କୁହାଯାଉ ଥିଲା।ସେ ରାଇଟର , ପେଣ୍ଟର ଓ ଆକ୍ଟିଭିଷ୍ଟ ଥିଲେ। ମହିଳା ଅଧିକାରୀ ଗୁଡ଼ିକ ପାଇଁ ସ୍ୱର ଉଠାଇବାର ପରମ୍ପରା ତାଙ୍କ ଠାରୁ ଆରମ୍ଭ ହୋଇଥିଲା। ସେ ହିଜାବ ଓହ୍ଲାଇବାର ସେହି ସମୟରେ ପ୍ରଥମ ମହିଳା ଥିଲେ। ରାଜକୁମାରୀ ଜହରା ୱେଷ୍ଟର୍ଣ୍ଣ ପୋଷାକ ମଧ୍ୟ ପିନ୍ଧୁ ଥିଲେ।

ରାଜ କୁମାରୀ ଜହରାଙ୍କ ବୁଦ୍ଧିମତା , ଆତ୍ମବିଶ୍ୱାସ ଓ ପ୍ରଗତିଶୀଳ ବିଚାର କାରଣରୁ ସେ ଲୋକଙ୍କ ହୃଦୟରେ ରାଜୁତି କରୁଥିଲେ। ତାଙ୍କ ସାମ୍ନାରେ ବିବାହର ୧୪୫ଟି ପ୍ରସ୍ତାବ ଆସିଥିଲା। ସେ ସମସ୍ତ ପ୍ରସ୍ତାବକୁ ରିଜେକ୍ଟ କରି ଦେଇ ଥିଲେ।

ଦ ହ୍ୟୁମର ନେସନ ୱେବସାଇଟ୍ ମୁତାବିକ , ବହୁ ସଂଖ୍ୟାରେ ଏମିତି ରାଜକୁମାର ଥିଲେ , ଯିଏ ରାଜକୁମାରୀ ଜହରାଙ୍କ ସୌନ୍ଦର୍ଯ୍ୟତାର ଦିୱାନା ଥିଲେ। ଏସବୁ ତାଙ୍କୁ ବିବାହ କରିବାକୁ ଚାହୁଁ ଥିଲେ। କିନ୍ତୁ ପ୍ରପୋଜାଲକୁ ପ୍ରତ୍ୟାଖାନ କରି ଦେବାରୁ ଏସବୁ ଡିପ୍ରେସନକୁ ଆସି ଥିଲେ। ୱେବସାଇଟ୍ ମୁତାବିକ , ପ୍ରାୟ ୧୩ ଜଣ ରାଜକୁମାର ଅଲଗା ଅଲଗା ଉପାୟରେ ଆତ୍ମହତ୍ୟା ମଧ୍ୟ କରିଥିଲେ।

ଦ ହ୍ୟୁମର ନେସନ ୱେବସାଇଟ୍ ମୁତାବିକ, ରାଜକୁମାରୀ ଜହରା ନିଜ ପ୍ରେମିକଙ୍କୁ ବିବାହ କରିଥିଲେ। ଜହରାଙ୍କ ବିବାହ ଅମିର ହୁସୈନ ଖାନ ଶୋଜା ଏ ସଲତନେହଙ୍କ ସହ ହୋଇଥିଲା। ତାଙ୍କର ଚାରି ଜଣ ପିଲା ଥିଲେ। ଏଥିରେ ଦୁଇ ଜଣ ଝିଅ ଓ ଦୁଇ ଜଣ ପୁଅ ଥିଲେ। ହେଲେ ପରେ ତାଙ୍କର ଛାଡ଼ପତ୍ର ହୋଇଥିଲା। କୁହାଯାଏ ଯେ, ଅମିର ହୁସୈନ ଖାନ ଶୋଜା ଏ ସଲତନେହ ତାଙ୍କ ଜୀବନରେ ମୋଟ ୮୪ ଟି ବିବାହ କରିଥିଲେ।

ମିଡ଼ିଆ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଏ ଯେ, ସଲତନେହଙ୍କ ସହ ତଲାକ ପରେ ରାଜକୁମାରୀ ଜହରାଙ୍କ ଅନେକଙ୍କ ଆଫେୟାର ବା ସଂପର୍କ ଗଢି ଉଠି ଥିଲେ। କୁହାଯାଏ ଯେ ତାଙ୍କର ଗୁଲାମ ଅଲି ଖାନ ଅଜିଜି ଅଲ-ସୁଲତାନଙ୍କ ସହିତ ସମ୍ପର୍କ ଥିଲା। ଆଉ ଏକ ସମ୍ପର୍କ ଇରାନୀ କବି ଆରିଫ କାଜଭିନିଙ୍କ ସହିତ ଥିଲା ବୋଲି କୁହାଯାଏ।

ଆହୁରି ମଧ୍ୟ ପଢନ୍ତୁ : ପିତାଙ୍କୁ ପୁଅର ସ୍ୱତନ୍ତ୍ର ସମ୍ମାନ , କାର୍ଯ୍ୟର ଶେଷ ଦିନର ଭିଡ଼ିଓ କରିଦେବ ଭାବପ୍ରବଣ