ଭୁବନେଶ୍ବର,୨୫/୧୧ :  ପ୍ରଭୁ ଶ୍ରୀରାମଙ୍କ ପବିତ୍ର ଧର୍ମ-ଧ୍ଵଜା ଆରୋହଣ କେବଳ ଏକ ସାଧାରଣ ଧାର୍ମିକ ଅନୁଷ୍ଠାନ ନୁହେଁ। ଏହା ହେଉଛି ବର୍ଷ ବର୍ଷ ଧରି ଚାଲିଥିବା ଏକ ଐତିହାସିକ ଆନ୍ଦୋଳନର ପରିଣତି, ଯାହା ଅଗଣିତ ତ୍ୟାଗ ଏବଂ ସଂଘର୍ଷର ମହାନ ଫଳାଫଳ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ସେ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିବା ସହ ଏକ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି , ପ୍ରଭୁ ଶ୍ରୀରାମଙ୍କ ପବିତ୍ର ଧର୍ମ-ଧ୍ଵଜା ଆରୋହଣ କେବଳ ଏକ ସାଧାରଣ ଧାର୍ମିକ ଅନୁଷ୍ଠାନ ନୁହେଁ । ଏହା ହେଉଛି ବର୍ଷ ବର୍ଷ ଧରି ଚାଲିଥିବା ଏକ ଐତିହାସିକ ଆନ୍ଦୋଳନର ପରିଣତି, ଯାହା ଅଗଣିତ ତ୍ୟାଗ ଏବଂ ସଂଘର୍ଷର ମହାନ ଫଳାଫଳ। ଏହି ଧ୍ଵଜା ଆରୋହଣ 'ସଂକଳ୍ପରୁ ସିଦ୍ଧି'ର ଏକ ଜ୍ଵଳନ୍ତ ଉଦାହରଣ। ଏହା ପ୍ରମାଣିତ କରେ ଯେ, ଯଦି ସଂକଳ୍ପ ଦୃଢ଼ ଥାଏ, ତେବେ ବାଧାବିଘ୍ନ ସତ୍ତ୍ୱେ ଶେଷରେ ସଫଳତା ଅବଶ୍ୟମ୍ଭାବୀ । ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ନବ ଆଶା ଏବଂ ବିଜୟର ପ୍ରତୀକ ।

 

ସୂଚନା ଅନୁସାରେ, ଭଗବାନ ଶ୍ରୀରାମଙ୍କ ପବିତ୍ର ନଗରୀ ଅଯୋଧ୍ୟା ଆଉ ଏକ ଭବ୍ୟ କାର୍ଯ୍ୟକ୍ରମର ସାକ୍ଷୀ ହୋଇଛି । ଶୁଭ ମୁହୂର୍ତ୍ତରେ ରାମ ମନ୍ଦିରରେ ଉଡ଼ିଛି ଧର୍ମଧ୍ୱଜା । ମନ୍ଦିର ପ୍ରାଙ୍ଗଣରେ ଦିବ୍ୟ ଓ ନବ୍ୟ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ସମଗ୍ର ଅଯୋଧ୍ୟା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟକ୍ରମରେ ସାମିଲ ହୋଇ ଶୁଭ ମୁହୂର୍ତ୍ତରେ ଧ୍ୱଜାରୋହଣ କରିଛନ୍ତି । ଏହାର ସାକ୍ଷୀ ସାଜିଛନ୍ତି ୮ ହଜାରରୁ ଅଧିକ ଅତିଥି। ୧୦୦ଟନ୍ ଫୁଲରେ ସଜେଇ ହୋଇଛି ଧାମ । ରାମ ମନ୍ଦିର ଧ୍ୱଜାରୋହଣ ସମାରୋହ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପୁଲିସ ଓ ଅର୍ଦ୍ଧସାମରିକ ବାହିନୀକୁ ମିଶାଇ ମୋଟ ୧୦ହଜାର ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି ।