ଭୁବନେଶ୍ୱର, ୭।୨ : ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଦ୍ୱାରା ଲିଖିତ ‘ଏ ମାଟି କଥା କହେ ଏବଂ ବକ୍ସି ଜଗବନ୍ଧୁ: ଦ ଗ୍ରେଟ୍ କମାଣ୍ଡର’ ପୁସ୍ତକ   ଉନ୍ମୋଚିତ ହୋଇଛି।  ରାଜ୍ୟପାଳ ହରିବାବୁ କମ୍ବମପତି,  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରମୁଖ ଯୋଗ ଦେଇ ପୁସ୍ତକ ଉନ୍ମୋଚନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଫଳ ରାଜନେତା ସହ ଭଲ ଲେଖକ ବିଶ୍ବଭୂଷଣ ହରିଚନ୍ଦନ। ୫ ଥର ବିଧାୟକ, ୪ ଥର କ୍ୟାବିନେଟ୍ ମନ୍ତ୍ରୀ ଓ ପୂର୍ବତନ ରାଜ୍ୟପାଳ ରହିଛନ୍ତି ବିଶ୍ବଭୂଷଣ । ବକ୍ସିଙ୍କ ବିରତ୍ୱ  ସାହାସରେ ବିଶ୍ବଭୂଷଣ ବାବୁ ଅନୁପ୍ରାଣୀତ।  ଅନୁଭବି ସାରସ୍ଵତ ସାଧକ ହେଉଛନ୍ତି ବିଶ୍ବଭୂଷଣ ବାବୁ। ବକ୍ସି ଙ୍କ ଭଳି ସେ ମଧ୍ୟ ଜଣେ ସାଲିସ ବିଭିନ୍ନ ରାଜନେତା। ଅସମ୍ଭବକୁ ବିଶ୍ବଭୂଷଣ ବାବୁ ସମ୍ଭବ କରାନ୍ତି।

​​​​​​​

ମୁଖ୍ୟମନ୍ତ୍ରୀ କହିଥିଲେ ବିଶ୍ଵ ଭୂଷଣ ବାବୁଙ୍କ ଦିଗ ଦର୍ଶନରେ ଆମେ କାମ କରୁଥିଲୁ।  ତାଙ୍କ ପ୍ରେରଣା  ,  ଆତ୍ମବିଶ୍ୱାସ ଏବଂ ମାର୍ଗଦର୍ଶକ ମୋତେ ଆଗକୁ ନେଇଛି। । ତାଙ୍କ ଉପଦେଶ ପରାମର୍ଶ  ମୋତେ ଆଗକୁ ନେଇଛି।

ସେହିପରି ସୁରେଶ ପୂଜାରୀ କହିଥିଲେ ଯେ  ଓଡ଼ିଶା ରେ ବିଜେପି କୁ ଆଗକୁ ନେବାରେ ବିଶ୍ବଭୂଷଣ  ଅବଦାନ ଅନନ୍ୟ ଭୂମିକା ରହିଛି। ରାଜନୀତି ଏକ କୋଇଲା ଖଣି ଭଳି। ଯିଏ ଏହା ଭିତରକୁ ଯାଇଛନ୍ତି ବିନା ଦାଗରେ ବାହାରିବା ସହଜ ନୁହେଁ।  ହେଲେ ବିଶ୍ଵ ଭୂଷଣ ବାବୁ ଏକମାତ୍ର  ବ୍ୟକ୍ତି ଯିଏ ଏତେ ଗୁଡ଼ିଏ ଦାୟିତ୍ୱରେ ଥାଇ ମଧ୍ୟ ତାଙ୍କ ଧଳା ବସ୍ତ୍ରରେ ଦାଗ  ଲାଗିନାହିଁ ବୋଲି କହିଥିଲେ ।