ପ୍ରମୂଖ ଖବର
  • ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ୍‌ ରୋଡ୍‌ କରିଡର, ଦୁଇଥାକିଆ ରାସ୍ତା ପାଇଁ ହେବ ସାନି ଟେଣ୍ଡର
  • ||
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

୧୦ କୋଟି ବଜେଟର ଫିଲ୍ମ ରୋଜଗାର କରିଥିଲା ୨ ହଜାର ଟଙ୍କା, ଦେବାଳିଆ ହୋଇଯାଇଥିଲେ ନିର୍ମାତା

Published By : Prameya | April 21, 2025 2:53 PM

ନୂଆଦିଲ୍ଲୀ ୨୧/୦୪: ଫିଲ୍ମ ଇଣ୍ଡଷ୍ଟ୍ରିରେ, ପ୍ରତି ସପ୍ତାହରେ କିଛି ନା କିଛି ଫିଲ୍ମ ସିନେମାଘରେ ରିଲିଜ୍‌ କରେ। ସେହି ଫିଲ୍ମଗୁଡିକ ଅନେକ ଭାଷାରେ ରିଲିଜ୍‌ ହୋଇଥିଲେ ମଧ୍ୟ କେବଳ କିଛି ଭାଷା ବକ୍ସ ଅଫିସରେ କମାଲ ଦେଖାଇପାରେ। ଏପରି ଏକ ଫିଲ୍ମ ଅଛି ଯାହା କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ତିଆରି ହୋଇଥିଲା। କିନ୍ତୁ ବକ୍ସ ଅଫିସରେ ମାତ୍ର ୨ ହଜାର ଟଙ୍କା ରୋଜଗାର କରିଥିଲା। 

ଆମେ କହୁଛୁ ହଲିଉଡ୍ ଫିଲ୍ମ ‘ଜିଜିକ୍ସ ରୋଡ୍’। ଏହି ଫିଲ୍ମରେ କ୍ୟାଥରିନ ହେଗଲ୍, ଲିଓ ଗ୍ରିଲୋ ଏବଂ ଟମ୍ ସାଇଜମୋରଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଥିଲା। ଫିଲ୍ମକୁ ନିର୍ଦ୍ଦେଶନା ଦେଇଥିଲେ ଜନ୍ ପେନି । ହେଲେ ଫିଲ୍ମ ରିଲିଜ୍‌ ପରେ ନିର୍ମାତା ଦେବାଳିଆ ହୋଇଗଲେ।

ରିପୋର୍ଟ ଅନୁସାରେ, ‘ଜିଜିକ୍ସ ରୋଡ୍’  ୧୦ କୋଟି ଟଙ୍କା ବଜେଟ୍ ରେ ନିର୍ମାଣ କରାଯାଇଥିଲା। ଏହି ଫିଲ୍ମଟି ୨୦୦୬ ମସିହାରେ ସିନେମାଘରକୁ ଆସିଥିଲା। କିନ୍ତୁ ଦୁଃଖର କଥା ରିଲିଜ୍‌ ପରେ, ଏହା ବକ୍ସ ଅଫିସରେ ମାତ୍ର ୨୦୦୦ ଟଙ୍କା ରୋଜଗାର କରିଥିଲା। ଯେତେବେଳେ ଲୋକମାନେ ଏହି ଫିଲ୍ମର ରୋଜଗାର ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ ଫିଲ୍ମଟି ସିନେମାହଲରୁ ବାହରି ସାରିଥିଲା। ପରେ ଏହାର ଅନେକ ସିଡି ଏବଂ ଡିଭିଡି ତିଆରି ହୋଇଥିଲା। ଯେଉଁଥିରୁ ଫିଲ୍ମଟି ୩ କୋଟି ଟଙ୍କା ରୋଜଗାର କରିପାରିଥିଲା। 

 

 

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.