ପ୍ରମୂଖ ଖବର
  • ‘ଭାରତ ଡେଡ୍ ଇକୋନୋମି ନୁହେଁ, ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା’
  • ||
  • ଏସ୍ଆଇଆର ଲାଗି ନିର୍ବାଚନ ଆୟୋଗଙ୍କୁ ୨ ବର୍ଷ ସମୟ ମାଗିଲେ ପଶ୍ଚିମବଙ୍ଗ ସରକାର
  • ||
  • ଶନିବାର କୋରାପୁଟ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାଙ୍କବିଜାରେ ବାଣ୍ଟିବେ ସୁଭଦ୍ରା କିସ୍ତି ଟଙ୍କା
  • ||
  • ଅଶାନ୍ତ ଶ୍ରୀକ୍ଷେତ୍ର, ପୂର୍ବ ଶତ୍ରୁତାରୁ ପୁରୀରେ ବୋମାମାଡ଼
  • ||
  • ଭୁବନେଶ୍ୱର : ଶ୍ୱଶୁର ଘରୁ ଜ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଗଞ୍ଜାମ : ସ୍କୁଟି କଣ୍ଟେନରରେ ଅଗ୍ନିକାଣ୍ଡ, ଜଳିଗଲା ୧୦୦ ସ୍କୁଟି
  • ||
  • ଭୁବନେଶ୍ଵର : ରାଜ୍ୟରେ ବର୍ଦ୍ଧିତ ଅପରାଧକୁ ନେଇ କ୍ଷୁବ୍ଧ ମୁଖ୍ୟମନ୍ତ୍ରୀ, ଡାକିଲେ ଜରୁରୀ ବୈଠକ
  • ||
  • ପଟ୍ଟାମୁଣ୍ଡାଇ ଯୁବତୀ ଜୀଅନ୍ତା ଜଳିଯିବା ମାମଲା : ବ୍ଲାକମେଲର ପୁରୁଷ ବନ୍ଧୁ ଅଟକ, ଚେନ୍ନାଇରୁ ଓଡ଼ିଶା ଆଣୁଛି ପୁଲିସ
  • ||
  • ଶୁକ୍ରବାର ରାଜ୍ୟବ୍ୟାପୀ କଂଗ୍ରେସ ପାଳିବ ବିଶ୍ୱ ଆଦିବାସୀ ଦିବସ, ରବିବାର କଂଗ୍ରେସ ଭବନରେ ହେବ ସଭା
  • ||
  • ଓଟିଇଟି ଲିକ୍‌ କେଳେଙ୍କାରୀର ଖୋଲିବ ଗୁମର, ରିମାଣ୍ଡରେ ଆସିବେ ଜିତନ୍, ବିଜୟ,ସୋମବାରଠୁ ଚାଲିବ ଜେରା
  • ||
  • ଭାରତ ସହିତ ବାଣିଜ୍ୟ ଆଲୋଚନାକୁ ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ, କହିଲେ ଟାରିଫ୍ ବିବାଦର ସମାଧାନ ନହେବା ଯାଏ କିଛି ହେବନି
  • ||
  • ଅସ୍ତବ୍ୟସ୍ତ କରୁଛି ଗରମ ସାଙ୍ଗକୁ ଗୁଳୁଗୁଳି: ୧୩ ତାରିଖରେ ଲଘୁଚାପ, ୨୦ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା
  • ||
  • ପାଞ୍ଚ ଦିନରେ ପାଞ୍ଚ ଜିଲ୍ଲା ବୁଲିବେ ଉପମୁଖ୍ୟମନ୍ତ୍ରୀ, ଆଜି କୋଟିଆରେ ‘ସୁଭଦ୍ରା’ ସମୀକ୍ଷା କରିବେ
  • ||
  • ବଲାଙ୍ଗୀର : ନାଳକୁ ଖସିଲା ବାଇକ୍‌; ଜଣେ ମୃତ, ୨ ଗୁରୁତର
  • ||

ନୂତନ ସଫ୍ଟୱେର ସ୍ଥାପନ ପାଇଁ ଡାକଘରେ ଅଟକିଲା ହଜାର ହଜାର ରାକ୍ଷୀ, ଦୀର୍ଘ ଆଠ ଦିନ ହେଲା ଜିଲ୍ଲାରେ ଡାକ ସେବା ଅଚଳ…

Published By : Ladu Kishor | August 8, 2025 8:28 PM

ମାଲକାନଗିରି,୦୮/୦୮ : ଡାକ ଘରେ ନୂତନ ସଫ୍ଟୱେର ସ୍ଥାପନ ପାଇଁ ଦୀର୍ଘ ଆଠ ଦିନ ହେଲା ଜିଲ୍ଲାରେ ଡାକ ସେବା ଠପ ହୋଇଯାଇଛି । ଗ୍ରାହକ ନାହିଁ ନଥିବା ହଇରାଣ ହେଉଛନ୍ତି । ଭାଇ ନିକଟକୁ ପଠାଇ ଥିବା ଭଉଣୀଙ୍କ ହଜାର ହଜାର ରାକ୍ଷୀ ପଡି ରହିଛି ଡାକ ଘରେ। ଚଳିତ ମାସ ପହିଲାରୁ ମାଲକାନଗିରି ଜିଲ୍ଲାରେ ଥିବା ଜିଲ୍ଲା ମୂଖ୍ୟଡାକ ଘର ସହିତ ସାତଟି ବ୍ଲକର ୧୦ଟି ଉପଡାକ ଘର, ୧୧୧ ଟି ପଞ୍ଚାୟତରେ ଥିବା ପ୍ରାୟ ୧୨୦ରୁ ଉର୍ଦ୍ଧ ଶାଖା ପୋଷ୍ଟ ଅଫିସ ଦୀର୍ଘ ୮ଦିନ  ହେଲା ଅଚଳ ହୋଇ ଯାଇଛି। ଏହି ସବୁ ପୋଷ୍ଟ ଅଫିସରେ ପୂର୍ବରୁ ଲାଗିଥିବା କମ୍ପୁଟର ସଫ୍ଟୱେର ଅଚଳ ହୋଇ ପଡିଛି। ଫଳରେ ବାର୍ଦ୍ଧକ୍ୟ ଭତା, ବିଧବା ଭତା, ଭିନ୍ନ କ୍ଷମ ଭତା, ପିଏମ କିଷାନ, ସୁଭଦ୍ରା ଯୋଜନା, ଏନଆରଇଜିଏସ, ଶୁକନ୍ୟା,ସ୍ପଡ଼ି ପୋଷ୍ଟ, ପାର୍ସଲ, ରେଜିଷ୍ଟ୍ରିପୋଷ୍ଟ, ଏସବି, ଅରଡ଼ି, କୌଣସି ସେଭିଂ ଏକାଉଣ୍ଟ୍ ଠାରୁ ଚିଠି ପତ୍ର ପ୍ରେରଣ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଠପ୍ ହୋଇଯାଇଛି । 

ଚଳିତ ମାସ ବିଭିନ୍ନ ପର୍ବ ପର୍ବାଣୀ, ଯାନିଯାତ୍ରା ଓ ରକ୍ଷା ବନ୍ଧନ ଥିବା ବେଳେ ପୋଷ୍ଟାଲ କାର୍ଯ୍ୟ ଅଚଳ ହୋଇଯାଇଥିବାରୁ ଉପଭୋକ୍ତା ଓ ଜନସାଧାରଣ ନାହିଁ ନଥିବା ହଇରାଣ ହେଉଛନ୍ତି । ବିଶେଷ କରି ଭଉଣୀ ମାନେ ଦୂର ଦୁରାନ୍ତରେ ଥିବା ଭାଇଙ୍କ ପାଇଁ ରେଜିଷ୍ଟ୍ରି ପୋଷ୍ଟ, ସ୍ପିଡ଼ ପୋଷ୍ଟ ମାଧ୍ୟମରେ ରାକ୍ଷୀ ପଠାଇଥିଲେ । ହଜାର ହଜାର ସଂଖ୍ୟାରେ ରାକ୍ଷୀ ଗୁଡିକ ପୋଷ୍ଟ ଅଫିସ ଗୁଡିକରେ ଅଟକି ରହିଛି । ଚଳିତ ବର୍ଷ ଭଉଣୀଙ୍କ ସ୍ନେହର ରାକ୍ଷୀ ଭାଇ ମାନେ ହାତରେ ବାନ୍ଧି ପାରିବେ ନାହିଁ । ପୋଷ୍ଟ ଅଫିସରେ ସର୍ଭର କାମ କରୁ ନଥିବାରୁ ବୁଢା ବୁଢ଼ୀ ମାନେ ଭତା ଟଙ୍କା ନପାଇ ବହୁତ ଅସୁବିଧା ଭୋଗୁଛନ୍ତି । ଡାକ ସେବା ଅଚଳ ହୋଇଯାଇ ଥିବାରୁ ଶ୍ରମିକ ମାନେ ସେମାନଙ୍କ ଏନଜିଆରଇଏସ ମଜୁରୀ ଟଙ୍କା ପାଇ ପାରୁ ନାହାନ୍ତି । ଉପଭୋକ୍ତା ମାନେ ଜିଲ୍ଲାରେ ଥିବା ସମସ୍ତ ପୋଷ୍ଟ ଅଫିସକୁ ଆସି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ତଥା ସଫ୍ଟୱେର ବ୍ଳକ୍ ଡାଉନ୍ ଥିବା ଶୁଣି ପ୍ରତି ଦିନ ଆସି ପୁଣି ଫେରିଯିବା ଆଦି ଅସୁବିଧା ସମ୍ମୁଖୀନ ହେଉଛନ୍ତି।

ଦୀର୍ଘ ଆଠ ଦିନ ହେଲା ଏପରି ଅଚଳ ଅବସ୍ଥା ଜାରି ରହିଛି । ବିଶେଷ କରି ଗାଁ ଗହଲର ଶାଖା ଡାକ ଘର ଉପଭୋକ୍ତା ମାନେ ଡାକ ଘର ଉପରେ ହିଁ ନିର୍ଭର କରି ଥାନ୍ତି । ଡାକ ଘର କାର୍ଯ୍ୟ ଅଚଳ ହୋଇଥିବାରୁ ସେମାନେ ବହୁତ ଅସୁବିଧା ଭୋଗୁଛନ୍ତି । କେତେକ କହୁଛନ୍ତି ଡିଜିଟାଲ ଇଣ୍ଡିଆ ପାଇଁ ଡାକ ଘର ବନ୍ଦ ହୋଇଗଲା । ଲୋକ ମାନେ ପୋଷ୍ଟ ଅଫିସକୁ ଧାଇଁ ଧାଇଁ ନୈରାଶ୍ୟଜନକ ଭାବେ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ କୌଣସି ବିକଳ୍ପ ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ କରାଯାଇ ପାରୁ ନାହିଁ।  

ଦୀର୍ଘ ଆଠ ଦିନ ହେଲା ପୋଷ୍ଟ ଅଫିସରେ ସଫ୍ଟୱେର ଡାଉନ୍ ଥିବାରୁ ଏଭଳି ପରିସ୍ଥିତି ଦେଖା ଦେଇଛି। ଏସମ୍ପର୍କରେ ମାଲକାନଗିରି ଜିଲ୍ଲା ପୋଷ୍ଟାଲ ଇନିସ୍ପେକଟର ସଞ୍ଜୀବ ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ଅଧୀନରେ ପୋଷ୍ଟ ଅଫିସ ରହଥିବା ବେଳେ ସମଗ୍ର ଭାରତ ବର୍ଷରେ ନୂତନ ସଫ୍ଟୱେର ଡାଉନ୍ ଲୋଡ୍ ଓ ସମଗ୍ର ଭାରତବର୍ଷର ଡାକ ଘର ଡିଜିଟାଲ ଇଣ୍ଡିଆରେ ଯୋଡି ହେବା ଯୋଗୁଁ ଏଭଳି ସମସ୍ୟା ଦେଖା ଦେଇଛି। ଏଣୁ ସମସ୍ତ ସରକାରୀ ଓ ବେସରକାରୀ ଚିଠି ପତ୍ର ଆଦାନ ପ୍ରଦାନ, ପୋଷ୍ଟ ଅଫିସରେ ଟଙ୍କା ନେଣ ଦେଣ ଆଦି କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ନୂତନ ସଫ୍ଟୱେର ଇନିଷ୍ଟାଲ ହୋଇ ଗଲେ ଖୁବ ଶୀଘ୍ର ପୋଷ୍ଟଲରେ ଇଣ୍ଟେରନେଟ ଓ ଅନଲାଇନ କାର୍ଯ୍ୟ ଆରମ୍ଭ ହୋଇଯିବ । ଏବେ ସ୍ୱାଭାବିକ ଭାବେ ଅଫ୍ ଲାଇନ କାର୍ଯ୍ୟ ଚାଲୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.