ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ରାଜସ୍ଥାନ ଓ ମଧ୍ୟପ୍ରଦେଶର ବିଭିନ୍ନ ରେଳ ଷ୍ଟେସନ୍‌ ବୋମାରେ ଉଡ଼ାଇ ଦେବାକୁ ଧମକ, ତଦନ୍ତ କରୁଛି ପୋଲିସ

Published By : Tapas Panda | October 2, 2024 8:58 PM

Image Courtesy: indiatvnews

ନୂଆଦିଲ୍ଲୀ: ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ହାଇଆଲର୍ଟ । ବିଭିନ୍ନ ରେଳ ଷ୍ଟେସନ୍‌ ଏବଂ ଧର୍ମାନୁଷ୍ଠାନଗୁଡ଼ିକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ସେସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ହନୁମାନଗଡ଼ ରେଳ ଷ୍ଟେସନ୍‌ରେ ଏକ ଧମକପୂର୍ଣ୍ଣ ପତ୍ର ମିଳିବା ପରେ ସବୁଠି ହଇଚଇ ସୃଷ୍ଟି ହୋଇଛି । 

ଉତ୍ତର ପଶ୍ଚିମ ରେଳବାଇର ସିପିଆରଓ କ୍ୟାପ୍ଟେନ ଶଶି କିରଣ କହିଛନ୍ତି, ‘ଗତକାଲି ବୋମା ବିସ୍ଫୋରଣ ନେଇ ଧମକପୂର୍ଣ୍ଣ ପତ୍ର ହନୁମାନଗଡ଼ ଷ୍ଟେସନ୍‌ର ସୁପରିଟେଣ୍ଡେଣ୍ଟଙ୍କ ହସ୍ତଗତ ହୋଇଥିଲା । ପୋଲିସ ଷ୍ଟେସନ୍‌ର ବିଭିନ୍ନ ସ୍ଥାନରେ ବହୁ ଖୋଜାଖୋଜି କରିଥିଲେ ହେଁ ସେଭଳି କୌଣସି ବସ୍ଫୋରକ ସାମଗ୍ରୀ ପାଇନଥିଲା । ପୋଲିସ ଅଜ୍ଞତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ଛାନଭିନ୍‌ କରୁଛି ।’ 

ହନୁମାନଗଡ଼ର ଅତିରିକ୍ତ ଏସପି ପ୍ୟାରେଲାଲ ମୀନା କହିଛନ୍ତି, ପାକିସ୍ତାନରୁ ପରିଚାଳିତ ଆତଙ୍କବାଦୀ ସଂଗଠନ ଜୈଶ-ଏ ମହମ୍ମଦ ନାଁରେ ଏହି ଧମକଭରା ପତ୍ର ମିଳିଥିଲା । ପତ୍ରରେ ଗଙ୍ଗାନଗର, ହନୁମାନଗଡ଼, ଯୋଦ୍ଧପୁର, ବିକାନେର, କୋଟା, ବୁଣ୍ଡି, ଉଦୟପୁର, ଜୟପୁର ଷ୍ଟେସନ୍‌କୁ ବୋମାରେ ଉଡ଼ାଇ ଦିଆଯିବ ବୋଲି ଧମକ ଦିଆଯାଇଥିଲା । ଏହା ସହ ନଭେମ୍ବର ୨ରେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର ବିଭିନ୍ନ ଧାର୍ମିକ ସ୍ଥଳଗୁଡ଼ିକ ଉପରେ ଆକ୍ରମଣ ହେବ ବୋଲି ପତ୍ର ଜରିଆରେ ଧମକ ମିଳିଥିଲା । ସ୍ଥାନୀୟ ପୋଲିସ ସମେତ ରେଲଓ୍ବେ ପୋଲିସ ଏବଂ ବିଏସଏଫ ମାମଲାର ତଦନ୍ତ କରୁଛନ୍ତି ।  ଚିଠି କେଉଁଠୁ ଆସିଛି ଏବଂ କିଏ ପଠାଇଛି ସେନେଇ ଛାନଭିନ୍‌ ଚାଲିଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.