ସମ୍ବଲପୁର, ୨।୪ : ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ । କିଛି ଦିନ ବ୍ୟବଧାନ ପରେ ପୁଣି ଇ-ମେଲ ଯୋଗେ ବୋମା ଧମକ ମିଳିଛି । ୧୩ ଟି ବୋମା ଥିବା ଇ-ମେଲରେ ଉଲ୍ଲେଖ ରହିଛି । ତେବେ ଖବର ସାମ୍ନାକୁ ଆସିବା ପରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆ ଯାଇଛି । ଡଗ ସ୍କ୍ୱାଡ଼ ଓ ବମ ସ୍କ୍ୱାର୍ଡ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।

ପୂର୍ବରୁ ମଧ୍ୟ ୨ ଥର ବୋମା ଧମକ ମିଳିସାରିଛି । ହେଲେ ଏ ପର୍ଯ୍ୟନ୍ତ କୌଣସି ଅଭିଯୁକ୍ତ ଧରା ପଡ଼ିନାହାନ୍ତି । ତେବେ ବାରମ୍ବାର ବୋମା ଧମକ ପରେ ଭୟ ବଢିବା ସହ ଏହା ଅଶାନ୍ତିର ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଥିବା ଓକିଲ କହିଛନ୍ତି । ଭଲ ସାଇବର ବିଶେଜ୍ଞଙ୍କ ଦ୍ୱାରା ଏମାନଙ୍କ ପର୍ଦାଫାଶ କରିବା କଥା ବୋଲି ଓକିଲ କହିଛନ୍ତି । ସେପଟେ ତଦନ୍ତ ଚାଲିଥିବା କହିଛନ୍ତି ଅତିରିକ୍ତ ଏସପି । ପୂର୍ବ ଥର ନେଦରଲାଣ୍ଡ ଓ ଜର୍ମାନୀ ରୁ ଇ-ମେଲ ଆସିଥିବା ସେ କହିଛନ୍ତି ।