ପ୍ରମୂଖ ଖବର
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ସମ୍ପତ୍ତି ପାଇଁ ରକ୍ତ ସମ୍ପର୍କ ଭୁଲିଗଲା ଭାଇ, ସାମାନ୍ୟ ଟଙ୍କା ପାଇଁ ହତ୍ୟା; ବକ୍ସିବଜାର କେସ୍‌ରେ ତିନି ଅଭିଯୁକ୍ତ ଗିରଫ

Published By : Manash Sahoo | June 20, 2025 4:13 PM

କଟକ, ୨୦/୦୧: ସମ୍ପତ୍ତି ପାଇଁ ସମ୍ପର୍କ ନେଲା ଜୀବନ । ଲୋଭ ସାମ୍ନାରେ ତୁଚ୍ଛ ହେଲା ଭାତୃଭାବ । ଭାଇକୁ ମାରିବାକୁ ପଛେଇଲାନି ଭାଇ । କଟକ ବକ୍ସିବଜାର ଅଶୋକ ବାରିକ୍ ହତ୍ୟା ମାମଲାରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ସ୍ପେଶାଲ୍ ସ୍କ୍ୱଡ୍ ଓ କ୍ୟାଣ୍ଟନ ଥାନା ପୁଲିସ । ସମ୍ପତ୍ତି ଓ ପାରିବାରିକ ବିବାଦକୁ ନେଇ ହତ୍ୟାକାଣ୍ଡ ଘଟିଥିଲା ଡିସିପି କହିଛନ୍ତି । ଏହି ଘଟଣାରେ ଜଣେ ଅଭିଯୁକ୍ତ ଏବେବି ଫେରାର୍ ରହିଛି । ତାକୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ପୁଲିସ୍ ଚଢ଼ାଉ ଜାରି ରଖିଛି ବୋଲି କହିଛନ୍ତି ଡିସିପି ରିଷିକେଶ ଖିଲାରୀ ।    

ସମ୍ପତ୍ତି ଆଉ କିଛି ଟଙ୍କା ପାଇଁ ଭାଇ ବୋହୂ, ଭାଇ ଓ  ପୁତୁରା ମିଳିତ ଭାବେ ଜଘନ୍ୟ କାଣ୍ଡ ଭିଆଇଥିଲେ । ଏହି ହତ୍ୟା ମାମଲାରେ ଅଶୋକ ବାରିକଙ୍କ ଭାଇ, ଭାଇ ବୋହୂ ଓ ପୁତୁରାଙ୍କୁ ଗିରଫ କରିଛି ସ୍ପେଶାଲ୍ ସ୍କ୍ୱାଡ୍ ଓ କ୍ୟାଣ୍ଟନ ମେଣ୍ଟ ଥାନା ପୁଲିସ୍ । ଗତ ମଙ୍ଗଳବାର ବକ୍ସିବଜାର ଅଞ୍ଚଳରେ ଏହି ଘଟଣା ଘଟିଛି । ଅଶୋକ ବାରିକ୍ କଟକ ବକ୍ସିବଜାର ସିଡିଏ ମାର୍କେଟରେ ଶୋଇଥିବା ବେଳେ ତାଙ୍କ ଦୁଇ ଭାଇ, ଭାଇ ବୋହୂ ଓ ପୁତୁରା ପହଞ୍ଚି ଛୁରୀରେ ପ୍ରଥମେ ବେକକୁ କାଟିବା ସହ କଟୁରୀରେ ହାଣି ହତ୍ୟା କରିଥିଲେ। ସମସ୍ତ ଅଭିଯୁକ୍ତ ଦୁଇଟି ବାଇକରେ ପହଞ୍ଚିବାପରେ ଅଭିଯୁକ୍ତ ମାନେ ମୁହଁରେ ରୁମାଲ ଘୋଡ଼ାଇ ମଶାରୀ ଭିତରେ ପଶି କଟୁରୀରେ ହାଣି ଥିବା ପୁଲିସ ହାତରେ ପ୍ରମାଣ ଲାଗିଛି ।

ହତ୍ୟାକାଣ୍ଡ ପାଇଁ ପୂର୍ବରୁ ସମସ୍ତେ ଯୋଜନା ପ୍ରସ୍ତୁତ ହୋଇଥିଲା । ଗତ ମଙ୍ଗଳବାର ରାତିରେ ଏହି କାଣ୍ଡ ଘଟାଇଥିଲେ। ମୃତ ଅଶୋକଙ୍କ କଟକ ଗୋପାଳପୁର ନିକଟରେ ଥିବା ସମ୍ପତ୍ତି କିଛି ବର୍ଷ ତଳେ ବିକ୍ରି ହୋଇଥିଲା । ସେଥିରୁ ମିଳିଥିବା ଭାଗ ଟଙ୍କା ଏବଂ ଶଙ୍କରପୁର ଅଞ୍ଚଳ ଥିବା ସମ୍ପତ୍ତିକୁ ଅନ୍ୟ ଭାଇମାନେ ମାଗିଥିଲେ । ଯାହାକୁ ନେଇ ଭାଇ-ଭାଇଙ୍କ ମଧ୍ୟରେ ବିବାଦ ଉପୁଜି ଥିଲା । ତେଣୁ ଅଶୋକ ଦଶ ବର୍ଷ ହେଲା ଘର ଛାଡ଼ି ବକ୍ସିବଜାର ଅଞ୍ଚଳରେ ରହୁଥିଲେ । ସେହି ସମ୍ପତ୍ତିକୁ ହାତେଇବା ପାଇଁ ଅଶୋକଙ୍କୁ ଭାଇ, ଭାଇ ବୋହୂ ଓ ପୁତୁରା ହତ୍ୟା କରିଛନ୍ତି ବୋଲି ଡିସିପି ରିଷିକେଶ ଖିଲାରୀ କହିଛନ୍ତି । ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ପେଶାଲ ସ୍କ୍ୱାଡ୍, ଡଗ୍ ସ୍କ୍ବଡ୍ ଟିମ୍ ଏବଂ ସାଇଣ୍ଟିଫିକ୍ ଟିମକୁ ନେଇ ଗଠିତ ତଦନ୍ତକାରୀ ଦଳ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଘଟଣାରେ ସମ୍ପୃକ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ।     

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.