ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଅନନ୍ତ ଅମ୍ବାନୀଙ୍କ ପଶୁ ପ୍ରେମ, ୩ଟି ଆଫ୍ରିକୀୟ ହାତୀଙ୍କୁ ଦେଲେ ନୂଆ ଜୀବନ

Published By : Tapas Panda | October 31, 2024 10:28 PM

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ପଶୁ ପ୍ରେମ ସଂପର୍କରେ ସମସ୍ତେ ଜାଣିଛନ୍ତି । ଆଉ ଏବେ ଅନନ୍ତ ଅମ୍ବାନୀ ୩ଟି ଆଫ୍ରିକୀୟ ହାତୀଙ୍କୁ ନୂଆ ଜୀବନ ଦେଇଛନ୍ତି । ଆଫ୍ରିକାର ୩ଟି ଜଙ୍ଗଲୀ ହାତୀଙ୍କୁ ବିମାନରେ ଜାମନଗରରେ ଥିବା ବନ୍ୟଜନ୍ତୁ ଉଦ୍ଧାର କେନ୍ଦ୍ର ବନ୍‌ତାରାକୁ ଅଣାଯାଉଛି । ଏଥିରେ ଦୁଇଟି ମାଈ ଏବଂ ଗୋଟିଏ ଅଣ୍ଡିରା ହାତୀ ରହିଛି । ଏହି ସବୁ ହାତୀର ବୟସ ୨୮ରୁ ୨୯ ବର୍ଷ ମଧ୍ୟରେ ହେବ । 

ମିଳିଥିବା ସୂଚନା ଅନୁସାରେ, ଟ୍ୟୁନିସିଆରେ ଥିବା ଏକ ଘରୋଇ ଚିଡ଼ିଖାନା ହାତୀମାନଙ୍କର ଖାଦ୍ୟ ଏବଂ ଚିକିତ୍ସା ଖର୍ଚ୍ଚ ଲାଗି ଖୁବ ସଂଘର୍ଷ କରୁଥିଲା । ଏଭଳି ସ୍ଥିତିରେ ଚିଡ଼ିଆଖାନାର ଅଧିକାରୀ ବନ୍‌ତାରାକୁ ଏନେଇ ଜଣାଇଥିଲେ । ଅନନ୍ତ ଅମ୍ବାନୀ ଏନେଇ ଜାଣିବା ପରେ ଅବିଳମ୍ବେ ୩ଟି ହାତୀକୁ ଉଦ୍ଧାର କରିବାକୁ ପଦକ୍ଷେପ ଗ୍ରହଣ କରିଛନ୍ତି ।  ଗୋଟିଏ ଚାଟାର୍ଡ ବିମାନରେ ହାତୀ ଆସି ବନତାରାରେ ପହଞ୍ଚିବେ ।  

୩ଟି ହାତୀ ଅଚୁତମ, କାନୀ ଏବଂ ମୀନାକୁ ଦୁଇ ଦଶକ ପୂର୍ବରୁ ମାତ୍ର ୩-୪ ବର୍ଷ ହୋଇଥିବା ବେଳେ ଟ୍ୟୁନିସିଆର ଚିଡ଼ିଆଖାନରେ ଛାଡ଼ି ଦିଆଯାଇଥିଲ । ସେଠାରେ ୨୩ ବର୍ଷ ହେଲା ଦର୍ଶକଙ୍କ ଆକର୍ଷଣ ହୋଇ ଆସିଛନ୍ତି ଅଚୁତମ, କାନୀ ଏବଂ ମୀନା ।  ଦୀର୍ଘ ବର୍ଷ  ଚିଡ଼ିଆଖାନାରେ ରହିବା ପରେ ହାତୀମାନଙ୍କୁ ପୁଣି ଥରେ ଜଙ୍ଗଲରେ ଛାଡ଼ିବା କଷ୍ଟକର । ମଣିଷ ସହାୟତା ଲୋଡ଼ୁଥିବା ହାତୀ ଜଙ୍ଗଲରେ ପୁଣି ଥରେ ବଞ୍ଚିବା ଲାଗି ସଂଘର୍ଷ କରିବା ସମ୍ଭବ ନୁହେଁ ବୋଲି ସଂପୃକ୍ତ ଚଡ଼ିଆଖାନାର ଜଣେ ଅଧିକାରୀ କହିଛନ୍ତି । ତେବେ ଏଭଳି ସ୍ଥିତିରେ ଅନନ୍ତ ଅମ୍ବାନୀଙ୍କ ବନତାରାରେ ହାତୀମାନଙ୍କୁ ସଠିକ ଖାଦ୍ୟ ଏବଂ ଚିକିତ୍ସା ମିଳିପାରିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.