କୋଲକାତା,୧୦/୧୨: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଜଣେ ଡାକ୍ତରୀ ଛାତ୍ରୀ ତାଙ୍କ ବନ୍ଧୁଙ୍କ ସହ ଖାଇବା ପାଇଁ ବାହାରକୁ ଯାଇଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିଲେ। ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି ଯେ ସେ ତାଙ୍କ ବନ୍ଧୁଙ୍କ ସହ ବାହାରକୁ ଖାଇବାକୁ ଯାଇଥିବା ବେଳେ ଦୁଇ-ତିନି ଜଣ ଯୁବକ ତାଙ୍କୁ ଅଟକାଇଥିଲେ, ଜୋରଜବରଦସ୍ତ କରିବା ପରେ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏହି ଘଟଣାରେ ପୋଲିସ ତିନି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି, ଏମାନଙ୍କ ପରିଚୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।
ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜରେ ଦ୍ୱିତୀୟ ବର୍ଷର ଏମ୍ବିବିଏସ୍ ଛାତ୍ରୀ ଜଣକ ଓଡ଼ିଶାର, ସେ ତାଙ୍କ ବନ୍ଧୁଙ୍କ ସହ 'ଗୁପ୍ ଚୁପ୍' ଖାଇବାକୁ ଯାଇଥିବା ବେଳେ ଏହି ଅମାନବୀୟ ଘଟଣା ଥିଲା। କିଛି ଲୋକ ତାଙ୍କୁ ଜୋରଜବରଦସ୍ତ ଧରି ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ ଏବଂ ଜଣେ ଯୁବକ ତାଙ୍କ ସହିତ ଦୁଷ୍ମର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ, ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥାରେ ବର୍ତ୍ତମାନ ସାମାନ୍ୟ ସୁଧାର ଆସିଛି। ତାଙ୍କ ବନ୍ଧୁ ମଧ୍ୟ ତମାମ ମାମଲାରେ ସନ୍ଦେହ ଘେରରେ ଅଛନ୍ତି।
ଖବର ସରବରାହ ସଂସ୍ଥା ଆଇଏଏସ୍ ଅନୁଯାୟୀ, ଛାତ୍ରୀଙ୍କ ଗଣଦୁଷ୍କର୍ମ ମାମଲାରେ ପୋଲିସ ପୂର୍ବରୁ ପାଞ୍ଚ ଜଣଙ୍କୁ ଚିହ୍ନଟ କରିସାରିଛି। "ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ଗିରଫ କରାଯାଇଛି। ବାକି ଦୁଇ ଜଣ ଏବେ ବି ଫେରାର ଅଛନ୍ତି। ସେମାନଙ୍କୁ ଖୋଜା ଚାଲିଥିବା ଆସାନସୋଲ-ଦୁର୍ଗାପୁର ପୋଲିସ କମିଶନରେଟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଶୁଭେନ୍ଦୁ ଅଧିକାରୀଙ୍କ ସମାଲୋଚନା:
ଜଣେ ଡାକ୍ତରୀ ଛାତ୍ରୀଙ୍କ ଗଣଦୁଷ୍କର୍ମ ପରେ, ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ରାଜ୍ୟରେ ବଢ଼ୁଥିବା ଦୁଷ୍କର୍ମ ମାମଲା ଉପରେ ଚିନ୍ତା ପ୍ରକାଶ କରିଛନ୍ତି ଏବଂ ରାଜ୍ୟ ସରକାରଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି। ଶନିବାର ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ଶୁଭେନ୍ଦୁ ଦାବି କରିଛନ୍ତି ଯେ ବଙ୍ଗଳାରେ ଅପରାଧୀମାନଙ୍କୁ ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ମଡେଲ ଅନୁସାରେ ଦଣ୍ଡିତ କରାଯିବା ଉଚିତ। ତାଙ୍କ ଭାଷାରେ, ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରାଯିବା ଉଚିତ ଏବଂ ପରେ ଏନକାଉଣ୍ଟରରେ ହତ୍ୟା କରାଯିବା ଉଚିତ।