• ଗଞ୍ଜେଇ ଚାଲାଣ ଅଭିଯୋଗରେ ସାମ୍ବାଦିକଙ୍କ ସମେତ ୩ ଗିରଫ
  • ବନ୍ଧା ହେଲେ ଗଞ୍ଜେଇ ଚାଲାଣ କରୁଥିବା ସାମ୍ବାଦିକ
  • ଘରୋଇ ଟିଭି ସାମ୍ବାଦିକଙ୍କ ସମେତ ୩ ଗିରଫ
  • ୪୫କିଲୋ ଗଞ୍ଜେଇ, ବୁମ୍, ପରିଚୟ ପତ୍ର ଓ ଦୁଇ ନାମୀ କାର ଜବତ

ଖୋର୍ଦ୍ଧା : ସାମ୍ବାଦିକଙ୍କ ନାଁରେ କଳଙ୍କ। ସାମ୍ବାଦିକ ହୋଇ କରୁଥିଲେ ଗଞ୍ଜେଇ ଚାଲାଣ, ମାଡ଼ି ବସିଲା ଅବକାରୀ ବିଭାଗ। କନ୍ଧମାଳ ଜିଲ୍ଲାରେ ଏକ ଘରୋଇ ଟିଭି ଚ୍ୟାନେଲର ସାମ୍ବାଦିକ ଭାବେ ପରିଚୟ ଦେଇ କାମ କରୁଥିବା ସାମ୍ବାଦିକ ପ୍ରତାପ ଦିଗଲ(୩୫)ଙ୍କୁ ଗିରଫ। ତାଙ୍କୁ ବାଘମାରୀ ଥାନା ଅନ୍ତର୍ଗତ ସାରୁଅ ସୁଖୁଆ ବଜାର ନିକଟରୁ ଅବକାରୀ ବିଭାଗ ଗିରଫ କରିଛି। ତେବେ ଏହି ସାମ୍ବାଦିକଙ୍କ ସମେତ ତିନି ଜଣଙ୍କ ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ୨୩ କିଲୋ ଗଞ୍ଜେଇ, ଗୋଟିଏ ମାରୁତୀ ସୁଜିକ୍ କାର, ଘରୋଇ ଟିଭି ଚ୍ୟାନେଲ ବୁମ, କ୍ୟାମେରା ଓ ସାମ୍ବାଦିକ ପରିଚୟ ପତ୍ର ଜବତ କରାଯାଇଛି।

ମଙ୍ଗଳବାର ସ୍ଥାନୀୟ ଅବକାରୀ ବିଭାଗ ଅଧ୍ୟକ୍ଷକଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅବକାରୀ ଅଧ୍ୟକ୍ଷ ସୁମତୀ ତ୍ରିପାଠୀ ଏନେଇ ସୂଚନା ଦେଇଛନ୍ତି। ତେବେ ଗିରଫ ହୋଇଥିବା ଅନ୍ୟ ଜଣେ ହେଲେ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫୁଲବାଣୀ ଥାନା ଅନ୍ତର୍ଗତ ଅରବିନ୍ଦ ନଗରସ୍ଥିତ ଦିନେଶ ଦିଗଲ୍(୨୫)ଙ୍କୁ ମଧ୍ୟ ଗିରଫ କରାଯାଇଛି।

ଅନ୍ୟପଟେ ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ମଳିପଡ଼ା ନିକଟରୁ ଏକ ଇନୋଭାରୁ ୨୨ କିଲୋ ଗଞ୍ଜେଇ ଜବତ କରିଛି। କନ୍ଧମାଳରୁ ଭୁବନେଶ୍ୱର ଚାଲାଣ ହେଉଥିବା ବେଳେ ସୁବଳ ଦେହୁରୀଙ୍କୁ ଗିରଫ କରାଯାଇଛି। ଚମକା ଦେଇ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ଅବକାରୀ ବିଭାଗ ମାଡ଼ି ବସିଥିଲା ।