ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ମାଲକାନଗିରି ଜିଲ୍ଲାର ୩ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ମିଳିଲା ଜାତୀୟ ଗୁଣବତ୍ତା ପୁରସ୍କାର

Published By : Suraj Kumar | November 30, 2024 8:23 PM

ମାଲକାନଗିରି, ୩୦/୧୧ (ଆପ୍ର ) : ଉତ୍ତମ ରୋଗୀ ସେବା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ମାଲକାନଗିରି ଜିଲ୍ଲାର ୩ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ମିଳିଛି ଜାତୀୟ ସ୍ତରରେ ଜାତୀୟ ଗୁଣବତ୍ତା ପୁରସ୍କାର।

ମାଲକାନଗିରି ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ୧୫୮ ଟି ଉପ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି, ସେଥିମଧ୍ୟରୁ ୭୨ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଅଛି। ଏହି ସବୁ ମନ୍ଦିରରେ ରୋଗୀଙ୍କୁ ଭଗବାନଙ୍କୁ ପୂଜା କଲା ଭଳି ଉତ୍ତମ ଚିକତ୍ସା ଯୋଗାଇ ଦେଵା ସହିତ ସେବା କ୍ଷେତ୍ରରେ ଉଲ୍ଲେଖୀନୟ ସଫଳତା ପାଇଁ  ୩ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ବାସ୍ଥ୍ୟ କେନ୍ଦ୍ର କୁ ଜାତୀୟ ଗୁଣବତ୍ତା ପୁରସ୍କାର ବା  ନ୍ୟାସନାଲ କ୍ୱାଲିଟି ଆସ୍ସୁରାନ୍ସ ଷ୍ଟାଣ୍ଡାର୍ଡ   ସାର୍ଟିଫିକେସନ ମିଳିଛି। ଏନଏଚଏସଆରସି  ନିଉଦିଲ୍ଲୀ ପକ୍ଷରୁ ମାଲକାନଗିରି ବ୍ଲକ ଚାଲାଣଗୁଡା ପଞ୍ଚାୟତର ଗାନ୍ଧିପାଲ୍ଲୀ, ପଡିଆ ବ୍ଲକ ବାପନପଲ୍ଲୀ,ଲଛୀପେଟା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ଉପ ସ୍ୱାସ୍ଥ୍ୟ କେନ୍ଦ୍ର )ଗୁଡିକୁ ତଦାରଖ କରାଯାଇ ଗୁଣବତ୍ତା ପ୍ରମାଣ ପତ୍ର ପାଇବା ପାଇଁ ଯୋଗ୍ୟ ବିବେଚିତ ହେଇଛନ୍ତି. l ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକୁ ପ୍ରଥମେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ମାନ ତଦାରଖ କରାଯାଇଥିଲା l  ରାଜ୍ୟ ସରକାର ଏହି ଅନୁଷ୍ଠାନ ମନକୁ ଜାତୀୟ ସ୍ତରକୁ ପୁନର୍ବାର   ଗୁଣବତ୍ତା ପୁରସ୍କାର ପାଇଁ ମନୋନୀତ କରିଥିଲେ ଯାହା ଗତ ୧୪ତାରିଖ ରେ ଲାଚ୍ଚିପେଟା, ୧୫ତାରିଖରେ ବାପନପାଲି,୨୨ତାରିଖରେ ଗନ୍ଧୀପାଲି ଉପକେନ୍ଦ୍ରର ମାନ ଜାତୀୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଦାରଖ ସହିତ ସ୍ବାସ୍ଥ୍ୟ କେନ୍ଦ୍ର ମିଳୁଥିବା ବିଭିନ୍ନ ରୋଗୀ ସେବା, ପରିବେଶ, ଡାକ୍ତର ସ୍ୱାସ୍ଥ୍ୟ କର୍ମୀ ଙ୍କ ସେବା ଓ ବ୍ୟବହାର ସହିତ ବିଭିନ୍ନ କାର୍ଯ୍ୟ ର ତଦାରଖ କରି ଖୁସି ପ୍ରକଟ କରିଥିଲେ । ଏହି ୩ଟି ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଜାତୀୟ ଗୁଣବତ୍ତା ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛି ବୋଲି ପ୍ରମାଣ ପତ୍ର ଦେଇଥିଲେ।

ସୂଚନାଯୋଗ୍ୟ ଗତ ୨୦୨୩ ମସିହାରେ ଏହି ପୁରସ୍କାର ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ମିଳିଥିଲା। ଚଳିତ ବର୍ଷ ପୁଣି ଥରେ ୩ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ଉପ ସ୍ୱାସ୍ଥ୍ୟ କେନ୍ଦ୍ର ) ପାଇଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସିଏଚଏମ ଜଗନ୍ନାଥ ରାଓ, ଅତିରିକ୍ତ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ତଥା ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ବ୍ରଜବନ୍ଧୁ ଦାଶ ଓ ଅନ୍ୟାନ ଡାକ୍ତର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ରାଜ୍ୟ ସ୍ୱସ୍ଥ୍ୟ ବିଭାଗ କୁ ଧନ୍ୟବାଦ ଜଣାଇବା ସହିତ ପୁରସ୍କୃତ ପାଇଁ ଯୋଗ୍ୟ ଅନୁଷ୍ଠାନ ଗୁଡିକୁ  ଅଭିନନ୍ଦନ ଜଣାଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.