ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଶୁକ୍ରବାରଠୁ ରାଜଧାନୀରେ ତିନିଦିନିଆ ମୟୂରଭଞ୍ଜ ଉତ୍ସବ, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Published By : Prameya | January 30, 2025 10:14 AM

ଭୁବନେଶ୍ୱର,୩୦/୦୧: ଜାନୁଆରୀ  ୩୧ରୁ ଫେବୃଆରୀ ୨ ତାରିଖ ପର୍ଯ୍ୟନ୍ତ  ୩ଦିନ ବ୍ୟାପୀ ଭୁବନେଶ୍ୱର ସ୍ଥିତ ଉତ୍କଳ ମଣ୍ଡପଠାରେ ମୟୂରଭଞ୍ଜ ଉତ୍ସବ ଅନୁଷ୍ଠିତ  ହେବ । ମୟୂରଭଞ୍ଜ ସାଂସ୍କୃତିକ ସଂସଦ  ଆନୁଲ୍ୟରେ ମହାସମାରୋହରେ ଏହି ଉତ୍ସବ ଆୟୋଜିତ ହେଉଥିବା ନେଇ ବୁଧବାର ସଂସଦ ପରିସରରେ  ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ  ସୂଚନା ଦିଆଯାଇଛି । ୩୧ ତାରିଖ  ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ ଏହାର ଉଦ୍‌ଘାଟନ କରିବେ । 

ତିନିଦିନ ଧରି ଦର୍ଶକ ମୟୂରଭଞ୍ଜର  କଳା, ସଂସ୍କୃତି, ଐତିହ୍ୟ, ସ୍ଥାପତ୍ୟ,  ବ୍ୟଞ୍ଜନ ଓ ପର୍ଯ୍ୟଟନର ଭରପୂର ମଜା  ଉଠାଇବା ସହିତ ଛଉ, ଝୁମର ନାଚ  ସାଙ୍ଗକୁ ବିଶିଷ୍ଟ ସିନେ କଳାକାରମାନଙ୍କ  ଦ୍ୱାରା ପରିବେଷିତ ରଙ୍ଗାରଙ୍ଗ ସାଂସ୍କୃତିକ  କାର୍ଯ୍ୟକ୍ରମରେ ଝୁମିବେ । ସନ୍ଧ୍ୟା ୬ରୁ ରାତି ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିବ । ଏଥି  ସହ ଫେବୃଆରୀ ୧ ତାରିଖ ଦିନ ୧୦ଟାରୁ  ୨ଟା ପର୍ଯ୍ୟନ୍ତ ମୟୂରଭଞ୍ଜର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ତମ  ଜୟନ୍ତୀ ପାଳନ ହେବ । ଏହି ଅବସରରେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟର୍ସଠାରେ  ଅନୁଷ୍ଠିତ ସଭାରେ ମୟୂରଭଞ୍ଜର  ମହାରାଜା ଓ ମହାରାଣୀ ଯୋଗଦେବେ । ବିଭିନ୍ନ କ୍ଷେତ୍ରରେ ଓଡ଼ିଶାକୁ ମୟୂରଭଞ୍ଜର  ଅବଦାନ ସମ୍ପର୍କରେ ଆଲୋଚନା ହେବ ବୋଲି ସୂଚନା ଦିଆଯାଇଛି । ସାମ୍ବାଦିକ  ସମ୍ମିଳନୀରେ ଉତ୍ସବ କମିଟିର ଚେୟାରମ୍ୟାନ୍‌ ଡ. ଅରୁଣ କୁମାର ରଥଙ୍କ  ସମେତ ସଂସଦର ସାଧାରଣ ସମ୍ପାଦକ  ଡ. ରଜନୀକାନ୍ତ ବିଶ୍ୱାଳ, ସମ୍ପାଦକ  ବିଶିଷ୍ଟ ସିନେ ଲେଖକ ଚିନ୍ମୟ  ଦାସ ପଟ୍ଟନାୟକ, ସମ୍ପାଦକ ବିଶିଷ୍ଟ  ଉଦ୍ୟୋଗପତି ସ୍ୱରୂପ ରଞ୍ଜନ ଦାସ,  ବରିଷ୍ଠ ସିନେ ନିର୍ଦ୍ଦେଶକ ଗଦାଧର ପୁଟ୍ଟୀ, ବିଶିଷ୍ଟ ଅଭିନେତା ସୁକାନ୍ତ ରଥ,  ଆଗଧାଡ଼ିର ସିନେ ନିର୍ଦ୍ଦେଶକ ତାପସ କୁମାର ସରଘରିଆ ଓ ଅନ୍ୟମାନେ  ଉପସ୍ଥିତ ଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.