ଫିରିଙ୍ଗିଆ,୩/୨ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟଠାରେ ଥିବା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ କାୟାକଳ୍ପର ଏକ ତିନି ଜନିଆ ସ୍ୱତନ୍ତ୍ର ଟିମ୍ I ଏହି ଟିମରେ ଜେଡି ଏଚଆରଏଚ ଡାକ୍ତର ଶୁଭ୍ରାଂଶୁ ପ୍ରଧାନଙ୍କ ସହ ଏଚପିର ପରାମର୍ଶ ଦାତା ମାନସ କୁମାର ଖରା ଓ ସ୍ୱତନ୍ତ୍ରତା କାର୍ଯ୍ୟକ୍ରମ ଏବଂ ତାଲିମ ଦାତା ଦେବବ୍ରତ ପତି ରହିଥିଲେ । ଏହି ଟିମ୍ ମେଡ଼ିକାଲରେ ପହଞ୍ଚିବା ପରେ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା I
ପରେ ଏହି ଟିମ୍ ସ୍ୱାସ୍ଥ୍ୟକେନ୍ଦ୍ର ବୁଲି ଦେଖିବା ସହ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱଚ୍ଛତା, ପାନୀୟ ଜଳ,ରୋଗୀ ଶେବା, ଜୀବାଣୁ ମୁକ୍ତି କାରଣ ଓ ନିର୍ଜୀବିକରଣ ପ୍ରକ୍ରିୟା, ସୁରକ୍ଷିତ ଇଞ୍ଜେକ୍ସନ ପ୍ରଥା, ସ୍ୱଚ୍ଛ ରୋଷେଇ ଘର ଓ ସୁରକ୍ଷିତ ଖାଦ୍ୟ ପ୍ରସ୍ତୁତି, ଭେଷଜ ବଗିଚା ଉପରେ ମେଡ଼ିକାଲ କର୍ମଚାରୀ ଓ କାର୍ଯ୍ୟରତ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ I ଏହି ଟିମର ଗସ୍ତ ସମୟରେ ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୁମନ୍ତ କୁମାର ମାଝୀଙ୍କ ସହ ସ୍ୱାସ୍ଥ୍ୟ ବିଭାଗର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଗୀତାଞ୍ଜଲି ଦାସ, ସହକାରୀ ମ୍ୟାନେଜର ଶିବ ପ୍ରସାଦ ଫିରିଙ୍ଗିଆ ଗୋଷ୍ଠି କାର୍ଯ୍ୟକ୍ରମ ମ୍ୟାନେଜର ହରଗୋବିନ୍ଦ ଯାନୀ, ବ୍ଲକ ଡାଟା ମ୍ୟାନେଜର ପ୍ରତ୍ୟୁଷ କାନ୍ତି, ବ୍ଲକ ଆକାଉଣ୍ଟ ମ୍ୟାନେଜର ସୁଜିତ ମହାନ୍ତି, ପିଏଚଇଓ ସଜନୀ ପ୍ରଧାନଙ୍କ ସହ ସମସ୍ତ ସଫେଇ କର୍ମଚାରୀ, ଷ୍ଟାପ ନର୍ସ ମାନେ ଉପସ୍ଥିତ ଥିଲେ I ସେପଟେ ଏହି ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱଚ୍ଛତା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ଦେଖ ବେଶ୍ ଖୁସିବ୍ୟକ୍ତ କରିଥିଲେ ଏହି କାୟାକଳ୍ପ ଟିମ୍ ।