ନୀଳଗିରି,୧୪/୧୨ : ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୂଳଡିହା ଅଭୟାରଣ୍ୟରେ ତିନି ଜଣ ଶିକାରୀ ଗିରଫ ହୋଇଛନ୍ତି । ସେମାନଙ୍କଠାରୁ ଗୋଟିଏ ବନ୍ଧୁକ, ବାରୁଦ, ମୃତ ଝିଙ୍କ ଓ ବଣୁଆ ମୂଷା ଜବତ କରାଯାଇଛି । ଗିରଫ ଶିକାରୀମାନେ ହେଲେ ନୀଳଗିରି ଥାନା ଔପଦା ବ୍ଲକ ଶ୍ୟାମସୁନ୍ଦର ଅଞ୍ଚଳର କଟି ସିଂ, ମଙ୍ଗଲ ସିଂ ଓ କଣ୍ଟାବଣିଆ ଅଞ୍ଚଳର ନାଥ ସିଂ।
ଆଜି ଭୋର ସମୟରେ କୁଳଡିହା ଅଭୟାରଣ୍ୟରେ ଗୁଳି ଫୁଟିବା ଶବ୍ଦ ବନ ବିଭାଗ ଶୁଣିବାକୁ ପାଇଥିଲେ । ପରେ ପଞ୍ଚଲିଙ୍ଗେଶ୍ୱର ସେକ୍ସନରେ କାର୍ଯ୍ୟରତ ବନ କର୍ମଚାରୀ ଅଭାୟାରଣ୍ୟରେ ପଶି ଶିକାରୀଙ୍କୁ ଘେରିଥିଲେ । ପରେ ତିନି ଜଣ ଶିକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ।