ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଏଲଓସିରେ ପ୍ରବେଶ ଯୋଜନା ପଣ୍ଡ ; ସେନା ଗୁଳିରେ ଟଳିରେ ୩ ଆତଙ୍କୀ

Published By : Ankita S | January 31, 2025 7:45 AM

ଶ୍ରୀନଗର,୩୧/୦୧: ସୀମାରେ ଫୁଟିଲା ଗୁଳି । ସୁରକ୍ଷାକର୍ମୀକୁ ବଡ ସଫଳତା । ଏଲଓସିରେ ଆତଙ୍କୀଙ୍କ ପ୍ରବେଶ ଯୋଜନା ପଣ୍ଡ ହୋଇଛି । ଯବାନଙ୍କ ଗୁଳିରେ ଟଳିଲେ ୩ ଆତଙ୍କୀ । ଜମ୍ମୁକାଶ୍ମୀର ପୁ଼ଞ୍ଚରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ଏଥିରେ ୩ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବଳ ।  ସର୍ଚ୍ଚ ଅପରେସନ ଜାରି ରହିଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜମ୍ମୁ କାଶ୍ମୀର ପୁଞ୍ଚ ସେକ୍ଟର ନିୟନ୍ତ୍ରଣ ରେଖା ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଆତଙ୍କୀର ଏକ ଦଳ ଏଲଓସି ପାର କରି ଭାରତୀୟ ସୀମାକୁ ପ୍ରବେଶ କରିବାକୁ ଯୋଜନା କରୁଥିଲେ । ଏହି ଯୋଜନାକୁ ପଣ୍ଡ କରିଥିଲା ଭାରତୀୟ ସେନା । ଖରମାର ଅଞ୍ଚଳରେ ନିୟୋଜିତ ସେନା ଆତଙ୍କୀଙ୍କ ଉପସ୍ଥିତି ନେଇ ସୁରାଗ ପାଇଥିଲେ । ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହାପରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରୁ ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ୩ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ଭାରତୀୟ ସେନା ।

ଏହା ବି ପଢନ୍ତୁ..ପାକିସ୍ତାନରେ ସେନା-ଆତଙ୍କବାଦୀ ମୁହାଁମୁହିଁ, ମେଜର ସମେତ ୨ ସୁରକ୍ଷାକର୍ମୀଙ୍କ ମୃତ୍ୟୁ

ବର୍ଷର ପ୍ରଥମ ଏନକାଉଣ୍ଟରରେ ସେନାକୁ ସଫଳତା ମିଳିଛି । ଏଲଓସିରେ ଆତଙ୍ଗୀଙ୍କ ପ୍ରବେଶ ଯୋଜନା ପଣ୍ଡ ହୋଇଛି । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି । ୩ଟି ଏକେ-୪୭ ରାଇଫଲ ଜବତ ହୋଇଛି । ଗତବର୍ଷ ପୁଞ୍ଚ ଓ ରଜୌରୀରେ ଆତଙ୍କୀଙ୍କ କାର୍ଯ୍ୟକଳାପ ହ୍ରାସ ହୋଇଥିବା ଦେଖିବାକୁ ମିଳିଥିଲା । ଡୋଡା, କିସ୍ତାୱାର, କାଠୁଆ, ଉଦ୍ଧମପୁରରେ ହଠାତ୍ ଆତଙ୍କୀ କାର୍ଯ୍ୟକଳାପ ଦେଖିବାକୁ ମିଳିଛି । ଯାହା ସୁରକ୍ଷା ଏଜେନ୍ସିଂଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.