ପ୍ରମୂଖ ଖବର
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ପାକିସ୍ତାନରେ ସେନା-ଆତଙ୍କବାଦୀ ମୁହାଁମୁହିଁ, ମେଜର ସମେତ ୨ ସୁରକ୍ଷାକର୍ମୀଙ୍କ ମୃତ୍ୟୁ...

Published By : Ladu Kishor | January 30, 2025 9:28 PM

ନୂଆଦିଲ୍ଲୀ: ଆଫଗାନିସ୍ତାନ ସୀମାନ୍ତ ଉତ୍ତର-ପଶ୍ଚିମ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଏକ ଏନକାଉଣ୍ଟରରେ ଜଣେ ମେଜରଙ୍କ ସମେତ ଦୁଇ ଜଣ ସୁରକ୍ଷା କର୍ମୀ ନିହତ ହୋଇଛନ୍ତି । ପାକିସ୍ତାନ ସେନା ଗୁରୁବାର ଏହି ସୂଚନା ଦେଇଛି। ସେନାର ଗଣମାଧ୍ୟମ ଶାଖା, ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ISPR) ଗୁପ୍ତ ସୂଚନା ଆଧାରରେ ସୁରକ୍ଷା ବାହିନୀ ଦ୍ୱାରା ଗତକାଲି (ବୁଧବାର) ରାତିରେ ଏକ ଅପରେସନ୍ ଆରମ୍ଭ କରିଥିଲା। 

ସେନା କହିଛି ଯେ ଅପରେସନ ସମୟରେ ପାକିସ୍ତାନୀ ସୈନିକ ମାନେ ଛଅ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ଏନକାଉଣ୍ଟରରେ ନିହତ ସୁରକ୍ଷା କର୍ମୀମାନେ ରାୱଲପିଣ୍ଡିର ୨୯ ବର୍ଷୀୟ ମେଜର ହମଜା ଇସରାର ଏବଂ ନାସିରାବାଦର ୨୬ ବର୍ଷୀୟ ସୈନିକ ମହମ୍ମଦ ନଇମ ବୋଲି ଚିହ୍ନଟ କରାଯାଇଛି। ଏହି ଅପରେସନରେ ଇସରାର ସୈନିକ ଦଳର ନେତୃତ୍ୱ ନେଉଥିଲେ।

ସେନା କହିଛି ଯେ ଏନକାଉଣ୍ଟର ପରେ, ସୁରକ୍ଷା ବାହିନୀ ଅବଶିଷ୍ଟ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଡନ୍ ଖବରକାଗଜ ରିପୋର୍ଟ କରିଛି ଯେ ରାଷ୍ଟ୍ରପତି ଆସିଫ୍ ଅଲ୍ଲୀ ଜର୍ଦ୍ଦାରୀ ଛଅ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିବା ପାଇଁ ସୁରକ୍ଷା ବାହିନୀକୁ ପ୍ରଶଂସା କରିଛନ୍ତି ଏବଂ ମୃତ ସୈନିକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.