କଟକ,୨୮।୬ : ମହାନଦୀରେ ଗାଧୋଉଥିବା ବେଳେ ରବିବାର ସନ୍ଧ୍ୟାରେ ବୁଡିଯାଇ ୩ ଜଣ ଯୁବକ ନିଖୋଜ ହୋଇଛନ୍ତି। ଜଗତପୁର ଖଇରା ବ୍ରିଜ ସାତବାଟିଆ ନିକଟ ମହାନଦୀରେ ଏହି ଅଘଟଣ ଘଟିଛି। ନିଖୋଜ ଯୁବକଙ୍କ ପରିଚୟ ମିଳିପାରି ନାହିଁ।
ରବିବାର ସନ୍ଧ୍ୟାରେ ଜଗତପୁର ଖଇରା ବ୍ରିଜ ସାତବାଟିଆ ନିକଟ ମହାନଦୀକୁ ୩ ଜଣ ଯୁବକ ଗାଧୋଇବା ପାଇଁ ଯାଇଥିଲେ। ସେମାନେ ଗାଧୋଉଥିବା ବେଳେ ଜଳର ଗଭୀରତା ଜାଣି ନ ପାରିବାରୁ ପାଣି ସ୍ରୋତ ସେମାନଙ୍କୁ ଭସାଇ ନେଇଥିଲା। ସ୍ଥାନୀୟ ଲୋକେ ଏ ନେଇ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ଆହୁରି ପଢନ୍ତୁ : କୋଳି ତୋଳିବାକୁ ଯାଇଥିଲେ, ବଜ୍ରପାତରେ ଚାଲିଗଲା ମା’-ଝିଅଙ୍କ ଜୀବନ