ନୂଆଦିଲ୍ଲୀ: ଗତକାଲି (ଶନିବାର) ସନ୍ଧ୍ୟାରେ ପାକିସ୍ତାନର ପଞ୍ଜାବରେ ଏକ ଶକ୍ତିଶାଳୀ ଝଡ଼ ତୋଫାନର ତାଣ୍ଡବ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ହେବା ଫଳରେ ଅତି କମରେ୨୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୫୦ ରୁ ଅଧିକ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ,ଝଡ଼ ଏତେ ଶକ୍ତିଶାଳୀ ଥିଲା ଯେ ଏହା ରାସ୍ତା ଏବଂ ବିମାନ ଚଳାଚଳ ବାଧାପ୍ରାପ୍ତ କରିଥିଲା। ଭିତ୍ତିଭୂମିକୁ କ୍ଷତିଗ୍ରସ୍ତ କରିଥିଲା। ଏଥିସହ ବିଦ୍ୟୁତ୍ ସେବା ବିଛିନ୍ନ ହୋଇଥିଲା।
ପଞ୍ଜାବ ସରକାରଙ୍କ ଅନୁଯାୟୀ,୧୩ କୋଟିରୁ ଅଧିକ ଲୋକ ରହୁଥିବା ଏହି ପ୍ରଦେଶରେ ଅଧିକାଂଶ ମୃତ୍ୟୁ ଭଙ୍ଗା ଘର ଭୁଶୁଡ଼ି ପଡ଼ିବା କିମ୍ବା ହୋର୍ଡିଂ ତଳେ ଫସି ରହିବା ଯୋଗୁଁ ହୋଇଛି। ପଞ୍ଜାବର ବିଭିନ୍ନ ସ୍ଥାନରେ ଏହି ଶକ୍ତିଶାଳୀ ଝଡ଼ ତୋଫାନ କ୍ଷୟକ୍ଷତି ଘଟାଇଛି।