ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ବାରବାଟୀରେ ଭାରତ-ଇଂଲଣ୍ଡ ମ୍ୟାଚ, କମିଲା ଟିକେଟ ଦର

Published By : Suraj Kumar | November 19, 2024 8:29 PM

ଭୁବନେଶ୍ୱର,୧୯।୧୧ :  ଫେବୃଆରୀ ୯ରେ  ଭାରତ-ଇଂଲଣ୍ଡ ମ୍ୟାଚ୍‌ ପାଇଁ କମିଲା ବାରବାଟୀରେ  ଟିକେଟ ଦର। ପୂର୍ବରୁ ଓସିଏ ପକ୍ଷରୁ ଧାର୍ଯ୍ୟ କରଯାଇଥିବା ଟିକେଟ ମୂଲ୍ୟରେ ଆସିଛି ବଡ଼ ଧରଣର ପରିବର୍ତ୍ତନ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ  ମ୍ୟାଚ ପାଇ କ୍ରୀଡା ବିଭାଗର ବସିଥିବା ପ୍ରସ୍ତୁତି ବୈଠକରେ ଟିକେଟ ଦର କମିବା ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ ଓସିଏ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ  ସୂଚନା ଦିଆଯାଇଛି।

ଗ୍ୟାଲେରୀ ୧ ଓ ୩ ପାଇଁ  ଟିକେଟର ମୂଲ୍ୟ ୧୨୦୦ ବଦଳରେ ୧୧୦୦ ଟଙ୍କା କରାଯାଇଛି। ଗ୍ୟାଲେରୀ ୨ଓ ୪ ପାଇଁ  ୧୦୦୦ ବଦଳରେ ୯୦୦,  ଗ୍ୟାଲେରୀ ନମ୍ବର ୫ପାଇଁ  ୧୫୦୦ ସ୍ଥାନରେ ୧୨୦୦। ୭ ନମ୍ବର ଗ୍ୟାଲେରୀ ପାଇଁ ୮୦୦ ପରିବର୍ତେ୍ତ ୭୦୦ ଓ ସ୍ପେଶାଲ ଏନକ୍ଲୋଜର ୭୦୦୦ ସ୍ଥାନରେ ୬୦୦୦ ରଖାଯାଇଛି । ସେହିପରି  ଏସି ଗ୍ୟାଲେରୀ ବକ୍ସ ୯୦୦୦ ବଦଳରେ ୮୦୦୦ ସ୍ଥିର କରିଛି ଓଡିଶା କ୍ରିକେଟ ସଂଘ  । ପୂର୍ବ ଭଳି ନ୍ୟୁ ପ୍ୟାଭିଲୟନ ଓ କର୍ପୋରେଟ ବକ୍ସ ଦର  ୧୦,୦୦୦ ଓ ୨୦, ୦୦୦ ରହିବ ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି। ଭୁବନେଶ୍ୱରରେ ବସିଥିବା ଏହି ବୈଠକ ରେ କ୍ରୀଡା ମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜଙ୍କ ସମସ୍ତ ବିଭାଗୀୟ ଅଧିକାରୀ ସମେତ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଓ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.