ଭୁବନେଶ୍ୱର,୧୯।୧୧ :  ଫେବୃଆରୀ ୯ରେ  ଭାରତ-ଇଂଲଣ୍ଡ ମ୍ୟାଚ୍‌ ପାଇଁ କମିଲା ବାରବାଟୀରେ  ଟିକେଟ ଦର। ପୂର୍ବରୁ ଓସିଏ ପକ୍ଷରୁ ଧାର୍ଯ୍ୟ କରଯାଇଥିବା ଟିକେଟ ମୂଲ୍ୟରେ ଆସିଛି ବଡ଼ ଧରଣର ପରିବର୍ତ୍ତନ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ  ମ୍ୟାଚ ପାଇ କ୍ରୀଡା ବିଭାଗର ବସିଥିବା ପ୍ରସ୍ତୁତି ବୈଠକରେ ଟିକେଟ ଦର କମିବା ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ ଓସିଏ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ  ସୂଚନା ଦିଆଯାଇଛି।

ଗ୍ୟାଲେରୀ ୧ ଓ ୩ ପାଇଁ  ଟିକେଟର ମୂଲ୍ୟ ୧୨୦୦ ବଦଳରେ ୧୧୦୦ ଟଙ୍କା କରାଯାଇଛି। ଗ୍ୟାଲେରୀ ୨ଓ ୪ ପାଇଁ  ୧୦୦୦ ବଦଳରେ ୯୦୦,  ଗ୍ୟାଲେରୀ ନମ୍ବର ୫ପାଇଁ  ୧୫୦୦ ସ୍ଥାନରେ ୧୨୦୦। ୭ ନମ୍ବର ଗ୍ୟାଲେରୀ ପାଇଁ ୮୦୦ ପରିବର୍ତେ୍ତ ୭୦୦ ଓ ସ୍ପେଶାଲ ଏନକ୍ଲୋଜର ୭୦୦୦ ସ୍ଥାନରେ ୬୦୦୦ ରଖାଯାଇଛି । ସେହିପରି  ଏସି ଗ୍ୟାଲେରୀ ବକ୍ସ ୯୦୦୦ ବଦଳରେ ୮୦୦୦ ସ୍ଥିର କରିଛି ଓଡିଶା କ୍ରିକେଟ ସଂଘ  । ପୂର୍ବ ଭଳି ନ୍ୟୁ ପ୍ୟାଭିଲୟନ ଓ କର୍ପୋରେଟ ବକ୍ସ ଦର  ୧୦,୦୦୦ ଓ ୨୦, ୦୦୦ ରହିବ ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି। ଭୁବନେଶ୍ୱରରେ ବସିଥିବା ଏହି ବୈଠକ ରେ କ୍ରୀଡା ମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜଙ୍କ ସମସ୍ତ ବିଭାଗୀୟ ଅଧିକାରୀ ସମେତ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଓ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।