ନୂଆପଡ଼ା, ୩୦/୧୧ : ନୂଆପଡ଼ାରେ ପୁଣି ବାଘ ଆତଙ୍କ। ନୂଆପଡ଼ା ରେଞ୍ଜ କୁକୁରତାଳ ଗାଁ ପାଖ ଜଙ୍ଗଲରେ ବୁଲୁଛି ବାଘ। କ୍ୟାମେରା ଲେନ୍ସରେ କଏଦ ହେଲା ଚିତ୍ର। ବାଘକୁ ଦେଖି ଲୋକେ ଆତଙ୍କିତ ହୋଇପଡିଛନ୍ତି।
ଚଳିତ ମାସ ୪ ତାରିଖରେ ଧରମବନ୍ଧା ଥାନା ସିଲିଆରିବାହାର ଗାଁରୁ ଗୋଟିଏ ବାଘକୁ ଧରି ସମ୍ବଲପୁର ପଠାଯାଇଛି। ସେହି ସମୟରେ କଟିଙ୍ଗପାଣିରେ ଜଣେ ଶିଶୁ ସହ ସିଲିଆରିବାହାର ଗାଁରେ ଜଣେ ବୃଦ୍ଧାଙ୍କୁ ମାରି ଖାଇଥିଲା କଲରପତରିଆ ବାଘ। ଗୋଟିଏ ବାଘକୁ ବନ ବିଭାଗ କାବୁ କରିଥିବା ବେଳେ ଅନ୍ୟ ବାଘକୁ କାବୁ କରିବା ପାଇଁ ଲୋକେ ଦାବି କରିଥିଲେ। ହେଲେ ବାଘାଟି ଦେଖ ଦେଉ ନଥିଲା।