ପ୍ରମୂଖ ଖବର
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ତିଗିରିଆରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା; ମହିଳାଙ୍କୁ ନ୍ୟାୟ ଦାବିରେ ପ୍ରତିବାଦ

Published By : Swapna Ray | July 17, 2025 10:42 AM

ତିଗିରିଆ, ୧୭/୭: ତିଗିରିଆ ବ୍ଲକ କଂଗ୍ରେସ କମିଟି ତରଫରୁ ଓଡ଼ିଶା ବନ୍ଦ । ରାଜ୍ୟରେ ମହିଳାଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ବିରୋଧ କରି ତିଗିରିଆରେ ଆନ୍ଦୋଳନ । ବାଲେଶ୍ଵର ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନ ହୋଇଛି । 

ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ ଆହ୍ଵାନ କ୍ରମେ ନାରୀ ସୁରକ୍ଷା ଓ ନ୍ୟାୟ ପ୍ରଦାନ ପରିପ୍ରେକ୍ଷୀରେ ତିଗିରିଆ ବ୍ଲକ କଂଗ୍ରେସ ପକ୍ଷରୁ ଗୁରୁବାର ବନ୍ଦ ପାଳନ ହୋଇଛି । କର୍ମକର୍ତ୍ତାମାନେ ବ୍ଲକର ସମସ୍ତ ଅଞ୍ଚଳରେ ପିକେଟିଂ କରି ବନ୍ଦ କରିବା ସହ ଗୋହିରି ମୁଣ୍ଡ ଛକ ନିକଟରେ ରାଜ୍ୟ ରାଜପଥ ନଂ ୬୫ ଉପରେ ଆନ୍ଦୋଳନରେ ବସିଥିଲେ l ସେଠାରେ ପ୍ରତିବାଦ ସଭା କରିଥିଲେ l ବ୍ଲକ୍ ସଭାପତି ସୋମନାଥ ଦାସଙ୍କ ନେତୃତ୍ୱରେ ଗିରିଜା ଶଙ୍କର ପଟ୍ଟନାୟକ, ଅଭିଷେକ ପଟ୍ଟନାୟକ, ସୁବାଶିଷ ମିଶ୍ର, ମାନସ ଜେନା, ମନୋରଞ୍ଜନ ଦାସ, ପ୍ରସନ୍ନ ନାୟକ, ମାୟାଧର ସାହୁ, ଜୟ କୃଷ୍ଣ ଗୁଇଁ, ପ୍ରତାପ ରଣା, ନିରଞ୍ଜନ ସାମଲ, ଜିତେନ୍ଦ୍ର ମାଝୀ, ସୁଦାମ ସାହୁ ପ୍ରମୁଖଙ୍କ ସହ ଶତାଧିକ କର୍ମୀ ଉପସ୍ଥିତ ଥିଲେ l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.